ପ୍ରମୂଖ ଖବର
  • ହେଲିକପ୍ଟରରେ ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଖରାଦିନେ ଅଙ୍ଗୁର ଖାଇବା ଆରମ୍ଭ କରନ୍ତୁ, ଅନେକ ରୋଗରୁ ପାଇବେ ମୁକ୍ତି...

Published By : Prameya | May 14, 2024 4:16 PM

ଖରାଦିନେ ଅଙ୍ଗୁର ଖାଇବା ବେଶ୍ ଲାଭଦାୟକ । ଆସନ୍ତୁ ଜାଣିବା ଅଙ୍ଗୁର ଖାଇବା ଦ୍ୱାରା କେଉଁସବୁ ରୋଗରୁ ମୁକ୍ତି ମିଳେ ।

ମାଇଗ୍ରେନ୍ ହ୍ରାସ ପାଏ :

ଖରାଦିନର ଗରମ, ଶରୀରରେ ଜଳୀୟଅଂଶର ଅଭାବ ଏବଂ ପାଚନକ୍ରିୟାରେ ସମସ୍ୟା ହେତୁ ମାଇଗ୍ରେନ୍ ସମସ୍ୟା ଅନେକଙ୍କର ଦେଖାଯାଏ । ଏହି ସମୟରେ ଅଙ୍ଗୁର ରସ ପିଇବା ଦ୍ୱାରା ମାଇଗ୍ରେନ୍ ଭଳି ସମସ୍ୟା ଧିରେ ଧିରେ ହ୍ରାସ ପାଇଥାଏ । ପ୍ରତ୍ୟେକ ଦିନ ସକାଳୁ ଅଳ୍ପ ପାଣି ମିଶାଇ ଏକ ଗ୍ଲାସ୍ ଅଙ୍ଗୁର ରସ ପିଇବା ଲାଭଦାୟକ ହୋଇଥାଏ । 

ହୃଦୟକୁ ସୁସ୍ଥ ରଖେ :

ଅଙ୍ଗର ରକ୍ତରେ ନାଇଟ୍ରିକ୍ ଅକ୍ସାଇଡ୍ ସ୍ତରକୁ ନିୟନ୍ତ୍ରଣ କରେ । ଯାହା ରକ୍ତ ଜମାଟ ବାନ୍ଧିବାକୁ ଦିଏନାହିଁ । ପ୍ରତ୍ୟେକ ଦିନ ଅଙ୍ଗୁର ଖାଇଲେ ହୃଦ୍‌ଘାତ ଆଶଙ୍କା କମିଥାଏ । ଅଙ୍ଗୁରରେ ଥିବା ଗୁଡ୍‌ ଆଣ୍ଟି ଅକ୍ସିଡାଣ୍ଟ କୋଲେଷ୍ଟ୍ରଲକୁ ହ୍ରାସ କରିବା ସହ ସ୍ତନ କର୍କଟ ଆଶଙ୍କାକୁ ହ୍ରାସ କରେ । ଅଙ୍ଗୁରରୁ ଦୁଇ ପ୍ରକାର ଉପାଦାନ ରେସଭେରାଟ୍ରୋଲ୍ ଏବଂ କ୍ୱେରେସିଟିନ୍ ମହଜୁଦ ରହିଛି । ଯାହା ଶରୀରକୁ ରେଡିକାଲରୁ ରକ୍ଷା କରି ଧମନୀକୁ ସୁରକ୍ଷା ଦେଇଥାଏ । 

ଆଜମା ରୋଗୀଙ୍କ ଲାଗି ଉପକାରୀ :

ଅଙ୍ଗୁରରେ ଅନେକ ପ୍ରକାର ରୋଗର ପ୍ରତିରୋଧକ ଶକ୍ତି ରହିଛି । ସେହିପରି ଆଜମା ରୋଗୀଙ୍କ ପାଇଁ ଏହା ଲାଭଦାୟକ ହୋଇଥାଏ । ଅଙ୍ଗୁରରେ କାର୍ବୋହାଇଡ୍ରେଟ୍ ଓ ଜଳର ପରିମାଣ ଅଧିକ ଥାଏ, ଯାହା ଫୁସଫୁସ୍‌ରେ ଜଳ ଅଭାବକୁ ହ୍ରାସ କରିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ରିସଭେରାଟ୍ରେଲ୍ ଆଜମା ସମସ୍ୟାକୁ ହ୍ରାସ କରିଥାଏ ବୋଲି ୨୦୧୬ରେ ଜର୍ଜିଆ ଷ୍ଟେଟ୍ ୟୁନିଭର୍ସିଟି ପ୍ରକାଶ କରିଥିଲା । 

ହାଡ଼କୁ ଶକ୍ତ କରେ :

ଅଙ୍ଗୁରରେ କପର, ଆଇରନ୍ ଏବଂ ମାଙ୍ଗାନିଜ୍ ଭରପୂର ମାତ୍ରାରେ ରହିଛି । ଯାହା ହାଡ଼କୁ ଶକ୍ତ କରିଥାଏ । ପ୍ରତିଦିନ ଅଙ୍ଗୁର ଖାଇବା ଦ୍ୱାରା ଅଷ୍ଟିଓପୋରୋସିସ୍ ଭଳି ରୋଗ ଆଶଙ୍କା ହ୍ରାସ ପାଏ । ଏଥିରେ ଥିବା ମାଙ୍ଗାନିଜ୍ ସ୍ନାୟୁ ପ୍ରଣାଳୀକୁ ସୁସ୍ଥ ରଖିଥାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.