ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ହାଇକୋର୍ଟରେ ପହଞ୍ଚିଲା ସୀମା ହାଇଦରଙ୍କ ଫିଲ୍ମ ବିବାଦ , ପ୍ରଡ୍ୟୁସର ଦାଏର କଲେ ରିଟ୍ ପିଟିସନ

ନୋଏଡା : ନେପାଳ ରାସ୍ତା ଦେଇ ଭାରତ ଆସିଥିବା ସୀମା ହାଇଦର ଲଗାତାର ଚର୍ଚ୍ଚାରେ ରହିଛନ୍ତି । ଖାଲି ଏତିକି ନୁହେଁ , ସୀମା ହାଇଦର ଓ ସଚିନଙ୍କର ଲଭ ଷ୍ଟୋରୀ  ଉପରେ ଫିଲ୍ମ ମଧ୍ୟ ତିଆରି ହେଉଛି। ସେପଟେ , ଏବେ ସୀମାଙ୍କର କରାଚୀ ଟୁ ନୋଏଡାର ଟାଇଟଲକୁ ନେଇ ମଧ୍ୟ ବିବାଦ ଆରମ୍ଭ ହୋଇ ଯାଇଛି। ବାସ୍ତବ କଥା ହେଲା , ଏବେ ଫିଲ୍ମ ପ୍ରଡ୍ୟୁସର ଅମିତ ଜାନି ମୁମ୍ୱାଇ ହାଇକୋର୍ଟରେ କ୍ରିମିନାଲ ରିଟ୍‌ ପିଟିସନ ଦାଖଲ କରିଛନ୍ତି । ଜଣାଇ ଦେଉଛୁ କି ଜାନି ଫାୟରଫକ୍ସର ବ୍ୟାନରରେ ସୀମା ହାଇଦର ଓ ସଚିନଙ୍କ ଉପରେ  ଅମିତ ଜାନି ଫିଲ୍ମ କରାଚୀ ଟୁ ନୋଏଡା ତିଆରି କରୁଛନ୍ତି । ଏଥିରେ ଉକ୍ତ ଫିଲ୍ମକୁ ନେଇ ମନସେ ପକ୍ଷରୁ ବାରମ୍ୱାର ଧମକ ମିଳୁଛି । ଏହାସହ ଫିଲ୍ମର ଘୋଷଣା ହେବା କ୍ଷଣି ମୁମ୍ୱାଇରେ ଆରମ୍ଭ ହୋଇଥିବା ବିବାଦକୁ ଦେଖି ଏହି ରିଟ୍‌ ପିଟିସନ ଦାଖଲ କରାଯାଇଛି । 


ରିଟ୍‌ ପିଟିସନ ଅନୁସାରେ , ଅମିତ ଜାନି କହିଛନ୍ତି କି , ସେ ଜଣେ ଉତ୍ତର ଭାରତୀୟ, ଏଥିପାଇଁ ତାଙ୍କ ଫିଲ୍ମକୁ ନେଇ ମନସେ ଧମକ ଦେଉଛି। କିନ୍ତୁ ମନସେ ଓ ଆମର ବିଚାରଧାରା ଏକା ଭଳି। ମନସେଙ୍କୁ ଲାଗୁଛି ବି ଆମେ ଭାରତ ବା ହିନ୍ଦୁ ବିରୋଧୀ ଫିଲ୍ମ କରୁଛୁ। ହେଲେ ଆମ ଫିଲ୍ମ ରାଷ୍ଟ୍ରବାଦୀ ଓ ଦେଶଭକ୍ତି ଭାବନାରେ ଜଡ଼ିତ। ରିଟ୍‌ରେ ସେ ମରାଠୀ ନନ୍‌ ମରାଠୀ ଭାବନାରେ ହିନ୍ଦି ଫିଲ୍ମ ଉଦ୍ୟୋଗ ଜଗତର କ୍ଷତି ହେବାର ଦର୍ଶାଇ ହସ୍ତକ୍ଷେପ ଦାବି କରିଛନ୍ତି। ମନସେ ଭଳି ଉଗ୍ର ସଙ୍ଗଠନକୁ ଶାନ୍ତି ବଜାୟ ରଖିବା ପାଇଁ ମହାରାଷ୍ଟ୍ର ସରକାର ଓ ପୁଲିସକୁ ଜରୁରୀ ପଦକ୍ଷେପ ଉଠାଇବାକୁ ପଡ଼ିବ , ଯାହା କେବଳ ମାନନୀୟ ଉଚ୍ଚ ନ୍ୟାୟାଳୟର ଆଦେଶର ପରେ ହିଁ ସମ୍ଭବ। 

ଏହାସହ ମଧ୍ୟ ପଢ଼ନ୍ତୁ - ସୀମା ହାଇଦର ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପଠାଇଲେ ରାକ୍ଷୀ , ରକ୍ଷା ବନ୍ଧନକୁ ନେଇ କହିଲେ ...

କହି ରଖୁଛୁ କି , ପବଜୀ ଖେଳରୁ ପ୍ରେମରେ ପଡ଼ି ପାକିସ୍ତାନରୁ ଗୌତମବୁଦ୍ଧ ନଗରରେ ପହଞ୍ଚିଥିବା ସୀମା ହାଇଦର କରାଚୀ ଟୁ ନୋଏଡାରେ ହିରୋଇନ ହେବେ। ଏହି ଫିଲ୍ମ ତାଙ୍କ ଜୀବନ ଉପରେ ଆଧାରିତ ହେବ। ଫିଲ୍ମର ନିର୍ମାଣ ଜାନି ଫାୟର ଫକ୍ସ ପ୍ରଡକ୍ସନ ହାଉସ୍‌ କରିବ। ସେ ଫିଲ୍ମର ଟାଇଟଲ ବି ରେଜିଷ୍ଟର କରି ଦେଇଛନ୍ତି। ଏହି ପ୍ରଡକ୍ସନ ହାଉସର ମାଲିକ ଅମିତ ଜାନି କହିଛନ୍ତି କି,  ଏହି ଫିଲ୍ମ ସୀମା ହାଇଦରଙ୍କର ବାସ୍ତବ ଜୀବନ ଉପରେ ଆଧାରିତ ହେବ। 

ଏହାସହ ମଧ୍ୟ ପଢ଼ନ୍ତୁ - ଏହା ମୋର ବ୍ୟକ୍ତିଗତ ମାମଲା , ଏହାର ଆଲୋଚନା କରନାହିଁ…

 

  • Seema Haider
  • film
  • Copyright © 2022 - Summa Real Media Private Limited. All Rights Reserved.