ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ବିକ୍ରି ହେବ ହଳଦୀରାମ ! ୫୧ ପ୍ରତିଶତ ଅଂଶଧନ କିଣିବାକୁ ଟାଟା ଗ୍ରୁପର ପ୍ରସ୍ତୁତି

Haldiram

ନୂଆଦିଲ୍ଲୀ୦୬/୦୯: ଦେଶର ପ୍ରସିଦ୍ଧ ବ୍ରାଣ୍ଡ ହଳଦୀରାମ । ନମକିନରୁ ନେଇ ଭୁଜିଆ ଓ ମିଠାଇ ସବୁ କିଛି ବିକ୍ରି କରୁଥିବା ହଳଦୀରାମ ଏବେ ବିକ୍ରି ହେବାକୁ ଯାଉଛି । ଏହାକୁ ଟାଟା ଗ୍ରୁପର କମ୍ପାନୀ ଟାଟା କଞ୍ଜୁମର ପ୍ରଡକ୍ଟ୍ସ କିଣିପାରେ । ଏକ ରିପୋର୍ଟରେ ଦାବି କରାଯାଇଛି, ଉଭୟ କମ୍ପାନୀ ମଧ୍ୟରେ ଏନେଇ ଆଲୋଚନା ଚାଲିଛି । 

୮୫ ବର୍ଷର ସ୍ନାକ୍ସ କାରବାର

ପ୍ରାୟ ୮୫ ବର୍ଷ ତଳେ ୧୯୩୭ରେ ଭୁଜିଆ, ନମକିନ୍ ଓ ମିଠାଇ ବିକ୍ରି ଆରମ୍ଭ କରିଥିଲା ହଳଦୀରାମ । ଦୀର୍ଘ ବର୍ଷ ଧରି କମ୍ପାନୀ ଏହି କ୍ଷେତ୍ରରେ ଦବଦବା ଜାହିର୍ କରି ଆସିଛି । ରୟଟର୍ସ ରିପୋର୍ଟ ଅନୁସାରେ, ହଳଦୀରାମର ୫୧ ପ୍ରତିଶତ ଅଂଶଧନ କିଣି ଟାଟା କଞ୍ଜୁମର ଏହାକୁ ନିଜର କରିବାକୁ ଚାହୁଁଛି । ତେବେ ଏ ଡିଲ୍ ନେଇ ଉଭୟ ହଳଦୀରାମ ଓ ଟାଟା କଞ୍ଜୁମର କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । 

ଅଲିବାବା ପରେ ଧୂମ୍ ମଚାଉଛି ଚାଇନିଜ୍ ସପିଂ ଆପ୍ ‘ଟେମୁ’, ଏକାଧିକ ଦେଶରେ ପଛରେ ପଡ଼ିଲା ଆମାଜନ୍

ଏହି ଡିଲ୍ ପାଇଁ ହଳଦୀରାମ ପକ୍ଷରୁ ୧୦ ଅରବ ଡଲାରର ଭ୍ୟାଲୁଏସନ୍ ରଖା ଯାଇଛି । ଉଭୟ କମ୍ପାନୀ ଏନେଇ କଥାବାର୍ତ୍ତା କରୁଥିବା ବେଳେ କୌଣସି ନିଷ୍ପତ୍ତି ଏବେ ସୁଦ୍ଧା ହୋଇ ନାହିଁ । ରିପୋର୍ଟରେ କୁହାଯାଇଛି, ଟାଟା ଗ୍ରୁପ୍ ୫୧ ପ୍ରତିଶତରୁ ଅଧିକ ଅଂଶଧନ କିଣିବାକୁ ଚାହୁଁଛି । ତେବେ ହଳଦୀରାମ ପକ୍ଷରୁ କୁହାଯାଇଛି, ଏହି ଦାବି ବହୁତ ଅଧିକ ।

ଯଦି ହଳଦୀରାମ୍ ସହ ଟାଟା ଗ୍ରୁପରେ ଏହି ଡିଲ୍ ସଫଳ ହୁଏ ତାହେଲେ ଟକ୍କର ମୁକେଶ ଅମ୍ବାନୀଙ୍କ ସହ ହେବ । କାରଣ ପୂର୍ବରୁ ଅମ୍ବାନୀଙ୍କ ରିଲିଆନ୍ସ ରିଟେଲ୍, ଆଇଟିସି ସମେତ ଅନ୍ୟ ବଡ଼ କମ୍ପାନୀ ବଜାରରେ ରହିଛନ୍ତି । ହଳଦୀରାମ ୧୦ ପ୍ରତିଶତ ଅଂଶଧନ ବିକ୍ରି ଲାଗି ୱେନ କ୍ୟାପିଟାଲ୍ ସମେତ ଅନ୍ୟ ଘରୋଇ ଇକ୍ୱିଟି ଫାର୍ମ୍ସ ସହ ଆଲୋଚନା କରୁଛି । 

ଏଲନ ମସ୍କଙ୍କୁ ହତ୍ୟା ଭୟ, ଏଭଳି ଆଶଙ୍କା କରୁଛନ୍ତି ଦୁନିଆର ସବୁଠାରୁ ଧନୀବ୍ୟକ୍ତିଙ୍କ ବାପା

ଦେଶରେ ୧୫୦ରୁ ଅଧିକ ରେଷ୍ଟୁରାଣ୍ଟ

ୟୁରୋମନିଟର ଅନୁସାରେ, ଭାରତରେ ସ୍ନାକ୍ସ ମାର୍କେଟ ୬.୨ ଅରବ ଡଲାରର । ଭାରତୀୟ ମାର୍କେଟରେ ହଳଦୀରାମର ୧୩ ପ୍ରତିଶତ ଅଂଶ ରହିଥିବା ବେଳେ ପେପ୍ସିର ଲେଜ୍ ଚିପ୍ସର ୧୨ ପ୍ରତିଶତ ଅଂଶ ରହିଛି । ଭାରତ ବାହାରେ ସିଙ୍ଗାପୁର ଓ ଆମେରିକା ଭଳି ବିଦେଶ ବଜାରରେ ହଳଦୀରାମ ସାମଗ୍ରୀର ଚାହିଦା ରହିଛି । ଦେଶରେ ହଳଦୀରାମର ୧୫୦ରୁ ଅଧିକ ରେଷ୍ଟୁରାଣ୍ଟ ରହିଛି । ଯେଉଁଠି କମ୍ପାନୀ ସ୍ଥାନୀୟ ଖାଦ୍ୟ ସହ ମିଠାଇ ଓ ଅନ୍ୟ ଖାଦ୍ୟ ବିକ୍ରି କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.