ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ସ୍ୱୟଂଚାଳିତ ଜଳସେଚନ କୁଣ୍ଡ

ବଗିଚାରେ ଗଛ ଲଗାଇବା ପାଇଁ ବିଭିନ୍ନ ପ୍ରକାର କୁଣ୍ଡ ଏବଂ ଗ୍ରୋ ବ୍ୟାଗର ବ୍ୟବହାର କରାଯାଉଛି । କିନ୍ତୁ ଇନଡୋରି ଗାର୍ଡେନ୍‌ରେ ଆଜିକାଲି ସେଲ୍ଫ ୱାଟରିଙ୍ଗ୍‌ ପ୍ଲାଣ୍ଟର୍ସ ବା ସ୍ୱୟଂ ଚାଳିତଜଳସେଚନ କୁଣ୍ଡ ଅଧିକ ଲୋକପ୍ରିୟ ହୋଇପାରିଛି ।

ଏହା କ’ଣ

ସ୍ୱୟଂ ଚାଳିତଜଳସେଚନ କୁଣ୍ଡ ସବ୍‌-ଇରିଗେସନ୍‌ ପ୍ଲାଣ୍ଟର୍ସ ଭାବେ ପରିଚିତ । ଏହା ଏକ ଅଲଗା ପ୍ରକାର କୁଣ୍ଡ ଯାହାର ଦୁଇଟି ଭାଗ ଥାଏ । ଉପର ଭାଗରେ ମାଟି ତଥା ତଳ ଭାଗରେ ପାଣି ଭରାଯାଇଥାଏ । ଏହି ଦୁଇଟି ଭାଗ ଏକ ମାଧ୍ୟମ ସଂଯୋଗ ଥାଏ । ଆବଶ୍ୟକ ପଡିଲେ ମାଟି ତଳ ଭାଗରୁ ପାଣି ଅବଶୋଷିତ କରିଥାଏ । ଏହା ବିଶେଷ ଭାବେ ମାଟିର ଆର୍ଦ୍ରତା ସ୍ତର ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଏହାର ଉପଯୋଗ ଇନଡୋର ଏବଂ ଆଉଟ୍‌ଡୋର ଗାର୍ଡେନ୍‌ରେ କରାଯାଇପାରିବ । 

ଗଛ ଲଗାଇବାର ଲାଭ

ଏହି କୁଣ୍ଡର ସବୁଠୁ ବଡ଼ ଗୁଣ ହେଉଛି ଏଥିରେ ଗଛ ଲଗାଇଲେ ବାରମ୍ବାର ପାଣି ଦେବାର ଆବଶ୍ୟକ ନଥାଏ  । ଏହା ବ୍ୟତୀତ ମଧ୍ୟ ଅନେକ ଲାଭ ଅଛି । କ୍ରମାଗତ ଆର୍ଦ୍ରତା ଯୋଗାଣ ସେଲ୍ଫ ୱାଟରିଙ୍ଗ୍‌ କୁଣ୍ଡ ଗଛକୁ କ୍ରମାଗତ ଆର୍ଦ୍ରତା ପ୍ରଦାନ କରିଥାଏ । ଯାହାଦ୍ୱାରା କମ ଏବଂ ଅଧିକ ପାଣି ଦେବାର ସମସ୍ୟା ଦୂରେଇଯାଏ । ଏହା ଗଛର ଉତ୍କୃଷ୍ଟ ବିକାଶ ସ୍ଥିତି ବଜାୟ ରଖିବାରେ ସାହାଯ୍ୟ କରେ ଏବଂ ସୁସ୍ଥ ଗଛ ବୃଦ୍ଧି ପାଇଥାଏ । ଜଳ ସଞ୍ଚୟ ଏହି ପାତ୍ର ବା କୁଣ୍ଡରେ ଜଳ ସିଧାସଳଖ ଗଛର ମୂଳ ପର୍ଯ୍ୟନ୍ତ ପହଞ୍ଚିପାରିଥାଏ । ଯାହାଦ୍ୱାରା ଜଳ ଅପଚୟ କମିଯାଏ ।

ବ୍ୟସ୍ତ ଗାର୍ଡେନରଙ୍କ ପାଇଁ ଏହି କୁଣ୍ଡ ବ୍ୟସ୍ତ ଗାର୍ଡେନରଙ୍କ ପାଇଁ ଲାଭଦାୟକ ହୋଇଥାଏ । ଯେଉଁମାନେ ନିଜ ଗଛକୁ ନିୟମିତ ଜଳ ଦେବାକୁ ଭୁଲିଯାଆନ୍ତି ସେମାନେ ମଧ୍ୟ ଏହାର ଉପଯୋଗ କରିପାରିବେ । ଏହି ପ୍ଲାଣ୍ଟର୍ସ ସାହାଯ୍ୟରେ କମ ପାଣି ଦେଇ ମଧ୍ୟ ଗଛକୁ ସୁସ୍ଥ ରଖାଯାଇପାରିବ । ଉଦ୍ଭିଦର ଚାପଗ୍ରସ୍ଥ ଅବସ୍ଥା ଏହି କୁଣ୍ଡ ନିରନ୍ତର ଆର୍ଦ୍ରତା ଯୋଗାଇ ଉଦ୍ଭିଦକୁ ଅତ୍ୟଧିକ ଜଳ ଚାପରୁ ମୁକ୍ତି ଦିଆଯାଇପାରିବ । ବିଶେଷକରି ଖରା ଦିନରେ ଏହା ଉପଯୋଗୀ । ଇନଡୋର ଏବଂ ଆଉଟଡୋର ଏହାକୁ ଉଭୟ ଇନଡୋର୍‌ ଏବଂ ଆଉଟଡୋର୍‌ରେ ସ୍ଥାନ ଦିଆଯାଇପାରିବ । ଏଥିରେ ହାଉସପ୍ଲାଣ୍ଟରୁ ଆରମ୍ଭ କରି ହର୍ବ ଏବଂ ଫୁଲ ଗଛ ଲଗାଯାଇପାରିବ । 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.