ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାଥୀ ଅଭିନେତ୍ରୀଙ୍କ ସହିତ ନିଜର ସଂପର୍କକୁ ନେଇ ଖୁଲସା କଲେ ଅନନ୍ୟା, କହିଲେ-‘ଭୂମି ପେଡ୍‌ନେକର ମୋର ଆଦର୍ଶ’

ମୁମ୍ବାଇ ୨୨/୦୪: ୨୦୧୯ ମସିହାରେ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ସେହି ଫିଲ୍ମଟି ବକ୍ସ ଅଫିସ୍‌ରେ ବେଶ୍‌ ଭଲ ବ୍ୟବସାୟ କରିଥିଲା । ତା’ପରେ ତାଙ୍କୁ ‘ପତି ପତ୍ନୀ ଔର ୱ’, ‘ଖାଲି ପିଲି’, ‘ଗେହରାଇୟାଁ’, ‘ଡ୍ରିମ ଗାର୍ଲ-୨’, ‘ଖୋ ଗୟେ ହମ୍‌ କହାଁ’ ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା । ଏହି ସମସ୍ତ ଫିଲ୍ମରେ ତାଙ୍କର ଅଭିନୟକୁ ଦର୍ଶକୀୟ ଆଦୃତି ମିଳିଥିଲା । ବିଶେଷ କରି ‘ଖୋ ଗୟେ ହମ୍‌ କହାଁ’ରେ ତାଙ୍କର ଅଭିନୟକୁ ସମୀକ୍ଷକଙ୍କ ସହିତ ଇଣ୍ଡଷ୍ଟ୍ରିର ବହୁ କଳାକାର ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ । ଇତିମଧ୍ୟରେ ଏକ ସାକ୍ଷାତକାରରେ ଅନନ୍ୟା ବଲିଉଡ୍‌ର ସାଥୀ ଅଭିନେତ୍ରୀଙ୍କ ସହିତ ତାଙ୍କର ସଂପର୍କ ନେଇ ବୟାନ ରଖିଛନ୍ତି । 

ଅନନ୍ୟା କହିଛନ୍ତି, ଦୀପିକା ପାଦୁକୋନ୍‌ଙ୍କଠାରୁ ମୁଁ ବହୁତ କିଛି ଶିଖିଛି । ତାଙ୍କ ସହିତ ଗୋଟିଏ ଫିଲ୍ମରେ ମୁଁ ସ୍କ୍ରିନ୍‌ ସେୟାର କରିଥିବାବେଳେ ସେହି ଅନୁଭବ ମୋର ସବୁବେଳେ ମନେ ରହିବ । ଦୀପିକା ଜଣେ ଉଚ୍ଚକୋଟୀର ଅଭିନେତ୍ରୀ ହୋଇଥିବାବେଳେ ସହ କଳାକାରମାନଙ୍କୁ ସବୁବେଳେ ସୁଟିଂ ସେଟ୍‌ରେ ସହଜ ଅନୁଭବ କରାଇଥାନ୍ତି । ସେହିଭଳି ଅଭିନେତ୍ରୀ ଭୂମି ପେଡ୍‌ନେକର ମଧ୍ୟ ମୋର ଆଦର୍ଶ । ଏହି ଦୁଇ ଅଭିନେତ୍ରୀଙ୍କ ସହିତ ମୁଁ ସବୁବେଳେ ଯୋଗାଯୋଗରେ ରହିଥାଏ । ସମସାମୟିକ ଅଭିନେତ୍ରୀଙ୍କ ପ୍ରସଙ୍ଗ ଆସିଲେ ଜାହ୍ନବୀ କପୁର ଓ ସାରା ଅଲ୍ଲୀ ଖାନ୍‌ଙ୍କ ସହିତ ମୋର ସଂପର୍କ ଖୁବ୍‌ ଭଲ । ଆମେ ପରସ୍ପରକୁ ବେଶ୍‌ ସମ୍ମାନ ଦେଉ । ଆମ ମଧ୍ୟରେ ଅହଂକାରର ସ୍ଥାନ ନାହିଁ । 

ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଅନନ୍ୟାଙ୍କୁ ଆଗକୁ ‘କଣ୍ଟ୍ରୋଲ’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହିତ ଭିହାନ୍‌ ସାମତ୍‌, ଦେବିକା ବତ୍ସ ପ୍ରମୁଖ ନଜର ଆସିବେ । ବିକ୍ରମାଦିତ୍ୟ ମୋଟୱାନେ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ସେହିପରି ଅଭିନେତା ଅକ୍ଷୟ କୁମାର ଓ ଆର୍‌ ମାଧବନ୍‌ଙ୍କ ସହିତ ‘ଶଙ୍କର’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ । ଏହି ପିରିୟଡ୍‌ ଡ୍ରାମାଟି ସି ଶଙ୍କରନ୍‌‌ ନାୟାରଙ୍କ ଜୀବନ ଉପରେ ପର୍ଯ୍ୟବସିତ । କରନ୍‌ ଜୋହର ଏହି ଫିଲ୍ମର ପ୍ରଯୋଜନାରେ ଅଛନ୍ତି ।

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.