ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚିଲା ଦିଲ୍ଲୀ ପୁଲିସ୍ , କେଉଁ ମାମଲାରେ ମାରିଲା ନୋଟିସ୍

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସର କ୍ରାଇମ୍‌ ବ୍ରାଞ୍ଚ୍‌ ଟିମ୍‌ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିବାସରେ ପହଞ୍ଚିଛି। ଘଟଣା ସ୍ଥଳରେ ଏସିପି ମଧ୍ୟ ଅଛନ୍ତି। କ୍ରାଇମ୍‌ ବ୍ରାଞ୍ଚ୍‌ କେଜ୍ରିୱାଲଙ୍କୁ ବିଧାୟକଙ୍କ କିଣାବିକାରେ ତାଙ୍କର ଅଭିଯୋଗ ନେଇ ପ୍ରକୃତ ତଥ୍ୟ ନେବାକୁ ଯାଇଥିଲା। ସୂତ୍ରାନୁସାରେ, ଅରବିନ୍ଦ କେଜ୍ରିୱାଲ ଅଭିଯୋଗ ଲଗେଇ ଥିଲେ କି , ତାଙ୍କର ବିଧାୟକଙ୍କୁ କିଣିବାର ଚେଷ୍ଟା କରାଯାଉଛି।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହି ଥିଲେ କି ତାଙ୍କର ୭ ଜଣ ବିଧାୟକଙ୍କୁ ସଂପର୍କ କରାଯାଇଛି। ଏହାସହ ସେ ଦାବି କରି ଥିଲେ ଯେ, ତାଙ୍କର ୨୧ଜଣଙ୍କୁ ତାଙ୍କ ଠାରୁ ଛଡ଼େଇବାକୁ ପ୍ଲାନିଂ ଚାଲିଛି। ଏହାସହ ମନ୍ତ୍ରୀ ଆତିଶୀ ପିସିର ଅଭିଯୋଗ ଲଗେଇ ଥିଲେ କି, ବିଜେପି ଆମ୍‌ ଆଦମୀ ପାର୍ଟିର ବିଧାୟକଙ୍କୁ ୨୫-୨୫ କୋଟି ଟଙ୍କାର ଅଫର ଦେଉଛି, ୭ ଜଣ ବିଧାୟକଙ୍କୁ ଖସାଇବାର ପ୍ରୟାସ କରାଯାଇଛି। 

 

ସୂତ୍ରାନୁସାରେ , ଏହି ମାମଲାରେ ଦିଲ୍ଲୀ ପୁଲିସ କ୍ରାଇମ୍‌ ବ୍ରାଞ୍ଚ ଆତିଶୀଙ୍କୁ ମଧ୍ୟ ନୋଟିସ୍‌ ପଠାଇ ପାରେ। ଏହି ମଧ୍ୟରେ ଆମ୍‌ ଆଦମୀ ପାର୍ଟି କହିଛି, ଦିଲ୍ଲୀ ପୁଲିସ ନୋଟିସ୍‌ ନଦେଇ ମୁଖ୍ୟମନ୍ତ୍ରୀଙ୍କ ନିବାସରୁ ଚାଲି ଯାଇଛି। ସିଏମ୍‌ ଅଫିସର ଅଧିକାରୀ ନୋଟିସ୍‌ ନେବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ପୁଲିସ ଅଧିକାରୀ ନୋଟିସ୍ ନଦେଇ ପ୍ରସ୍ଥାନ କରିଛନ୍ତି। 

ନ୍ୟୁଜ୍‌ ଏଜେନ୍ସି ଏଏନଆଇ ରିପୋର୍ଟ ମୁତାବିକ , ଦିଲ୍ଲୀ ପୁଲିସ ନୋଟିସରେ କେଜ୍ରିୱାଲଙ୍କୁ ପଚାରିଛି ତାଙ୍କର ଅଭିଯୋଗରେ ତଥ୍ୟ ପ୍ରମାଣ ଦେବାକୁ। ସେଥିପାଇଁ ପୁଲିସ ଟିମ୍‌ ଦିଲ୍ଲୀ ମନ୍ତ୍ରୀ ଆତିଶିଙ୍କ ବାସ ଭବନକୁ ଯାଇଥିଲେ , ହେଲେ ନା କେଜ୍ରିୱାଲ ନା ଆତିଶି କେହି ଘରେ ନଥିଲେ। 

ଗତ ସପ୍ତାହରେ କେଜ୍ରାୱଲ ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ ଅଭିଯୋଗ କରିଥିଲେ କି, ତାଙ୍କ ଦଳର ୭ ଏମଏଲଏମଙ୍କୁ ବିଜେପି ସଂପର୍କ କରିଥିଲା। ତୁରନ୍ତ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏବା ଭିତ୍ତିହୀନ କହିଛି ଏବଂ ବର୍ତ୍ତମାନ ଦିଲ୍ଲୀ କ୍ରାଇମ୍‌ ବ୍ରାଞ୍ଚ ଉକ୍ତ ମାମଲାକୁ ହାତକୁ ନେଇଛି। 

କେଜ୍ରିୱାଲଙ୍କ ବାସଭବନକୁ ପୁଲିସର ଏହି ହଠାତ୍‌ ଗସ୍ତ ସେହି ସମୟରେ ଘଟିଛି, ଯେଉଁ ସମୟରେ କେଜ୍ରିୱାଲ ମଦ ଦୁର୍ନୀତି ମାମଲାରେ ଇଡିର ସ୍କାନରେ ଅଛନ୍ତି। ସୂଚନା ଯେ , ଶୁକ୍ରବାର ଦିନ ଏହି ଯାଞ୍ଚ ଏଜେନ୍ସିର ୫ମ ନୋଟିସ୍‌କୁ ବି ଏଡେଇ ଦେଇ କେଜ୍ରିୱାଲ ପଚରାପଚରିର ସମ୍ମୁଖୀନ ହୋଇ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.