ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧ ଲକ୍ଷ ବର୍ଷ ତଳର ପାଦଚିହ୍ନ ଠାବ

ନୂଆଦିଲ୍ଲୀ, ୧୩/୦୨ : ମରକ୍କୋରେ ୧ ଲକ୍ଷ ବର୍ଷ ପୁରୁଣା ପଦଚିହ୍ନ ଠାବ କରାଯାଇଛି । ସେ କାଳରେ ମଣିଷ କେମିତି ଦିଶୁଥିଲା, ଏହି ଆବିଷ୍କାର ସେ ରହସ୍ୟ ଉନ୍ମୋଚନ କରିବ । ଗତ ଜାନୁଆରୀ ମାସରେ ମରକ୍କୋ, ଫ୍ରାନ୍ସ, ଜର୍ମାନୀ ଓ ସ୍ପେନ୍‌ ବୈଜ୍ଞାନିକମାନଙ୍କର ଏକ ଅନ୍ତର୍ଜାତୀୟ ଟିମ୍‌ର ଏହି ଆବିଷ୍କାରର ତଥ୍ୟ ବିଜ୍ଞାନ ପତ୍ରିକା ନେଚର୍‌ରେ ପ୍ରକାଶ ପାଇଛି । ଏଥିରେ ସେମାନେ ଉତ୍ତମ ରୂପେ ସଂରକ୍ଷିତ ମାନବ ପାଦଚିହ୍ନ ଠାବ କରିଥିବା ସ୍ପଷ୍ଟ କରିଛନ୍ତି । ଅଧ୍ୟୟନ ଅନୁସାରେ, ଏହି ପଦଚିହ୍ନ ୫ ବ୍ୟକ୍ତିଙ୍କର । 

ମରକ୍କୋର ଉତ୍ତରୀ ସହରରେ ଏକ ସମୁଦ୍ର ତଟରେ ଏହା ଆବିଷ୍କୃତ ହୋଇଛି । ୨୦୨୨ ମସିହାରେ ପ୍ରତ୍ନତତ୍ତ୍ୱବିତ୍‌ ମାଉନ୍‌ସେଫ ସେଡ୍ରାତି ଲାରାଚେ ସହରରେ ବିଭିନ୍ନ ଆକାରର ପାଦଚିହ୍ନ ଠାବ କରିଥିଲେ । ପ୍ରଥମ ଆବିଷ୍କାରରେ ତାଙ୍କର ୧୦୦ ପ୍ରତିଶତ ବିଶ୍ୱାସ ହୋଇନଥିଲା । କିନ୍ତୁ ତା’ପରେ ୨ୟ ଓ ୩ୟ ଚିହ୍ନ ମିଳିଲା । ତା’ପରେ ଆବିଷ୍କାର ଜାରି ରହିଲା । ପ୍ରାରମ୍ଭିକ ଚିହ୍ନ ହୋମୋ ସାପିୟନ୍‌ ମାନବ ପ୍ରଜାତିର ପ୍ରାୟ ୧ ଲକ୍ଷ ବର୍ଷ ତଳେ ବାଲିପୂର୍ଣ୍ଣ ସମୁଦ୍ର କୂଳର ତଳିଆ ଅଞ୍ଚଳରେ ମିଳିଥିଲା । ପ୍ରାୟ ୫ ଜଣଙ୍କର ପାଦଚିହ୍ନରୁ ଅନୁମାନ କରାଯାଉଛି, ସେମାନେ ସେହି ରାସ୍ତାରେ ସମୁଦ୍ର ଅଭିମୁଖେ ଚାଲି ଚାଲି ଯାଇଥିବେ । ଏହା ଉତ୍ତର ଆଫ୍ରିକା ଓ ଦକ୍ଷିଣ ଭୂମଧ୍ୟ ସାଗରରେ ମିଳିଥିବା ପ୍ରଥମ ପ୍ରାରମ୍ଭିକ ମାନବ ପଦଚିହ୍ନ । ଏହି ୫ ଜଣ ଭିନ୍ନ ଭିନ୍ନ ବୟସର ଥିଲେ ବୋଲି ଅନୁମାନ କରାଯାଉଛି । ବୈଜ୍ଞାନିକମାନେ ଡ୍ରୋନ୍‌ ସାହାଯ୍ୟରେ ନିଆଯାଇଥିବା ୪୬୧ ଫଟୋର ପ୍ରିଣ୍ଟ୍‌ କରିଥିଲେ । ଆଧୁନିକ କୌଶଳ ପ୍ରୟୋଗ କରି ପାଦଚିହ୍ନଗୁଡ଼ିକର ଆକାର ଓ ଲୋକମାନଙ୍କର ପ୍ରକୃତ ବୟସ ଜାଣିବାକୁ ଚେଷ୍ଟା କରୁଛନ୍ତି । ବୈଜ୍ଞାନିକମାନେ ସେଠାରେ ଗେରୁ ମଧ୍ୟ ଠାବ କରିଥିଲେ । ଧାର୍ମିକ କାର୍ଯ୍ୟ ସମୟରେ ମହିଳା ମେକ୍‌ଅପ୍‌ ଭାବେ ଏହାକୁ ବ୍ୟବହାର କରୁଥିବାର ଅନୁମାନ କରାଯାଉଛି । ସେମାନେ ଏହାକୁ ଶରୀରରେ ଲଗାଉଥିଲେ । ଭାଟି ମଧ୍ୟ ଠାବ କରାଯାଇଥିଲା । ପ୍ରାଚୀନ ମଣିଷ ନିଆଁର ବ୍ୟବହାର ବିଷୟରେ ଜାଣିଥିବା ଏଥିରୁ ଜଣାପଡ଼େ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.