ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଜୋକୋଭିକ୍‌ଙ୍କୁ ସପ୍ତମ ଏଟିପି ଫାଇନାଲ୍ସ ଟାଇଟଲ୍‌, ଫେଡେରରଙ୍କ ରେକର୍ଡ଼ ଭାଙ୍ଗିଲେ

ତୁରିନ,୨୧/୧୧: ସର୍ବିୟା ତାରକା ନୋଭାକ ଜୋକୋଭିକ୍‌ ରେକର୍ଡ଼ ସପ୍ତମ ଥର ଏଟିପି ଫାଇନାଲ୍ସ  ଚାମ୍ପିଅନ୍‌ ହୋଇଛନ୍ତି । ଫାଇନାଲ୍‌ରେ ସେ ସିଧାସଳଖ  ୬-୩, ୬-୩ ସେଟ୍‌ରେ ଇଟାଲୀର ଜାନିକ ସିନରଙ୍କୁ  ପରାସ୍ତ କରିଥିଲେ । ମ୍ୟାଚ୍‌ ଜିତିବା ପାଇଁ ତାଙ୍କୁ  ୧ଘଣ୍ଟା ୪୪ମିନିଟ୍‌ ଲାଗିଥିଲା । ଚଳିତ ବର୍ଷର  ଅନ୍ତିମ ଟୁର୍ଣ୍ଣାମେଣ୍ଟରେ ଜୋକୋଭିକ୍‌ ସ୍ୱିଜରଲାଣ୍ଡର  ପ୍ରସିଦ୍ଧ ଖେଳାଳି ରୋଜର ଫେଡେରରଙ୍କ ରେକର୍ଡ଼  ଭଙ୍ଗ କରିବା ସହ ପେପରଷ୍ଟୋନ ଏଟିପି ମାନ୍ୟତା  ତାଲିକାରେ ଏକ ନମ୍ବର ଖେଳାଳି ଭାବେ ୪୦୦  ସପ୍ତାହ ପୂରଣ କରିଛନ୍ତି । ଫେଡେରର ପୂର୍ବରୁ  ୬ଥର ଏଟିପି ଫାଇନାଲ୍ସ ଚାମ୍ପିଅନ୍‌ ହୋଇଥିଲେ ।  ଆଜି ପେପରଷ୍ଟୋନ ପକ୍ଷରୁ ଜୋକୋଭିକଙ୍କୁ ବର୍ଷର  ଶୀର୍ଷ ଖେଳାଳି ଭାବେ ଟ୍ରଫି ପ୍ରଦାନ କରାଯାଇଥିଲା ।  ସେ କ୍ୟାରିୟରର ମଧ୍ୟରେ ଅଷ୍ଟମ ଥର ଏହି ଟ୍ରଫି  ହାତେଇବାରେ ସଫଳ ହୋଇଛନ୍ତି ।  

ଏଟିପି ମାନ୍ୟତାରେ ପ୍ରଥମ ଖେଳାଳି ଭାବେ  ଜୋକୋଭିକ୍‌ ଶୀର୍ଷ ସ୍ଥାନରେ ମୋଟ ୪୦୦ ସପ୍ତାହ  ରହିବାର ବିରଳ ଉପଲବ୍ଧି ହାସଲ କରିଛନ୍ତି । ପ୍ରଥମ  ଥର ସେ ୨୦୧୧ ଅଗଷ୍ଟରୁ ୨୦୧୨ ଜୁଲାଇ ପର୍ଯ୍ୟନ୍ତ  ୫୩ ସପ୍ତାହ ଧରି ଶୀର୍ଷରେ ରହିଥିଲେ । ଏହାପରେ  ୨୦୧୨ ଜୁନ୍‌ରୁ ୨୦୧୩ ଅକ୍ଟୋବର ଯାଏଁ ୪୮ ସପ୍ତାହ,  ୨୦୧୪ ଜୁନ୍‌ରୁ ୨୦୧୬ ନଭେମ୍ବର ଯାଏଁ ସର୍ବାଧିକ  ୧୨୨ ସପ୍ତାହ ଏକ ନମ୍ବର ସ୍ଥାନରେ ରହିଥିଲେ ।  ଚଳିତ ସିଜନରେ ସେ ୧୧ ସପ୍ତାହ ଧରି ଶୀର୍ଷରେ  ରହିଛନ୍ତି । ଗତ ଫେବ୍ରୁଆରୀ ମାସ ଜୋକୋଭିକ୍‌  ପ୍ରସିଦ୍ଧ ମହିଳା ଖେଳାଳି ଷ୍ଟେଫି ଗ୍ରାଫ୍‌ଙ୍କ ରେକର୍ଡ଼  ଭଙ୍ଗ କରିଥିଲେ । ଗ୍ରାଫ୍‌ ୩୭୭ ସପ୍ତାହ ଶୀର୍ଷ  ସ୍ଥାନରେ ରହିଥିଲେ । ଏଟିପି ଫାଇନାଲ୍ସ ଟାଇଟଲ୍‌  ସହ ଜୋକୋଭିକ୍‌ କ୍ୟାରିୟରରେ ୪୦ତମ ମାଷ୍ଟର୍ସ  ୧୦୦୦ ଟାଇଟଲ୍‌ ପୂରଣ କରିଥିଲେ ।

Copyright © 2022 - Summa Real Media Private Limited. All Rights Reserved.