ପ୍ରମୂଖ ଖବର
  • ବୌଦ୍ଧ : ରାଜ୍ୟ ବାହାରକୁ ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି, ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପୋଲିସ
  • ||
  • ୧୩ରେ ବିଧାନସଭା ବଜେଟ୍‌ ଅଧିବେଶନ: ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ବସିଲା ସର୍ବଦଳୀୟ ବୈଠକ
  • ||
  • କାଠଯୋଡ଼ି ନଦୀରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅନୁଗୁଳ : ସାମାନ୍ୟ ବଚସାକୁ ନେଇ ଗୁଳିମାଡ଼, ନାବାଳକ ଆହତ
  • ||
  • ନୟାଗଡ଼ : ଦୋକାନକୁ ପିଟିଲା କାର୍: ୨ମୃତ, ଡ୍ରାଇଭର୍‌ ଫେରାର୍‌
  • ||
  • ଭୀମ୍‌ସାରରେ ରାଗିଂ ଅଭିଯୋଗ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ମାଡ଼ ମାରିଲେ ସିନିୟର୍
  • ||
  • ଭୁବନେଶ୍ୱର : ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଅଧଘଣ୍ଟା ଅଟକିଲା ଟ୍ରେନ୍‌
  • ||
  • କୋଣାର୍କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୩ ଯୁବକଙ୍କ ଜୀବନ
  • ||

ପାକିସ୍ତାନ ଇତିହାସରେ ପ୍ରଥମ, ଅଟା ଓ କ୍ଷୀରଠାରୁ ମହଙ୍ଗା ହେଲା ଚିନି

Published By : Tapas Panda | September 4, 2023 6:28 PM

Image Courtesy: Dawn

ଇସଲାମାବାଦ, ୦୪/୦୯: ପାକିସ୍ତାନରେ ମହଙ୍ଗା ମାଡ । ରେକର୍ଡ ବ୍ରେକ କରିବାରେ ଲାଗିଛି ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ବଜାର ମୂଲ୍ୟ । ଅଟା, କ୍ଷୀର, ଚିନି ଏସବୁର ଦାମ ଆକାଶଛୁଆଁ ହୋଇଛି । ଶେହବାଜ ଶରିଫଙ୍କ ସରକାର ନଥିବା ବେଳେ ଏବେ କାମଚଳା ପ୍ରଧାନମନ୍ତ୍ରୀ ଦେଶ ସମ୍ଭାଳୁଛନ୍ତି । ଅନ୍ତରୀଣ ସରକାରଙ୍କ ପଛରେ ରହି ସେନା ଦେଶ ଚଳାଉଛି ବୋଲି କୁହାଯାଉଥିବା ବେଳେ ପାକିସ୍ତାନର ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । 

ଅନଲାଇନ୍‌ ଡେଲିଭରୀରେ ମଧ୍ୟ ଲାଗିବ ରୋକ୍, ଜି-୨୦ ସମ୍ମିଳନୀ ବେଳେ ଦିଲ୍ଲୀରେ ସ୍ୱତନ୍ତ୍ର ପ୍ରସ୍ତୁତି

