ପ୍ରମୂଖ ଖବର

ଭାରତର ଚନ୍ଦ୍ରଯାନ-୩ ପରେ ଜହ୍ନ ଅଭିମୁଖେ ଜାପାନ, ଆସନ୍ତା ବର୍ଷ ଆରମ୍ଭରେ ସଫ୍ଟ ଲ୍ୟାଣ୍ଡିଂ ଲକ୍ଷ୍ୟ

Japan lunar lander begins journey to moon following India's success

ଟୋକିଓ, ୦୭/୦୯: ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରରେ ସଫଳ ଅବତରଣ କରିବା ପରେ ଜହ୍ନ ଅଭିମୁଖେ ମିଶନ ଆରମ୍ଭ କରିଛି ଜାପାନ । ଆସନ୍ତା ବର୍ଷ ପ୍ରାରମ୍ଭରେ ବିଶ୍ୱର ପଞ୍ଚମ ଦେଶ ଭାବେ ଜାପାନ ଜହ୍ନରେ ନରମ ଅବତରଣ ଲକ୍ଷ୍ୟ ରଖିଛି । 

୨୦୨୩ ମାର୍ଚ୍ଚରେ ଜାପାନ ଏଚ୍-୩ ରକେଟ୍ ଉତକ୍ଷେପଣରେ ବିଫଳ ହୋଇଥିଲା । ଖରାପ ପାଗ ପାଇଁ ୩ ଥର ଉତକ୍ଷେପଣ ଟାଳିଥିବା ବେଳେ ଆଜି ସକାଳେ ଏଚ୍-ଆଇଆଇଏ ରକେଟ୍ ମାଧ୍ୟମରେ ସ୍ମାର୍ଟ ଲ୍ୟାଣ୍ଡର (SLIM) ପଠାଇଛି ଜାପାନ ।

ଅଗଷ୍ଟ ୨୬ରେ ଉତକ୍ଷେପଣ ନେଇ ଜାପାନ ଯୋଜନା କରିଥିଲା । ହେଲେ ଉତକ୍ଷେପଣ ହେବାକୁ ଥିବା ସ୍ଥାନ ଟୋକିଓରୁ ୧ ହଜାର କିଲୋମିଟର ଦକ୍ଷିଣପଶ୍ଚିମରେ ଟନେଗାଶିମ ମହାକାଶ କେନ୍ଦ୍ର ଦେଇ ଟାଇଫୁନ୍ ଯିବାରୁ ମିଶନକୁ ସ୍ଥଗିତ ରଖାଯାଇଥିଲା ।

'ପ୍ରଜ୍ଞାନ' ରୋଭରକୁ ନେଇ ଇସ୍ରୋର ମଜାଦାର ଟ୍ୱିଟ୍‌ , ଚନ୍ଦ୍ରରୁ ବିକ୍ରମ ଲ୍ୟାଣ୍ଡର ପଠାଇଲା ସ୍ୱତନ୍ତ୍ର ଭିଡ଼ିଓ

ଅଗଷ୍ଟ ୨୩ରେ ବିଶ୍ୱର ପ୍ରଥମ ଦେଶ ଭାବେ ଭାରତ ଜହ୍ନର ଦକ୍ଷିଣ ମେରୁରେ ନରମ ଅବତରଣ କରିଥିଲା । ୨୦୧୯ରେ ପ୍ରଥମ ଦେଶ ଭାବେ ଚୀନ୍ ସେଠାରୁ ଦୂରରେ ଅବତରଣ କରିଥିଲା । ଆଗକୁ ନାସା ୩ ଜଣ ଆମେରିକୀୟ ମହାକାଶଚାରୀ ଓ ଜଣେ କାନାଡ଼ାର ମହାକାଶଚାରୀଙ୍କୁ ୨୦୨୪ରେ ଏବଂ ୨୦୨୫ରେ ଜହ୍ନର ଦକ୍ଷିଣ ମେରୁକୁ ପଠାଇବା ଯୋଜନା କରୁଛି ।

ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ଏଜେନ୍ସି ଅନୁସାରେ, ଲ୍ୟାଣ୍ଡର ସ୍ଲିମ୍ ଚନ୍ଦ୍ର କକ୍ଷପଥକୁ ଯିବା ପୂର୍ବରୁ ପ୍ରଥମ ମାସ ପୃଥିବୀର କକ୍ଷପଥରେ ଘୁରି ବୁଲିବ । ଏହି ପ୍ରକ୍ରିୟା ୩ରୁ ୪ ମାସ ଧରି ଚାଲିବ । ଆସନ୍ତା ବର୍ଷ ଜାନୁଆରୀ କିମ୍ବା ଫେବ୍ରୁଆରରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ନେଇ ଜାପାନ ଲକ୍ଷ୍ୟ ରଖିଛି ।

ଦ୍ୱିତୀୟ ଥର ପାଇଁ ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ କଲା ଇସ୍ରୋ, ଆଗକୁ ଚନ୍ଦ୍ରକୁ ଯିବ ମଣିଷ !

ମିଟସୁବିଶି ଇଲେକ୍ଟ୍ରିକ୍ ଦ୍ୱାରା ବିକଶିତ ଲ୍ୟାଣ୍ଡର ସ୍ଲିମର ଉଚ୍ଚତା ୨.୪ ମିଟର ହୋଇଥିବା ବେଳେ ଓସାର ୨.୭ ମିଟର ଏବଂ ଲମ୍ବ ୧.୭ ମିଟର । ଯାହାର ଓଜନ ୭୦୦ କିଲୋଗ୍ରାମ । ଏହି ମହାକାଶ ଯାନ ଚନ୍ଦ୍ରର ଲକ୍ଷ୍ୟ ସ୍ଥଳର ୧୦୦ ମିଟର ମଧ୍ୟରେ ଅବତରଣ କରିବା ନେଇ ଆଶା କରାଯାଉଛି । 

  • Moon
  • japan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.