ପ୍ରମୂଖ ଖବର
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଘରୋଇ ସହାୟକଙ୍କ ଅପେକ୍ଷା କୁକୁରଙ୍କ ଉପରେ ଅଧିକ ଖର୍ଚ୍ଚ କରୁଛନ୍ତି, ହିନ୍ଦୁଜା ଫ୍ୟାମିଲି ନାଁରେ ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ,୧୮।୬: ବ୍ରିଟେନ୍‌ର ସବୁଠାରୁ ଧନୀ ପରିବାର ହିନ୍ଦୁଜା ଫ୍ୟାମିଲି ନିଜର ପୋଷା କୁକୁର ଉପରେ ଘରୋଇ ସହାୟକଙ୍କଠାରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ସରକାରୀ ଓକିଲ ସ୍ବିସ୍ କୋର୍ଟରେ ପରିବାର ଉପରେ କର୍ମଚାରୀଙ୍କ ତସ୍କରୀ ଓ ଶୋଷଣ ଅଭିଯୋଗ କରିଛନ୍ତି। ଏହା ସହିତ ତାଙ୍କୁ ଜେଲଦଣ୍ଡ ଦିଆଯିବାର ଦାବି କରିଛନ୍ତି। କୋର୍ଟରେ ସରକାରୀ ଓକିଲ ୟଭେସ୍‌ ବର୍ଟୋସା କହିଛନ୍ତି, ହିନ୍ଦୁଜା ଫ୍ୟାମିଲି ନିଜ ଘରୋଇ ସହାୟକଙ୍କ ଅପେକ୍ଷା କୁକୁର ଉପରେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି।‘ 

ଓକିଲ ଜଣକ ଦାବି କରିଛନ୍ତି, ହିନ୍ଦୁଜା ଫ୍ୟାମିଲି ଜଣେ ମହିଳାଙ୍କୁ ସପ୍ତାହରେ ୭ ଦିନ ପର୍ଯ୍ୟନ୍ତ ୧୮ ଘଣ୍ଟା କାମ କରାଇଥିଲେ ଓ ଏହା ବଦଳରେ କେବଳ ମାତ୍ର ୭ ସ୍ବିସ୍‌ ଫ୍ରାଙ୍କ ଦେଇଛନ୍ତି। କର୍ମଚାରୀଙ୍କ କନଟ୍ରାକ୍ଟରେ କାମର ଘଣ୍ଟା କିମ୍ବା ଛୁଟି ଦିନ କିଛି କୁହାଯାଇ ନଥିଲା। ଚାକିରୀ କରୁଥିବା ଲୋକଙ୍କୁ ଆବଶ୍ୟକତା ହିସାବରେ ଉପସ୍ଥିତ ରହିବାକୁ କୁହାଯାଉଥିଲା। ଘରୋଇ ସହାୟକଙ୍କ ପାସପୋର୍ଟ ମଧ୍ୟ ଜବତ କରି ନିଆଯାଉଥିଲା ଓ ତାଙ୍କ ପାଖରେ ଖର୍ଚ୍ଚ କରିବା ପାଇଁ ସ୍ବିସ୍ ଫ୍ରାଙ୍କ ନଥିଲା, କାରଣ ତାଙ୍କୁ ବେତନ ଭାରତରେ ଦିଆଯାଉଥିଲା। ସେ କହିଛନ୍ତି, ଘରୋଇ ସହାୟକ ନିଜ ମାଲିକଙ୍କ ବିନା ଅନୁମତିରେ ଘରୁ ବାହାରକୁ ଯାଇ ପାରୁନଥିଲେ। ତାଙ୍କର କୌଣସି ସ୍ବାଧିନତା ନଥିଲା। 

ଅଜୟ ହିନ୍ଦୁଜା ଓ ତାଙ୍କ ପତ୍ନୀ ନମତୟାଙ୍କୁ  ଜେଲ୍ ପଠାଇବା ଦରକାର ବୋଲି ଓକିଲ ଜଣକ କୋର୍ଟଙ୍କୁ ନିବେଦନ କରିଛନ୍ତି। ଏହା ସହ ହିନ୍ଦୁଜା ପରିବାରକୁ କୋର୍ଟ ଖର୍ଚ୍ଚ ପାଇ: ୧ ମିଲିୟନ ସ୍ବିସ୍ ଫ୍ରାଙ୍କ ଓ କର୍ମଚାରୀଙ୍କ ପାଇଁ ୩.୫ ମିଲିୟନ ଫ୍ରାଙ୍କ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ତେବେ ହିନ୍ଦୁଜା ପରିବାରର ଓକିଲ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଏଥିପାଇଁ ଘରୋଇ ସହାୟକଙ୍କ ସାକ୍ଷୀ ନିଆଯିବା ଦରକାର ବୋଲି କହିଛନ୍ତି। ସେ କହିଛନ୍ତି, ତାଙ୍କ ସହ ଭଲ ବ୍ୟବହାର କରାଯାଇଛି। ହିନ୍ଦୁଜା ପରିବାର ପ୍ରସିକ୍ୟୁଟରଙ୍କ ଉପରେ ଏହି ଅଭିଯୋଗ କରିଥିଲେ, ସେ କର୍ମଚାରୀଙ୍କୁ ଦେଇଥିବା ଅର୍ଥ ସମ୍ପର୍କରେ ତଥ୍ୟ ଓ  ୧୮ ଘଣ୍ଟା କାମ କରିବା କଥା ସମ୍ପୂର୍ଣ ମିଛ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.