ବୈପାରୀଗୁଡା, ୧୮/୦୬ : ମହିଳାଙ୍କ ଗଳିତ ଶବ ଉଦ୍ଧାର। ବୈପାରୀଗୁଡା ଥାନା ଅନ୍ତର୍ଗତ ତେନ୍ତୁଳିଗୁମ୍ମାର ମିନାକ୍ଷୀ ପାୱାର ପ୍ରାଇଭେଟ ଲିମିଟେଡ଼ ନିକଟରେ ଥିବା କୋଲାବ ନଦୀ କୂଳରୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି।
ସୂଚନାନୁଯାୟୀ, ତେନ୍ତୁଳିଗୁମ୍ମାର ମିନାକ୍ଷୀ ପାୱାର ପ୍ରାଇଭେଟ ଲିମିଟେଡ଼ ନିକଟରେ ଥିବା କୋଲାବ ନଦୀ କୂଳରେ ଜଣେ ଅଜଣା ମହିଳାଙ୍କ ଶବ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ମହିଳାଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତ ମହିଳା ଜଣଙ୍କ କିଏ ଆଉ କିପରି ତାଙ୍କର ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହଛି। ପୋଲିସ ଏନେଇ ତଦନ୍ତ ଜାରି ରଖିଛି। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି କୁହାଯାଉଛି।