ପ୍ରମୂଖ ଖବର
  • ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ; ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ, ୧୮ ଗିରଫ
  • ||
  • ହବିଷ୍ୟାଳିଙ୍କୁ ମିଳିବ ସୁରକ୍ଷା, ମାର୍ଗଶୀର ମାସରୁ ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ
  • ||
  • ଆଠମଲ୍ଲିକରେ ଆଖି ବୁଜିଲା ଆଉ ଏକ ହାତୀ, ୫ ଦିନରେ ୨ ହାତୀଙ୍କ ମୃତ୍ୟୁ
  • ||
  • ରାଜଧାନୀର ୭ ପୂଜା ମଣ୍ଡପକୁ ରାବଣ ପୋଡ଼ି ଲାଗି ଅନୁମତି, ପ୍ରଶାସନର ନିୟମ ମାନିବାକୁ ନିର୍ଦ୍ଦେଶ
  • ||
  • ନୟାଗଡ଼ : ଥାନାରୁ ଅଭିଯୁକ୍ତ ଫେରାର, ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ
  • ||
  • ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ଯୁବକ ମୃତ, ଅପମୃତ୍ୟୁ ମାମଲା ରୁଜୁ
  • ||
  • ପାଟଣା ରେଞ୍ଜରେ ପଶିଲେ ୨୮ ଟିକିଆ ହାତୀପଲ, ଲୋକେ ଆତଙ୍କିତ
  • ||
  • ଆଜି ମା’ଙ୍କ ବିଜୟାଦଶମୀ, ମା’ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼
  • ||
  • ଆସ୍କା : ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୧୫ ରୁ ଉର୍ଦ୍ଧ୍ବ ଦୋକାନ
  • ||

ବିନେଶ ଫୋଗାଟ ବିଜେପି ଲାଗି ଝଟକା ଅଟନ୍ତି ? ନିର୍ବାଚନ ପୂର୍ବରୁ ରେସଲରଙ୍କ ଉପରେ କ’ଣ କହିଲେ ସିଏମ ନାୟବ ସିଂହ ସୋନୀ

ନୂଆଦିଲ୍ଲୀ, ୮/୯ : ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ପୂର୍ବରୁ ରେସଲର ବିନୋ ଫୋଗାଟ ଏବଂ ବଜରଙ୍ଗ ପୁନିୟା କଂଗ୍ରେସର ଭାଗିଦାରୀ ହୋଇଛନ୍ତି । ଯାହାକୁ ନେଇ ରାସ୍ତାରୁ ନେଇ ସୋସିଆଲ ମିଡ଼ିଆ ଯାଏ ବିଜେପି ଲାଗି ଏକ ଝଟକା ବୋଲି କୁହାଯାଉଛି । ମାତ୍ର ଯେତେବେବେଳେ ଏହି ବିଷୟରେ ହରିୟାଣାର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୋନୀଙ୍କୁ ପ୍ରଶ୍ନ ପଚରାଗଲା ତ ସେ ଏକ ବଡ଼ ରୋଚକ ବୟାନ ଦେଇଛନ୍ତି ।

 ଏକ ସାକ୍ଷାତକାରରେ ସିଏମ ନାୟବ ସିଂହ ସୋନୀ କଂଗ୍ରେସର ଆଲୋଚନା କରିଥିଲେ ଏବଂ ଉଭୟ ରେସଲରଙ୍କ ତାରିଫ କରିଥିଲେ ।   ସେ କହିଥିଲେ କି ବିନୋ ଫୋଗାଟ ଏବଂ ବଜରଙ୍ଗ ପୁନିୟା ହରିୟାଣାର ହିରା ଅଟନ୍ତି । ସେ ଦେଶର ଗର୍ବ ଏବଂ ସେ ଭାରତର ନାଁକୁ ଉଚ୍ଚା କରିଛନ୍ତି । କିନ୍ତୁ କଂଗ୍ରେସ ରାଜନୀତି କରୁଛି । ଏହା ଦୁର୍ଭାଗ୍ୟପୂର୍ଣ୍ଣ ଅଟେ । ଏଭଳି ହେବା କଥା ନୁହେଁ । ଆଜି ଭୁପେନ୍ଦ୍ର ସିଂହ ହୁଡ୍ଡା କହୁଛନ୍ତି କି ତାଙ୍କ ପାଖରେ ବିଧାୟକ ଥାନ୍ତେ ତ ରାଜ୍ୟସଭା ପଠାଇଥାନ୍ତେ । ଏହି ଖେଳାଳୀ ଯେତେବେଳେ ମେଡାଲ ଜିତିଥିଲେ ସେତେବେଳେ ତ ତାଙ୍କର ସରକାର ଥିଲା । ସେତେବେଳେ ସେ କାହିଁକି କିଛି କରିନଥିଲେ ।

ସେହିଭଳି ନାୟବ ସିଂହ ସୋନୀ କଂଗ୍ରେସ ଉପରେ ଟାର୍ଗେଟ କରି କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ନିଷ୍ପତ୍ତି ସେ ସିଏଏ ହେଉ କିମ୍ବା କୃଷକ ଆନ୍ଦୋଳନ ଉପରେ କଂଗ୍ରେସ ରାଜନୀତି କରୁଛି । କିଛି ତ କାମ ଭଲ କରିଥିବେ... କୌଣସି ବି କାମକୁ ତ ଆପଣ ଭଲ କହିଦିଅନ୍ତୁ । କଂଗ୍ରେସରେ ଯେଉଁ ଯୁବକମାନେ ଭାବୁଥିଲେ କି ଚାକିରୀ ମନ୍ତ୍ରୀ କିମ୍ବା ବିଧାୟକଙ୍କ ଚକ୍କର କାଟିବା ଦ୍ବାରା ମିଳିବ ତାଙ୍କୁ ଏବେ ଜଣା ଅଛି କି ବିଜେପି ସରକାରରେ ଚାକିରୀ କୋଚିଂର ଚକ୍କର କାଟିବା ଏବଂ ପଢିବା ଦ୍ବାରା ମିଳିବ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.