ବିଜୁଳି ଦର କଥା ନକହିବା ଭଲ । ୟୁନିଟ ପିଛା ୬୪ ଟଙ୍କାରେ ପହଞ୍ଚିଛି ବିଜୁଳି । ସେପଟେ ପାକିସ୍ତାନ ଇତିହାସରେ ସବୁଠୁ ମହଙ୍ଗା ହୋଇଛି ଚିନି । ପାକିସ୍ତାନର ସାଧାରଣ ଲୋକଙ୍କୁ ଗୁରୁତର ପ୍ରଭାବିତ କରିଛି ଆକାଶଛୁଆଁ ଚିନି ଦର । ଅଟା ଏବଂ କ୍ଷୀର ଠାରୁ ଚିନ ଦାମ ଅଧିକ ବୃଦ୍ଧି ପାଇବାକୁ ନେଇ ଚିନ୍ତା ପ୍ରକାଶ ପାଇଛି।  କାରଣ ପାକିସ୍ତାନ ଇତିହାସରେ ଚିନି ଦାମ କେବେ ବି କ୍ଷୀର ଏବଂ ଅଟା ଠାରୁ ଅଧିକ ହୋଇନଥିଲା । ଦେଶରେ ଏବେ ଚିନି କିଲୋ ପ୍ରତି ୧୯୦ରୁ ୨୦୫ ଟଙ୍କାରେ ବିକ୍ରି ହେଉଛି । ଅଟାର ମୁଲ୍ୟ ୧୭୦-୧୮୦ ଟଙ୍କା ପ୍ରତି କିଲୋ ଥିବା ବେଳେ ଏକ ଲିଟର କ୍ଷୀରର ମୂଲ୍ୟ ୧୬୫ରୁ ୨୦୦ ଟଙ୍କା ରହିଛି । ସେପଟେ ଦେଶରେ ଦରଦାମ ବୃଦ୍ଧିକୁ ନେଇ ଶେହବାଜଙ୍କ ସହଯୋଗୀ ଦଳରେ କନ୍ଦଳ ଆରମ୍ଭ ହୋଯାଇଛି । 

ଶେହବାଜ ଶରିଫଙ୍କ ଦଳ ପିଏମଏଲ-ଏନ୍‌ ଏବଂ ବିଲାବଲ ଭୁଟୋଙ୍କ ଦଳ ପିପିପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଶେହବାଜଙ୍କ ଦଳ ନେତା ଦରଦାମ ବୃଦ୍ଧି ପାଇଁ ପିପିପି ନେତାଙ୍କୁ  ଦାୟୀ କରିଛନ୍ତି । ଏହା ସହ ପିପିପି ନେତାଙ୍କୁ ଏ ସଂପର୍କରେ ପଚାରିବା ଆବଶ୍ୟକ ବୋଲି କହିଛନ୍ତି ପିଏମଏଲ-ଏନ୍ ନେତା ଏହଶାନ୍‌ ଇକବାଲ ।  ସେ ଚେତାବନୀ ଦେଇ କହିଛନ୍ତି, ଯଦି ଗମ୍ଭୀରତା ସହ ଚିନି ସମସ୍ୟା ଦୂର କରାନଯାଏ ତେବେ ଏହା ଅନ୍ତରୀଣ ସରକାର ଲାଗି ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ । 

ଅନ୍ୟପଟେ ପିପିପି ନେତା ଦରଦାମ ବୃଦ୍ଧି ଲାଗି ଶେହବାଜଙ୍କ ଦଳକୁ ଦାୟୀ କରିଛନ୍ତି । ତେବେ ଏସବୁ ଭିତରେ ପାକିସ୍ତାନରେ ଦରଦାମ ରେକର୍ଡ ସ୍ତରରେ ପହଞ୍ଚିଛି । ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଲୋକମାନେ କହୁଛନ୍ତି ପାକିସ୍ତାନ ଅପେକ୍ଷା ଆଫଗାନିସ୍ତାନରେ ଜିନିଷ ଶସ୍ତାରେ ମିଳୁଛି । ଆଫଗାନିସ୍ତାନରେ ଏବେ ତାଲିବାନ ସଂଗଠନର ଶାସନ ଚାଲିଛି । ପାକିସ୍ତାନ ଆଇଏମଏଫ ପାଖରୁ  ଋଣ ଆଣିଛି । ତାସହ ଆଇଏମଏଫର ସର୍ତ୍ତ ରକ୍ଷା କରିବାକୁ ଯାଇ ସାଧରଣ ଲୋକଙ୍କ ଉପରେ ବୋଝ ଲଦୁଛି ପାକିସ୍ତାନ ।

You can also read: ଜି-୨୦ କୁ ଆସିବେନି ଜିନ୍‌ପିଙ୍ଗ୍, ଅସନ୍ତୋଷ ପ୍ରକାଶ କଲେ ବାଇଡେନ୍; କହିଲେ...

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.