ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଟବାକୋ ଠାରୁ ଆହୁରି ଘାତକ ବାୟୁ ପ୍ରଦୂଷଣ: ୨୦୨୧ରେ ଯାଇଛି ୮୧ ଲକ୍ଷ ଜୀବନ, ଭାରତରେ ସ୍ଥିତି ସଙ୍ଗୀନ

ନୂଆଦିଲ୍ଲୀ: ମଣିଷ ପାଇଁ ଘାତକ ହେବାରେ ଲାଗିଛି ବାୟୁ ପ୍ରଦୂଷଣ । ସ୍ଥିତି ଏପରି ହେଲାଣି ଯେ, ବିଶ୍ବରେ ଦ୍ବିତୀୟ ସର୍ବାଧିକ ମୃତ୍ୟୁର କାରଣ ପାଲଟିଛି ବାୟୁ ପ୍ରଦୂଷଣ । ଏନେଇ ବୁଧବାର ପ୍ରକାଶ ପାଇଥିବା ‘ଦ ଷ୍ଟେଟ୍‌ ଅଫ୍‌ ଗ୍ଲୋବାଲ୍‌ ଏୟାର (SoGA) ୨୦୨୪’ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । ଏହି ରିପୋର୍ଟ ଅନୁସାରେ, ୨୦୨୧ରେ ବାୟୁ ପ୍ରଦୂଷଣ ଯୋଗୁଁ ସମଗ୍ର ବିଶ୍ବରେ ୮୧ ଲକ୍ଷ ଲୋକଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ୫ ବର୍ଷରୁ କମ୍ ବୟସର ୭ ଲକ୍ଷ ଶିଶୁ ସାମିଲ ଅଛନ୍ତି । ଆମେରିକୀୟ ଏନଜିଓ ହେଲ୍ଥ ଇଫେକ୍ଟସ୍‌ ଇନଷ୍ଟିଚ୍ୟୁଟ୍‌ (HEI) ୟୁନିସେଫ୍‌ର ସହାୟତାରେ ଏହି ରିପୋର୍ଟ ପ୍ରକାଶ କରିଛି। ବିଶେଷ କରି ୫ ବର୍ଷ ଏବଂ ତାଠୁ କମ୍‌ ବୟସର ଶିଶୁ ବାୟୁ ପ୍ରଦୂଷଣ ଦ୍ବାରା ଅଧିକ ପ୍ରଭାବିତ ହୋଇଛନ୍ତି ।

ଦକ୍ଷିଣ ଏସିଆରେ ୨,୬୦,୬୦୦ ଶିଶୁଙ୍କ ଜୀବନ ନେଇଛି ଏୟାର ପଲ୍ୟୁସନ୍‌ ବା ବାୟୁ ପ୍ରଦୂଷଣ । ଅପପୁଷ୍ଟି ପରେ ବାୟୁ ପ୍ରଦୂଷଣ ଦ୍ବିତୀୟ ସର୍ବାଧିକ ଶିଶୁ ମୃତ୍ୟୁର କାରଣ । ଯଦିଓ ବାୟୁ ପ୍ରଦୂଷଣ ରୋକିବା ଦିଗରେ ବିଭିନ୍ନ କାର୍ଯ୍ୟ ଫଳରେ ୨୦୦୦ ମସିହାରେ ଶିଶୁ ମୃତ୍ୟୁହାର ୫୩ ପ୍ରତିଶତ କମିଛି କିନ୍ତୁ ବର୍ତ୍ତମାନର ଏହି ରିପୋର୍ଟ ପୁଣି ଥରେ ବିଶ୍ବ ପାଇଁ ଆହ୍ବାନ ସୃଷ୍ଟି କରିଛି । ଭାରତରେ ମଧ୍ୟ ସମାନ ଅବସ୍ଥା । ୨୦୨୧ରେ ଭାରତରେ ସର୍ବାଧିକ ଶିଶୁଙ୍କ ମୃତ୍ୟୁ ବାୟୁ ପ୍ରଦୂଷଣ ଜନିତ କାରଣ ଯୋଗୁଁ ହୋଇଛି । କିନ୍ତୁ ଏହି ସଂଖ୍ୟା ସମୟ କ୍ରମେ ଦ୍ରୁତ ହ୍ରାସ ଘଟଥିବା ରିପୋର୍ଟରେ କୁହାଯାଇଛି ।

ସେପଟେ ଓଜନ ଗ୍ୟାସ୍‌ ସଂସ୍ପର୍ଶରେ ଆସିବା ଦ୍ବାରା ୨୦୦୦ ମସିହାରେ ଭାରତରେ ୯୩ ହଜାର ଜୀବନ ଯାଇଥିଲା । କିନ୍ତୁ ୨୦୨୧ ବେଳକୁ ଏହି ସଂଖ୍ୟା ୨,୭୨,୦୦୦ରେ ପହଞ୍ଚିଥିଲା । ରିପୋର୍ଟ ଅନୁସାରେ, ଦକ୍ଷିଣ ଏସିଆ, ପୂର୍ବପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ଆଫ୍ରିକାରେ ବାୟୁ ପ୍ରଦୂଷଣ ଜନିତ ମୃତ୍ୟୁ ସଂଖ୍ୟା ବେଶୀ । ଏହି ସବୁ ସ୍ଥାନରେ ଏକ ବିଲିୟନ ଲେଖାଏଁ ଲୋକଙ୍କ ଜୀବନ ଯାଇଥିବା ବେଳେ ଭାରତରେ ୨୧ ଲକ୍ଷ  ଜୀବନ ନେଇଛି ବାୟୁ ପ୍ରଦୂଷଣ ।  ସେହିଭଳି ଚୀନ୍‌ରେ ୨୩ ଲକ୍ଷ ଲୋକ ବାୟୁ ପ୍ରଦୂଷଣରେ ଜୀବନ ହରାଇଛନ୍ତି । ଏହି ସବୁ ଦେଶ ମୋଟ ୫୪% ବାୟୁ ପ୍ରଦୂଷଣ ଜନିତି ରୋଗର ହବ୍‌ ।

ସେହିଭଳି ୨୦୨୧ରେ ଭାରତରେ ଓଜନ ଜନିତ ସିଓପିଡି (କ୍ରୋନି୍‌, ଅବ‌ଷ୍ଟ୍ରକ୍ଟିଭ୍‌ ପଲମୋନାରି ଡିଜିଜ୍‌) ମୃତ୍ୟୁସଂଖ୍ୟା  ୫୦ ପ୍ରତିଶତ ଅର୍ଥାତ ୨,୩୭,୦୦୦ ଥିଲା ।  ଚୀନ୍‌ରେ ଏହି ସଂଖ୍ୟା ୧,୨୫,୬୦୦  ଏବଂ ବାଂଲାଦେଶରେ ଏଥିଯୋଗୁଁ ୧୫୦୦ ମୃତ୍ୟୁ ହୋଇଥିଲା । ଭାରତ, ପାକିସ୍ତାନ, ନାଇଜେରିଆ ଏବଂ ବ୍ରାଜିଲ୍‌ରେ ଓଜନ୍‌ ଗ୍ୟାସ ସଂସ୍ପର୍ଶରେ ଆସି ବିଭିନ୍ନ ରୋଗରେ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା ଖୁବ ଅଧିକ ବୋଲି ରିପୋର୍ଟରୁ ଜଣାପଡ଼ିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.