ପ୍ରମୂଖ ଖବର
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ପାଣିକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ, ୪ ମୃତ, ୮ ଆହତ…

ନୂଆଦିଲ୍ଲୀ: ପାଣି ବିବାଦକୁ କେନ୍ଦ୍ର କରି ପଞ୍ଜାବର ଗୁରୁଦାସପୁରରେ ରକ୍ତର ବନ୍ୟା ବହିଛି । ଦୁଇ ଦଳ ମଧ୍ୟରେ ହୋଇଥିବା ସଂଘର୍ଷରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରୁ ୩୦ ଟି ଗୁଳି ଗୁଳି ଜବତ କରିଛି। ଯେଉଁ ବନ୍ଧୁକରୁ ଏହି ଗୁଳି ଚାଳନା ହୋଇଛି ତାହା ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଥିଲା। ଏଭଳି ପରିସ୍ଥିତିରେ ଗନ୍ ହାଉସ୍ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

ପାଣି ଭରା ଏକ ଖାଲକୁ ନେଇ ବିବାଦ ଆରମ୍ଭ ହୋଇଥିଲା ଏବଂ ପରେ ଏହା ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ଯୁଦ୍ଧରେ ପରିଣତ ହୋଇଥିଲା । ଉଭୟ ପାର୍ଶ୍ୱରୁ ଆଖିବୁଜା ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ୪ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଥିଲେ । ରବିବାର ସନ୍ଧ୍ୟା ୭ ଟା ସମୟରେ ଗୁରୁଦାସପୁରର ଶ୍ରୀ ହରଗୋବିନ୍ଦପୁର ସହରର ଏକ ଛକରେ ଉଭୟ ଗୋଷ୍ଠୀ ପରସ୍ପର ସହ ସଂଘର୍ଷ କରିଥିଲେ । ପ୍ରଥମେ ତୀକ୍ଷ୍ଣ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ ଏବଂ ପରେ ଗୁଳି ବର୍ଷା ଆରମ୍ଭ ହେଲା । ଏହି ଘଟଣାରେ ଉଭୟ ଗୋଷ୍ଠୀର ମୋଟ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଆଠ ଜଣ ଆହତ ହୋଇଛନ୍ତି। ପୋଲିସ ପ୍ରାୟ ୩୦ ଟି ଗୁଳି ଉଦ୍ଧାର କରି ତଦନ୍ତ କରୁଛି । ଆହତ ମାନେ ନିକଟସ୍ଥ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.