ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଅଷ୍ଟ୍ରେଲିଆ ଚତୁର୍ଥଥର ବିଶ୍ୱ ଚାମ୍ପିଅନ୍, ଅଣ୍ଡର-୧୯ରେ ଭାରତର ଷଷ୍ଠ ଟ୍ରଫି ଆଶା ଧୂଳିସାତ୍

Published By : Sushanta Sahu | February 11, 2024 9:54 PM

ବେନୋନି, ୧୧/୦୨: ପୁଣି ନିରାଶ କଲା ଭାରତୀୟ କ୍ରିକେଟ୍ ଦଳ । ଅଷ୍ଟ୍ରେଲିଆ ଠାରୁ ଫାଇନାଲରେ ପରାସ୍ତ ପରେ ଭାଙ୍ଗିଛି ବିଶ୍ୱକପ୍ ସ୍ୱପ୍ନ । ସିନିୟରଙ୍କ ପରେ ଦେଶବାସୀଙ୍କୁ ନିରାଶ କରିଛି ଅଣ୍ଡର-୧୯ ଟିମ୍ । ଲଗାତାର ୬ଟି ମ୍ୟାଚ୍ ଜିତି ଅଣ୍ଡର-୧୯ ବିଶ୍ୱକପର ଫାଇନାଲରେ ପହଞ୍ଚିଥିବା ଭାରତ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଛି । ଏହା ପୂର୍ବରୁ ଭାରତୀୟ ଦଳ ୨୦୨୩ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା ।

ରବିବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ଭାରତକୁ ହରାଇ ୧୯ ବର୍ଷରୁ କମ ବିଶ୍ଵକପ୍ ଟାଇଟଲ୍ ଜିତିଛି ଅଷ୍ଟ୍ରେଲିଆ । ଭାରତର ଷଷ୍ଠ ଟ୍ରଫି ଆଶାରେ ଧୂଳି ଦେଇ କଙ୍ଗାରୁ ଦଳ ଚତୁର୍ଥ ଥର ପାଇଁ ହାତେଇଛି ଟ୍ରଫି । ଏଥିସହ ୧୯ ବର୍ଷରୁ କମ୍ ବିଶ୍ଵକପରେ ଭାରତ ପରେ ଅଷ୍ଟ୍ରେଲିଆ ଦ୍ଵିତୀୟ ସଫଳ ଦଳ ହୋଇଛି ।

ଫାଇନାଲ୍ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟ୍ ହରାଇ ୨୫୩ ରନ୍ କରିଥିଲା ଅଷ୍ଟ୍ରେଲିଆ । ଜବାବରେ ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ କରିଥିଲା । ନିୟମିତ ବ୍ୟବଧାନରେ ଖସି ଚାଲିଥିଲା ୱିକେଟ୍ । ୪୩.୫ ଓଭରରେ ଭାରତୀୟ ଦଳ ୧୭୪ ରନରେ ଅଲଆଉଟ୍ ହୋଇଛି । ଫଳରେ କଙ୍ଗାରୁ ଦଳ ମ୍ୟାଚକୁ ୭୯ ରନରେ ଜିତିନେବା ସହ ଚାମ୍ପିଅନ୍ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.