ନୂଆଦିଲ୍ଲୀ,୦୯/୦୯: ଦେଶ ମଧ୍ୟରେ ଡିଜିଟାଲ ହାଉସ ଆରେଷ୍ଟ ଘଟଣା ଦ୍ରୁତ ଭାବେ ବୃଦ୍ଧି ଘଟୁଛି । ସରଳ ଭାବେ ବୁଝିବାକୁ ଗଲେ ଡିଜିଟାଲ ଆରେଷ୍ଟର ଅର୍ଥ ହେଉଛି ଭିଡିଓ କଲ୍ ଜରିଆରେ କୌଣସି ବ୍ୟକ୍ତି ବିଶେଷଙ୍କୁ ଗିରଫ୍ର ଡର ଦେଖାଇ ତାଙ୍କୁ ଘରେ ରଖି ବଡ ଧରଣର ଠକେଇ କରିବା ।
ଏକ ଆକଳନ ମୁତାବକ, ଗତ ୪ ମାସରେ ଏଭଳି ଘଟଣା ଯୋଗୁ ୪୦୦ କୋଟିର ଠକେଇ ଘଟଣା ସାମ୍ନାକୁ ଆସିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟ ଘଟଣା ହେଉଛି ଡାକ୍ତର, ସଫ୍ଟୱେର ଇଞ୍ଜିନିୟର, ସେନା ଅଧିକାରୀ, ଆଇଆଇଟି ପ୍ରଫେସରଙ୍କ ଭଳି ଉଚ୍ଚ ଶିଖିତ ବ୍ୟକ୍ତିବିଶେଷ ଏହାର ଶିକାର ହେଉଛନ୍ତି । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ହରିଆଣା ସମେତ ଦେଶର ବିଭିନ୍ନ ରାଜ୍ୟରେ ଏଭଳି ଘଟଣା ସାମ୍ନାକୁ ଆସୁଛି । ଦୁବାଇରେ ବସିଛନ୍ତି ଏହାର ମାଷ୍ଟର ମାଇଣ୍ଡ୍ ଏକ ରିପୋର୍ଟରେ କୁହାଯାଇଛି ।