ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଅଡ଼ୁଆରେ ବେଗୁନିଆ ବିଧାୟକ, ମିଥ୍ୟା ନିର୍ବାଚନୀ ସତ୍ୟପାଠ ନେଇ ମାମଲା ରୁଜୁ

ଖୋର୍ଦ୍ଧା,୧୬/୧୧: ୨୦୨୪ ସାଧାରଣ  ନିର୍ବାଚନ ପାଇଁ ପାଗ ଭିଡ଼ିଲେଣି ନେତା ।  ଏଭଳି ସମୟରେ ବେଗୁନିଆ ବିଧାୟକ  ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ  ରାଜେନ୍ଦ୍ର କୁମାର ସାହୁଙ୍କ ବିରୋଧରେ କୋର୍ଟରେ ମିଥ୍ୟା ନିର୍ବାଚନୀ ସତ୍ୟପାଠ  ମାମଲା ରୁଜୁ ହୋଇଛି । ଆଦର୍ଶ ଥାନା ଅଧୀନ ୧୫ ନମ୍ବର ୱାର୍ଡର ଡାକ୍ତରଲାଇନ୍‌ସ୍ଥିତ  ଉପେନ୍ଦ୍ର କୁମାର ରାଉତରାୟ ବିଧାୟକଙ୍କ  ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ।  

ଉପେନ୍ଦ୍ର ଅଭିଯୋଗରେ ଦର୍ଶାଇଛନ୍ତି, ଗତ ନିର୍ବାଚନ ସମୟରେ ଉପଜିଲ୍ଲାପାଳ ତଥା  ରିଟର୍ଣ୍ଣିଂ ଅଫିସର ନିକଟରେ ବିଧାୟକ ଦାଖଲ କରିଥିବା ମାଟ୍ରିକ ସାର୍ଟିଫିକେଟ୍‌ ଏବଂ  ଅନ୍ୟାନ୍ୟ କାଗଜପତ୍ରରେ ତ୍ରୁଟି ରହିଛି । ଏ  ନେଇ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମାମଲା (୨୧୩/୨୩) ରୁଜୁ ହୋଇଛି ।  ଅନ୍ୟପଟେ ଏ ନେଇ ବିଧାୟକ ଶ୍ରୀ ସାହୁଙ୍କ  ସହିତ ଯୋଗାଯୋଗ ହୋଇପାରିନାହିଁ ।

Copyright © 2022 - Summa Real Media Private Limited. All Rights Reserved.