ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ସାବଧାନ : ଆପଣଙ୍କ ବିଦ୍ୟୁତ୍ ବିଲ୍‌ ବକେୟା ଅଛି କି , ଏହି ମେସେଜ ଆସିଲେ ହୋଇ ଯାଆନ୍ତୁ ସତର୍କ !

ନୂଆଦିଲ୍ଲୀ : ଆଜିକାଲି ବିଦ୍ୟୁତ୍‌ ବିଲ୍‌ ସହ ଜଡ଼ିତ ସ୍କାମ୍‌ ବାରମ୍ୱାର ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ମୁଲୁଣ୍ଡର ଜଣେ ଇଣ୍ଟେଲିଜେନ୍ସ ବ୍ୟୁରୋ ଅଧିକାରୀଙ୍କୁ ଅନେକ ଦିନର ବିଦ୍ୟୁତ୍‌ ବିଲ୍‌ର ସମ୍ୱନ୍ଧରେ ଫେକ୍‌ ନୋଟିସ୍‌ ଆସିବା ପରେ,ସେ ସାଇବର ଠକେଇର ଶିକାର ହୋଇଛନ୍ତି। ଯେଉଁଥିରେ ତାଙ୍କୁ ୭.୩୫ ଲକ୍ଷ ଟଙ୍କାର କ୍ଷତି ହୋଇଛି। ଏହିପରି ଘୋଟାଲା ମାସ ମାସ ଧରି ଲାଗିଛି ଏବଂ ଅନେକ ଲୋକଙ୍କ ଟଙ୍କା ଚାଲି ଯାଉଛି। 

ବିଦ୍ୟୁତ୍‌ ଘୋଟାଲାର ଶିକାର ହୋଇଥିବା ବ୍ୟକ୍ତି ପୁଲିସକୁ ଘଟଣାର ସୂଚନା ଦେଇଛନ୍ତି , ଯେଉଁଥିରେ ସେ ଖୁଲାସା କରିଛନ୍ତି କି, ତାଙ୍କୁ ତତ୍କାଳ ପେମେଣ୍ଟ ନକଲେ ବିଦ୍ୟୁତ୍‌ କାଟିବାର ଚେତାବନୀର ଏକ ଟେକ୍ସଟ ମେସେଜ ମିଳିଥିଲା। ମେସେଜରେ ମହାବିତରଣ ( ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ୍‌ ବୋର୍ଡ)ର ଜଣେ ଅଧିକାରୀଙ୍କ ନମ୍ୱର ଦିଆଯାଇ ଥିଲା। ବ୍ୟକ୍ତି ଜଣଙ୍କ ଏହା କହିଥିଲେ କି, ସେ ସେ ଗତ ମାସର ବିଲ୍‌ ପୂର୍ବରୁ ଦେଇ ସାରିଛନ୍ତି।

ସମସ୍ୟାକୁ ଟାଳିବା ପାଇଁ , ଘୋଟାଲାକାରୀ ବ୍ୟକ୍ତିଙ୍କ ହ୍ୱାଟ୍ସଆପ୍‌ରେ ଏକ ଲିଙ୍କ୍‌ ପଠାଇ ଥିଲା। ତାଙ୍କୁ ଏହା ଉପରେ କ୍ଲିକ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଯେବେ ବ୍ୟକ୍ତିଙ୍କ ଡିଭାଇସରେ ଲିଙ୍କ୍‌ ବିଫଳ ହେଲା , ତ ସେ ଏହାକୁ ତାଙ୍କ ପତ୍ନୀଙ୍କ ନମ୍ୱରରେ ପଠାଇ ଦେଲେ। ଲିଙ୍କ ଖୋଲିବା ପରେ ତାଙ୍କୁ ପର୍ସନାଲ ଡିଟେଲ ଦାଖଲ କରିବା ଓ ୫ଟଙ୍କାର ପେମେଣ୍ଟ କରିବାରୁ କୁହାଗଲା।

ସାଇବାର କ୍ରାଇମ୍‌ ଅନଲାଇନ ପୋର୍ଟାଲରେ ଅଭିଯୋଗ ଦେବା ସତ୍ତ୍ୱେ ତାଙ୍କ ଆକାଉଣ୍ଟରୁ ଟଙ୍କାର ନିଆ ସରିଥିଲା। ପୁଲିସ ଘଟଣାର ଯାଞ୍ଚରେ ଲାଗିଛି ଏବଂ ସେହି ସବୁ ଆକାଉଣ୍ଟକୁ ସର୍ଚ୍ଚ କରୁଛି ଯେଉଁଥିରେ ଟଙ୍କା ଟ୍ରାନ୍ସଫର ହୋଇଥିଲା। ଏହାସହ ଘୋଟାଲାକାରୀଙ୍କ ଦ୍ୱାରା ବ୍ୟବହାର କରାଯାଇ ଥିବା ଫୋନ୍‌ ନମ୍ୱର ବିଷୟରେ ଜାଣିବାକୁ ପ୍ରୟାସ କରାଯାଉଛି। 

ଏଥିପାଇଁ କୌଣସି ବି ଅଜଣା ମେସେଜର ଲିଙ୍କ୍‌ରେ କ୍ଲିକ୍‌ କରିବାରୁ ଦୂରେଇ ରୁହନ୍ତୁ , କାରଣ ଆପଣ ଠକେଇର ଶିକାର ହୋଇ ପାରନ୍ତି । ଆଉ ଆପଣଙ୍କ ଆକାଉଣ୍ଟ ଖାଲି ହୋଇ ଯାଇପାରେ।   

Copyright © 2022 - Summa Real Media Private Limited. All Rights Reserved.