ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ମିଡିଲ୍ ଇଷ୍ଟ ଇକୋନୋମିକ୍‌ କରିଡର ପ୍ଲାନକୁ ନେଇ ଉତକ୍ଷିପ୍ତ ଚୀନ୍‌ ମିଡିଆ, ଆମେରିକାକୁ ଟାର୍ଗେଟ କଲା ଗ୍ଲେବାଲ୍‌ ଟାଇମ୍ସ

Image Courtesy: aajtak

ନୂଆଦିଲ୍ଲୀ, ୧୦/୦୯: ଚଳିତବର୍ଷ ଜି-୨୦ ଶିଖର ସମ୍ମିଳନୀ ଭାରତରେ ଆୟୋଜିତ ହୋଇଛି । ଏଥିରେ ସାମିଲ ହୋଇଥିବା ବିଭିନ୍ନ ଦେଶ ବଡ଼ ବଡ଼ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।ଏହା ସହ ସର୍ବସମ୍ମତି କ୍ରମେ ଏକ ଘୋଷଣାନାମା ବି ଜାରି ହୋଇଛି । ଏହି ସମୟରେ ଅଧ୍ୟକ୍ଷତା କରୁଥିବା ଭାରତ, ଆମେରିକା, ସାଉଦି ଆରବ, ୟୁଏଇ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ୟୁରୋପୀୟ ସଂଘ ମିଳିତ ଭାବେ ଏକ ବୁଝାମଣା ଉପରେ ସହମତି ଦେବା ସହ ଭାରତ ମିଡିଲ୍‌ ଇଷ୍ଟ-ୟୁରୋପ ଇକୋନୋମିକ କରିଡରର ଘୋଷଣା କରିଛନ୍ତି । ତେବେ ଏହି କରିଡର ଚୀନ୍‌ର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭକୁ ଟକ୍କର ଦେବ ବୋଲି କୁହାଯାଉଛି। 

G-20 ସମ୍ମିଳନୀକୁ ନେଇ ଏମିତି ଟ୍ୱିଟ୍ କଲା ସ୍ୱିଗି: ୟୁଜର୍ସ କହିଲେ, 'ପିଲାଦିନ ମନେ ପଡିଗଲା'

ଚୀନ୍‌ ମିଡିଆ ମଧ୍ୟ ଏହି କରିଡରକୁ ନେଇ ଅସନ୍ତୋଷ ଜାହିର କରିବା ସହ ଆମେରିକାକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଛି । ଚୀନର ପ୍ରମୁଖ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ, ଜି-୨୦ ସମ୍ମିଳନୀରେ ମିଡିଲ ଇଷ୍ଟ ରେଲଓ୍ବେ ପ୍ଲାନ ଉପରେ ଯେଉଁ ସହମତି ପ୍ରକାଶ ପାଇଛି ତା ପଛରେ ଆମେରିକାର ହାତ ରହିଛି । ଏମିତି କିଛି ପ୍ରଥମ ଥର ହେଉନାହିଁ ବରଂ ଆମେରିକା ଏଭଳି ଆଗରୁ କରିଛି ବୋଲି ରିପୋର୍ଟରେ ଦର୍ଶାଇଛି ଗ୍ଲୋବାଲ୍‌ ଟାଇମ୍ସ । ବିଭିନ୍ନ ଦେଶର ଉନ୍ନତ୍ତି ଲାଗି ଆମେରିକା ଏଭଳି ପରିଯୋଜନା ନେଇ ଘୋଷଣା କରିସାରିଛି । କିନ୍ତୁ ଯୋଜନାଗୁଡ଼ିକୁ ସଫଳ ରୂପାୟନ କରିବାକୁ ଆମେରିକା ଚେଷ୍ଟା କରୁନାହିଁ ବୋଲି ଚୀନ୍‌ ଖବର କାଗଜ ଅଭିଯୋଗ କରିଛି । 

ଆମେରିକା ଅଧିକ କହେ ହେଲେ କାମ କମ୍‌ କରେ ବୋଲି ଚୀନ୍‌ ବିଶେଷଜ୍ଞ କହିଛନ୍ତି । ଏହି କରିଡର ମାଧ୍ୟମରେ ଚୀନକୁ ମିଡିଲ ଇଷ୍ଟରୁ ପୃଥକ କରିବା ଲାଗି ଆମେରିକା ଚେଷ୍ଟା କରୁଛି । ମିଡିଲ ଇଷ୍ଟ ସହ ବ୍ୟବସାୟ ବୃଦ୍ଧି ପାଉଥିବା ନେଇ ଆମେରିକା ଜାଣିଥିବା ବେଳେ ଚୀନକୁ ଚେକ ଦେବାକୁ ଆମେରିକା ଏଭଳି କରୁଛି ବୋଲି ମଧ୍ୟ ଅଭିଯୋଗ ହୋଇଛି । ସେପଟେ ଆମେରିକାର ନା କୌଣସି ଯୋଜନା ଅଛି ନା କ୍ଷମତା ଅଛି ବୋଲି କହିଛନ୍ତି ଚୀନ୍‌ ବିଶେଷଜ୍ଞ । 

ଗ୍ଲୋବାଲ ଟାଇମ୍ସରେ ପ୍ରକାଶ ପାଇଛି ଯେ, ଓବାମା ସରକାରରେ ଆମେରିକା ନ୍ୟୁ ସିଲ୍କ ରୋଡ୍‌ ପରିଯୋଜନା ନେଇ ଘୋଷଣା କରିଥିଲା । ଏହା ମାଧ୍ୟମରେ ଆଫଗାନିସ୍ତାନକୁ ପଡ଼ୋଶୀ ଦେଶମାନଙ୍କ ସହ ସଡ଼କ ପଥରେ ଯୋଡ଼ିବାକୁ ଯୋଜନା ହୋଇଥିଲା । ଘୋଷଣା ହେଲା କିନ୍ତୁ କାମ ହୋଇପାରିଲା ନାହିଁ ବୋଲି ଚୀନ୍‌ ମିଡିଆ ଅଭିଯୋଗ କରିଛି । ସୂଚନାଯୋଗ୍ୟ, ଶନିବାର ଦିନ ଜି-୨୦ ଶିଖର ସମ୍ମିଳନୀରେ ଭାରତ-ମିଡିଲ ଇଷ୍ଟ-ୟୁରୋପ ଇକୋନୋମିକ୍‌ କରିଡର ନେଇ ଘୋଷଣା ହୋଇଛି ।  

You can also read: ‘India ନାଁ ପରିବର୍ତ୍ତନ କରି ଭାରତ ରଖାଯିବ, ବିରୋଧ କରୁଥିବା ଲୋକେ ଦେଶ ଛାଡ଼’


  • Global Times
  • Copyright © 2022 - Summa Real Media Private Limited. All Rights Reserved.