ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଶାସନକୁ ଫେରୁ ଫେରୁ ପ୍ରତିଶୋଧ ନେଲେ ଚନ୍ଦ୍ରବାବୁ ! ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଚାଲିଲା ବୁଲଡୋଜର

ଅମରାବତୀ: ୨୦୧୯ରେ ପାଓ୍ବାରକୁ ଆସୁ ଆସୁ ଚନ୍ଦ୍ରବାବୁ ନାଇଡୁଙ୍କ ଦ୍ବାରା ନିର୍ମିତ ଏକ ବିଳାଶପୂର୍ଣ୍ଣ ଘରକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି । ଅମରାବତୀର କୃଷ୍ଣା ନଦୀ କୂଳରେ ଥିବା ‘ପ୍ରଜ୍ଞା ବେଦୀକା’ ବଙ୍ଗଳାକୁ ମାଟିରେ ମିଶାଇ ଦେଇଥିଲେ ଜଗନମୋହନଙ୍କ ସରକାର । ବର୍ତ୍ତମାନ ସମୟ ବଦଳିଛି । ଆଉ ତା ସହ ବଦଳିଯାଇଛି ସରକାର । ଜଗନମୋହନ ରେଡ୍ଡିଙ୍କ ସ୍ଥାନରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଟିଡିପି ମୁଖିଆ ଚନ୍ଦ୍ରବାବୁ ନାଇଡୁ । ଏହା ପରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ପ୍ରତିଶୋଧର ରାଜନୀତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କ ଦ୍ବାରା ନିର୍ମିତ ଏକ ତଥାକଥିତ ଅବୈଧ ନିର୍ମାଣ ଉପରେ ଚାଲିଛି ବୁଲଡୋଜର । 

ଆନ୍ଧ୍ରପ୍ରଦେଶରେ ନୂତନ ସରକାର ଶପଥ ଗ୍ରହଣ କରିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ବେଆଇନ ନିର୍ମାଣ କାର୍ଯ୍ୟକୁ ଭାଙ୍ଗି ଦେଇଛି ଗ୍ରେଟର ହାଇଦ୍ରାବାଦ ମହାନଗର ନିଗମ। ଲୋଟସ୍ ପଣ୍ଡ୍ ସ୍ଥିତ ଜଗନ୍ ମୋହନ ରେଡ୍ଡିଙ୍କ ବାସଭବନ ସମ୍ମୁଖରେ ତାଙ୍କ ସୁରକ୍ଷା ପାଇଁ ଜବରଦଖଲ କରାଯାଇ ଏକ ନିର୍ମାଣ କାର୍ଯ୍ୟ କରାଯାଇଥିଲା, ଯେଉଁଥିପାଇଁ ଜନସାଧାରଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା।

ଜବରଦଖଲ ତଥା ରାସ୍ତା ନିର୍ମାଣକୁ ନେଇ ମହାନଗର ନିଗମ କାର୍ଯ୍ୟାଳୟକୁ ଅନେକ ଅଭିଯୋଗ ଆସିଥିଲା । ଜଗନମୋହନ ରେଡ୍ଡିଙ୍କ ସମର୍ଥକଙ୍କ ଅନୁଯାୟୀ, ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାସ୍ତା କଡ଼ରେ କିଛି କୋଠରୀ  ନିର୍ମାଣ କରାଯାଇଥିଲା। ଆନ୍ଧ୍ରପ୍ରଦେଶରେ ଜଗନମୋହନ ରେଡ୍ଡିଙ୍କ ପରାଜୟ ପରେ କୌଣସି ସୁରକ୍ଷା ନଥିଲା । ସେପଟେ ଗ୍ରେଟର ହାଇଦ୍ରବାଦ ମହାନଗର ନିଗମର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପୋଲିସ ରେଡ୍ଡିଙ୍କ ବାସଭବନରେ ବୁଲଡୋଜର ଚଲାଇଛି । ଏହା ସହ ରାସ୍ତାକୁ ଜବରଦଖଲ କରି ନିର୍ମାଣ ହୋଇଥିବା କେତେକ ରୁମ୍‌କୁ ଭାଙ୍ଗିଦିଆଯାଇଛି । 

ନିକଟରେ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଜଗନମୋହନ ରେଡ୍ଡିଙ୍କ ଦଳ YSRCPକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ରାଜ୍ୟର ୧୭୫ ବିଧାନସଭା ଆସନ ମଧ୍ୟରୁ ତାଙ୍କ ଦଳ ମାତ୍ର ୧୧ଟି ସିଟ୍ ଜିତିଛି।  ସେପଟେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ୧୩୫ଟି ସିଟ୍ ଜିତି ସର୍ବବୃହତ୍ତ ଦଳ ଭାବରେ ସରକାର ଗଢ଼ିଛି। ପବନ କଲ୍ୟାଣଙ୍କ ଜନସେନା ପାର୍ଟି ୨୧ଟି ସିଟ୍ ପାଇଥିବାବେଳେ ବିଜେପି ୮ଟି ସିଟ୍ରେ ବିଜୟୀ ହୋଇଛି । 

  • Andhra pradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.