ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଝାରସୁଗୁଡ଼ା ବିଜେଡି ନେତୃତ୍ୱକୁ ଚ୍ୟାଲେଞ୍ଜ, ଦୀପାଳିଙ୍କ ବାଟ ଓଗାଳିବେ ତ୍ରିନାଥ !

ଝାରସୁଗୁଡ଼ା,୧୬/୧୧: ଝାରସୁଗୁଡ଼ା ରାଜନୀତିରେ ଏବେ ନବ ଲିଗାସି ଓ  କିଶୋର ଲିଗାସିର ସଂଘର୍ଷ ଖୋଲାଖୋଲି  ହେବାକୁ ଆରମ୍ଭ କରିଛି । ଯାହାକି କେବଳ ଝାରସୁଗୁଡ଼ା ନୁହେଁ ବ୍ରଜରାଜନଗର, ରେଙ୍ଗାଲି ବିଧାନସଭା କ୍ଷେତ୍ରରେ ପ୍ରଭାବ ପକାଇବାର ଆଶଙ୍କା ସୃଷ୍ଟି କଲାଣି। ସ୍ୱର୍ଗତ  ନବ ଦାସଙ୍କ ପରେ ବିଧାୟିକା ଦୀପାଳି ଦାସ  ଝାରସୁଗୁଡ଼ା ବିଜେଡ଼ିକୁ ନେତୃତ୍ୱ ପ୍ରଦାନ କରୁଥିବା ବେଳେ ଏବେ ତାଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରି ଦଳ ଭିତରେ ତ୍ରିନାଥ ଗୁଆଲ ମୁଣ୍ଡ ଟେକିଛନ୍ତି । 

ବିଜେଡ଼ି ନେତା କିଶୋର ମହାନ୍ତିଙ୍କ  ପରଲୋକ ପରେ ଅନୁଷ୍ଠିତ ଝାରସୁଗୁଡ଼ା  ପୌର ନିର୍ବାଚନରେ କିଶୋରଙ୍କ ଏକାନ୍ତ  ଅନୁଗତ ତ୍ରିନାଥ ଝାରସୁଗୁଡ଼ା ନଗରପାଳ ପ୍ରାର୍ଥୀ ହେବାକୁ ପ୍ରମୁଖ ଦାବିଦାର ଥିଲେ । ମାତ୍ର ସେ ସମୟରେ ସ୍ୱର୍ଗତ ନବ ଦାସ  ତ୍ରିନାଥଙ୍କ ସ୍ଥାନରେ ରାନୀ ହାତୀଙ୍କୁ ଟିକଟ  ଦେଇଥିଲେ । ଯାହାକି ତ୍ରିନାଥଙ୍କୁ ବିଦ୍ରୋହୀ  କରାଇଥିଲା । ସେ ଦୀର୍ଘ ପ୍ରାୟ ଦୁଇ  ଦଶନ୍ଧିର ସଂପର୍କ ତୁଟାଇ ବିଜେପିରେ ମିଶିଥିଲେ । ପୌର ନିର୍ବାଚନରେ ଲଢେଇ  କରି ତ୍ରିନାଥ ବିଜେପି ପ୍ରାର୍ଥୀ ଭାବେ  ପରାଜିତ ହୋଇଥିଲେ । 

ଗତ ଉପନିର୍ବାଚନ ବେଳେ ବିଜେଡି  ତୁଙ୍ଗ ନେତାଙ୍କ ପ୍ରୟାସରେ ତ୍ରିନାଥଙ୍କ ଘର  ବାହୁଡ଼ା ହୋଇଥିଲା । ସେ ବିଜେଡ଼ିକୁ  ଫେରିବା ପରେ ଦଳ ବିରୋଧରେ ଯିବାର  ନଜର ଆସୁନାହିଁ । ମାତ୍ର ନବ ଲିଗାସି  ବିରୋଧରେ ତାଙ୍କ ଭିତରେ ଜଳୁଥିବା ନିଆଁ  କେଉଁଠି ନାଁ କେଉଁଠି ଫୁଟି ଉଠୁଛି। ଆଗକୁ  ବିଜେଡ଼ିକୁ ଝଟକା ଦେବା ଲାଗି ବଡ଼  ଯୋଜନା ପ୍ରସ୍ତୁତ ପୂର୍ବକ କିଛି ନେତାଙ୍କୁ ନବ  କ୍ୟାମ୍ପରୁ ଖସାଇ ଆଣିବାର ପ୍ରୟାସ ଚାଲିଛି ।  ତ୍ରିନାଥ ଦଳ ଭିତରେ ରହିଥିବା ଅସନ୍ତୁଷ୍ଟଙ୍କୁ  ନେତୃତ୍ୱ ପ୍ରଦାନ କରିବାକୁ ପ୍ରୟାସ  କରୁଛନ୍ତି । 

ଆଗକୁ କିଛି ନେତାଙ୍କୁ  ନବ କ୍ୟାମ୍ପରୁ  ଖସାଇ ଆଣି  ବିଜେଡ଼ିକୁ କିଭଳି ଦୁର୍ବଳ କରାଯାଇ  ପାରିବ ସେହି ଷ୍ଟ୍ରାଟେଜି ଆପଣେଇ ଏବେ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି ।  ବିରୋଧୀଙ୍କୁ ଝଟ୍‌କା ଦେବା ଲାଗି ଶାସକ  ଗୋଷ୍ଠୀ ଝାରସୁଗୁଡ଼ାରେ ରଣନୀତି  ପ୍ରସ୍ତୁତ କରିବା ସହ ନିର୍ବାଚନ ପୂର୍ବରୁ  କିଛି ନେତାଙ୍କୁ ନିଜ ଆଡ଼କୁ ଖସାଇବାର  ପ୍ରୟାସ ଚାଲିଛି । ଏହି ଛକାପଞ୍ଛା ମଧ୍ୟରେ  ଝାରସୁଗୁଡ଼ା ରାଜନୀତି ରୋଚକ ମୋଡ଼  ନେବ ଏଥିରେ ସନ୍ଦେହ ନାହିଁ ।

Copyright © 2022 - Summa Real Media Private Limited. All Rights Reserved.