ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ, ଲକ୍ଷ୍ମଣଙ୍କୁ ମିଳିପାରେ ପରବର୍ତ୍ତୀ ଦାୟିତ୍ୱ

ଅହମ୍ମଦାବାଦ,୨୦/୧୧ : ଭାରତର ବିଶ୍ୱକପ୍‌ ପରାଜୟ ସହ ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ବିଶ୍ୱକପ୍‌ ପର୍ଯ୍ୟନ୍ତ ସେ  କୋଚ୍‌ ନିଯୁକ୍ତ ହୋଇଥିଲେ । ୨୦୨୧ରେ  ଦ୍ରାବିଡଙ୍କୁ ୨ ବର୍ଷ ପାଇଁ କୋଚ୍‌ ଦାୟିତ୍ୱ ପ୍ରଦାନ  କରାଯାଇଥିଲା । ଏହି ସମୟ ମଧ୍ୟରେ ଭାରତ  ୪ଟି ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିଥିଲା । ତାଙ୍କ  କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ଦଳ ଦକ୍ଷିଣ  ଆଫ୍ରିକାରେ ଟେଷ୍ଟ ଓ ଦିନିକିଆ ସିରିଜ  ପରାଜିତ ହୋଇଥିଲା । ୨୦୨୨ ଟି-ଟ୍ୱେଣ୍ଟି  ବିଶ୍ୱକପ୍‌ରେ ମଧ୍ୟ ଦଳ ସେମି ଫାଇନାଲ୍‌ରୁ  ବିଦାୟ ନେଇଥିଲା । ଗତ ଜୁନରେ ଅନୁଷ୍ଠିତ  ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ ଫାଇନାଲ୍‌ରେ  ଅଷ୍ଟ୍ରେଲଆ ଠାରୁ ପରାଜିତ ହୋଇ ଟ୍ରଫିରୁ  ବଞ୍ଚିତ ହୋଇଥିଲା । 

୨୦୧୫ରୁ ସେ କୋଚ ଦାୟିତ୍ୱ ରହିଛନ୍ତି ।  ୧୯ବର୍ଷରୁ କମ୍‌ ଭାରତୀୟ ଦଳର କୋଚ୍‌ ଭାବେ  ସେ ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କ  ପ୍ରଶିକ୍ଷଣରେ ଭାରତ ୨୦୧୮ରେ ୧୯ବର୍ଷରୁ କମ୍‌  ବିଶ୍ୱକପ ଚାମ୍ପିଅନ୍‌ ହୋଇଥିଲା । ଏହାପରେ  ସେ ଭାରତ ଏ’ ଦଳର କୋଚ ଭାବେ କାର୍ଯ୍ୟ  କରିଥିଲେ । ତାଙ୍କ ସମୟରେ ବହୁ ଯୁବ  ପ୍ରତିଭାବାନ ଖେଳାଳିଙ୍କ ଆବର୍ଭାବ ଘଟିଛି । ପରେ ଜାତୀୟ କ୍ରିକେଟ୍‌ ଏକାଡେମୀରେ ନିର୍ଦ୍ଦେଶକ  ଭାବେ କାର୍ଯ୍ୟ କରିବା ପରେ ସୌରଭ ଗାଙ୍ଗୁଲିଙ୍କ  ଅନୁରୋଧ କ୍ରମେ ଦ୍ରାବିଡ ସିନିୟର ଦଳର କୋଚ୍‌  ଦାୟିତ୍ୱ ନେବାକୁ ରାଜି ହୋଇଥିଲେ ।  

ବିସିସିଆଇ ଦ୍ରାବିଡଙ୍କ କାର୍ଯ୍ୟକାଳ ବୃଦ୍ଧି  କରିବାକୁ ଆଗ୍ରହୀ ରହିଛି । ମାତ୍ର ଏଥିପାଇଁ  ସମସ୍ତ ନିୟମ ପାଳନ କରିବାକୁ ହେବ । ଦ୍ରାବିଡ କେବଳ କୋଚ୍‌ ପଦ ପାଇଁ ଆବେଦନ  କରିବେ । ପୂର୍ବରୁ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରାଯାଇଥିଲା । 

ସେହିପରି ଭାରତୀୟ ଟିମ୍ ମୁଖ୍ୟ ‌କୋଚ୍ ପଦ ନେଇ ଦୌଡ଼ରେ ରହିଛନ୍ତି ବରିଷ୍ଠ କ୍ରିକେଟର।  କିନ୍ତୁ ସବୁଠୁ ଆଗରେ ଅଛନ୍ତି ଭିଭିଏସ୍ ଲକ୍ଷ୍ମଣ। ବର୍ତ୍ତମାନ ଲକ୍ଷ୍ମଣ ଜୁନିୟର ଟିମ୍‌ର କୋଚ୍ ଅଛନ୍ତି। ଗତ ଏସିଆଡ୍ ଗେମ୍ ସମୟରେ ଭାରତୀୟ ଯୁବ ଟିମ୍ ସହିତ ଚୀନ ଗ୍ରସ୍ତ କରିଥିଲେ। ଭାରତ ଏହି ଏସିଆଡ୍ ଗେମ୍‌ରେ ସ୍ବର୍ଣ୍ଣ ପଦକ ଜିତି ଥିଲା।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.