ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା କିଏ, ଯାହାଙ୍କୁ ରାବଡୀ ଦେବୀଙ୍କ ସହ କରାଯାଉଛି ତୁଳନା

ରାଞ୍ଚି : ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଉପରେ ଗିରଫଦାରୀର ଖଣ୍ଡା ଝୁଲୁଛି। ଦୀର୍ଘ ସମୟରୁ ଏହା ବି ଅନୁମାନ କରାଯାଉଛି କି , ସେ ନିଜ ପତ୍ନୀ କଳ୍ପନା ସୋରେନଙ୍କ ରାଜ୍ୟର ଦାୟିତ୍ୱ ଦେଇ ପାରନ୍ତି। ୪୦ ଘଣ୍ଟା ଯାଏ ଗାଏବ ରହିବା ପରେ ମଙ୍ଗଳବାର ଯେବେ ହେମନ୍ତ ସୋରେନ ବିଧାୟକଙ୍କ ବୈଠକ ପାଇଁ ସର୍କିଟ ହାଉସ୍‌ରେ ପହଞ୍ଚିଲେ , ସେଠାରେ କଳ୍ପନା ମଧ୍ୟ ଉପସ୍ଥିତ ଥିଲେ।   

ହେମନ୍ତ ସୋରେନଙ୍କ ପତ୍ନୀ ହେବେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ! ବିଧାୟକଙ୍କ ବୈଠକକୁ ଦେଖି ଚର୍ଚ୍ଚା ଜୋର

ଏଥିରୁ ଅନୁମାନ କରାଯାଉଛି କି, ଖୁବ୍‌ ଶୀଘ୍ର ହେମନ୍ତ ସୋରେନ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରି ପାରନ୍ତି। ବିଜେପି ସାଂସଦ ନିଶିକାନ୍ତ ଦୁବେ ପୂର୍ବରୁ ମଧ୍ୟ ଏହି କଥାର ଦାବି କରି ସାରିଛନ୍ତି କି, ହେମନ୍ତ ନିଜର ସହଯୋଗୀ ବିଧାୟକଙ୍କୁ ରାଞ୍ଚି ଡକାଇଛନ୍ତି। 

ବର୍ତ୍ତମାନ ଚର୍ଚ୍ଚାରେ ଥିବା କଳ୍ପନା ସୋରେନ ଓଡିଶାର ମୟୁରଭଞ୍ଜର ଏକ ବ୍ୟବସାୟୀ ପରିବାରର ଝିଅ। ସେ ନିଜର ଏକ ପ୍ଲେୱେ ସ୍କୁଲ ଚଲାନ୍ତି। ତାଙ୍କର ଦୁଇ ଝିଅ ନିଖିଲ ଓ ଅଂଶ ଅଛନ୍ତି। ତାଙ୍କର ଜନ୍ମ ୧୯୭୬ରେ ରାଞ୍ଚିରେ ହୋଇଥିଲା। ସେ ନିଜର ଗ୍ରାଜୁଏସନ ରାଞ୍ଚିରୁ ଶେଷ କରିଛନ୍ତି। ୭ ଫେବ୍ରୁଆରୀ ୨୦୦୬ରେ କଳ୍ପନା ଓ ହେମନ୍ତଙ୍କର ବିବାହ ହୋଇଥିଲା। କୁହାଯାଏ କି, ଏହା ଆରେଞ୍ଜ ମ୍ୟାରେଜ ଥିଲା। 

କଳ୍ପନା ସେତେବେଳେ ବି ଚର୍ଚ୍ଚାକୁ ଆସିଥିଲେ , ଯେବେ ବିଜେପି ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ହାସ ଅଭିଯୋଗ ଲଗେଇ ଥିଲେ କି, ହେମନ୍ତ ସୋରେନ ପତ୍ନୀଙ୍କ ବ୍ୟବସାୟ ପାଇଁ ପ୍ଲଟ୍‌ ଆବଣ୍ଟିତ କରିବାକୁ ଅଧିକାର ଗୁଡିକୁ ଦୁରୁପଯୋଗ କରିଛନ୍ତି। ଅଭିଯୋଗ ଥିଲା କି, ଆଦିବାସୀଙ୍କ ପାଇଁ ତିଆରି କରାଯାଇ ଥିବା ପ୍ଲଟ୍‌ ପୁଲରେ କଳ୍ପନା ସୋରେନଙ୍କ କମ୍ପାନୀ ସୋହରାଇ ପ୍ରାଇଭେଟ୍‌ ଲିମିଟେଡ୍‌ ପାଇଁ ଜମି ଆବଣ୍ଟିତ କରାଯାଇଛି। 

ସେପଟେ କିନ୍ତୁ ହେମନ୍ତ ସୋରେନ ମନା କରିଥିଲେ କି, ସେ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଦେବେ ନାହିଁ। ହେଲେ ଏବେ ସୋସିଆଲ ମିଡ଼ିଆରେ କଳ୍ପନାକୁ ନେଇ ମୁଖ୍ୟମନ୍ତ୍ରୀ ହେବାର ଚର୍ଚ୍ଚା ଜୋର ଧରିଛି। ଅନେକ ଲୋକ ତାଙ୍କୁ ରାବିଡୀ ଦେବୀଙ୍କ ସହ ତୁଳନା କରୁଛନ୍ତି।

୧୯୯୬ ମସିହା କଥା। ଯେବେ ଲାଲୁ ପ୍ରସାଦ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ଉପରେ ଚାରା ଘୋଟାଲର ଅଭିଯୋଗ ଲାଗିଥିଲା ଏବଂ ସିବିଆଇ ଯାଞ୍ଚ କରିଥିଲା। ତାଙ୍କ ଉପରେ ମଧ୍ୟ ଗିରଫଦାରୀର ଖଣ୍ଡା ଝୁଲୁ ଥିଲା। ଏହାପରେ ଲାଲୁ ପ୍ରସାଦ ଯାଦବ ରାବଡୀ ଦେବୀଙ୍କୁ ବିହାରର ମୁଖ୍ୟମନ୍ତ୍ରୀ କରି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.