ପ୍ରମୂଖ ଖବର
  • ଖାନ୍‌ନଗରରେ ଭୁଷୁଡ଼ିଲା ଦଶହରା ଲାଇଟ୍‌ ଗେଟ୍‌, ଗେଟ୍‌ ତଳେ ଚାପି ହୋଇଗଲା ଗାଡ଼ି
  • ||
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଇଣ୍ଡିଆ ବନାମ ଭାରତ: ଶ୍ରୀଲଙ୍କାରୁ ଥାଇଲାଣ୍ଡ ଯାଏଁ….ଏସବୁ ଦେଶର ବଦଳିସାରିଛି ନାଁ

ନୂଆଦିଲ୍ଲୀ, ୦୫/୦୯: ଏହି ସପ୍ତାହରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ହେବାକୁ ଯାଉଛି । ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ହେଲେ ଏସବୁ ଭିତରେ ରାତ୍ରିଭୋଜନ ପାଇଁ ତିଆରି ହୋଇଥିବା ନିମନ୍ତ୍ରଣ ପତ୍ରକୁ ନେଇ ରାଜନୀତି ଜୋର ଧରିଛି । ଅତିଥିମାନଙ୍କୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍‌ ଭାରତ’ ଲେଖା ଅଛି । ପୂର୍ବରୁ ଏଥିରେ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ଲେଖାଯାଉଥିଲା । ଯାହାକୁ ନେଇ ଏବେ ବିଜେପିକୁ ଟାର୍ଗେଟ କରିଛି ବିଭିନ୍ନ ବିରୋଧୀ ଦଳ । 

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, କେନ୍ଦ୍ର ସରକାର ଇଣ୍ଡିଆର ନାଁ ପରିବର୍ତ୍ତନ କରିଦେଇଛନ୍ତି । ଏହା ସହିତ ବିଶିଷ୍ଟ ଅଭିନେତା ଅମିତାଭ ବଚ୍ଚନ ଏବଂ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ବାଗଙ୍କ ଟ୍ବିଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅମିତାଭ ବଚ୍ଚନ ଭାରତ ମାତା କି ଜୟ ଲେଖିଥିବା ବେଳେ ଭାରତୀୟ ଟିମ୍‌ର ଜର୍ସିରେ ଭାରତ ଲେଖାଯାଉ ବୋଲି ଏକ୍ସ (ଟ୍ବିଟର)ରେ ଦାବି କରିଛନ୍ତି ସେହ୍ବାଗ । ଏସବୁ ଭିତରେ ଆସନ୍ତୁ ଜାଣିବା ଅତୀତରେ କେଉଁ ସବୁ ଦେଶ ନିଜ ନାଁ ପରିବର୍ତ୍ତନ କରିଛନ୍ତି ଓ କାହିଁକି ।

ବିଶ୍ବର ବିଭିନ୍ନ ଦେଶର ନାଁ ଭିନ୍ନ ଭିନ୍ନ କାରଣ ପାଇଁ ବଦଳିଛି । ୧୯୩୫ ପର୍ସିଆ ଇରାନ୍‌ରେ ପରିବର୍ତ୍ତିତ ହେଲା ତ ୧୯୩୭ରେ ଆୟରିଶ ଫ୍ରି ଷ୍ଟେଟ୍‌ର ନାମ ପରିବର୍ତ୍ତନ ହୋଇ ହେଲା ଆର୍ୟଲାଣ୍ଡ । ନିକଟରେ ତୁର୍କୀର ନାମ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ହୋଇଥିଲା । ତୁର୍କୀର ନାମ ପରିବର୍ତ୍ତନ ହୋଇ ତୁର୍କୀଏ ହୋଇଯାଇଛି ।

ନାମ ପରିବର୍ତ୍ତନ ହୋଇଥିବା ଦେଶ,
କେବେ ବଦଳିଛି
ସିୟାମରୁ ଥାଇଲାଣ୍ଡ
୧୯୩୯
ସିଲୋନରୁ ଶ୍ରୀଲଙ୍କା
୧୯୭୨
ଅପର ବୋଲ୍ଟା-ବୁର୍କିନା ଫାସୋ 
୧୯୮୪
ବର୍ମା- ମିଆଁମାର
୧୯୮୯
ଦକ୍ଷିଣ-ପଶ୍ଚିମ ଆଫ୍ରିକାରୁ ନାମ୍ବିଆ
୧୯୯୦
କମ୍ପୁଚିୟା- କମ୍ବୋଡିଆ
୧୯୯୩
ହଲାଣ୍ଡ-ନେଦରଲ୍ୟାଣ୍ଡ
୨୦୨୦
ମ୍ୟାସେଡୋନିଆ-ନର୍ଥ ମ୍ୟାସେଡୋନିଆ
୨୦୧୯
ସ୍ବାଜିଲ୍ୟାଣ୍ଡ-ସ୍ବାତିନୀ
୨୦୧୮

You can also read: ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀଙ୍କୁ କୋର୍ଟଙ୍କ ସମନ, ବିଜେପି ନେତା ଦାଏର କରିଥିଲେ ପିଟିସନ







  • India Vs Bharat
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.