ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଆରମ୍ଭ ହେବ ପ୍ୟାରିସ ପାରାଲିମ୍ପିକ୍ସ, ଭାଗ ନେଇଛନ୍ତି ୮୪ ଜଣିଆ ଭାରତୀୟ ପାରା କ୍ରୀଡ଼ାବିତ୍

ପ୍ୟାରିସ, ୨୮ ।୮ : ଗ୍ରୀଷ୍ମ ଅଲିମ୍ପିକ୍ସ ସଫଳତାର ସହ ସମାପ୍ତ ହେବା ପରେ ବୁଧବାର ଠାରୁ ପ୍ୟାରିସରେ ଆରମ୍ଭ ହେବାକୁ ଯାଉଛି ପାରାଅଲିମ୍ପିକ୍ସ କ୍ରୀଡ଼ା । ନ୍ୟାସନାଲ ଷ୍ଟାଡିୟମରେ (ମୁଖ୍ୟ ଆଥଲେଟିକ୍ସ ଷ୍ଟାଡିୟମ) ଆୟୋଜିତ ହେବ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ । ୧୬୯ ଦେଶର କ୍ରୀଡ଼ାବିତ ଉଦ୍‌ଘାଟନୀ ପରେଡ୍‌ରେ ସାମିଲ ହେବେ । ୮୪ ଜଣିଆ ଭାରତୀୟ ଦଳ ଏଥର କ୍ରୀଡ଼ାରେ ଭାଗ ନେଇଛନ୍ତି । କ୍ରୀଡ଼ା ୨୮ ତାରିଖରୁ ଉଦ୍‌ଘାଟିତ ହୋଇ ସେପ୍ଟେମ୍ବର ୮ ତାରିଖରେ ଶେଷ ହେବ । ଏଥର ୨୨ଟି କ୍ରୀଡ଼ାରେ ମୋଟ୍‌ ୫୪୯ଟି ଇଭେଣ୍ଟ ରହିଛି । 

ଭାରତୀୟ ଦଳ ୧୨ଟି କ୍ରୀଡ଼ାରେ ଭାଗ ନେବ । ପୂର୍ବ ଟୋକିଓ ପାରାଲିମ୍ପିକ୍ସରେ ୫୪ ଜଣ ଭାରତୀୟ ୯ଟି କ୍ରୀଡ଼ାରେ ଭାଗ ନେଇ ୫ଟି ସ୍ୱର୍ଣ୍ଣ ସହ ମୋଟ୍‌ ୧୯ଟି ପଦକ ଜିତିଥିଲେ । ପୂର୍ବାପେକ୍ଷା ଏଥର ଦଳର କଳେବର ବଢ଼ିଛି । ତେଣୁ ପଦକ ସଂଖ୍ୟାରେ ବୃଦ୍ଧି ପାଇବ ବୋଲି ଆଶା ରହିଛି । ଆଥଲେଟିକ୍ସରେ ସର୍ବାଧିକ ୩୮ ଜଣ ଅଂଶ ଗ୍ରହଣ କରିବେ । ସେମିତି ବ୍ୟାଡମିଣ୍ଟନରେ ୧୩ ଓ ସୁଟିଂରେ ୧୦ ଜଣ ଭାରତୀୟ ପଦକ ଲଢ଼େଇ କରିବେ । ଦୁର୍ଭାଗ୍ୟକୁ ଏଥର ଟୋକିଓ ଚାମ୍ପିଅନ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଭାଗ ନେବାରୁ ବଞ୍ଚିତ ହୋଇଛନ୍ତି । ଡୋପ୍‌ ନିୟମ ଉଲ୍ଲଂଘନ କରି ସେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ସଂଘର ଡୋପ୍‌ ନିରୋଧୀ ସଂସ୍ଥା ଦ୍ୱାରା ବାସନ୍ଦ ହୋଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.