ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

କ୍ୟାପ୍ଟେନ୍‌ ଯୋଗେଶ ବୈରାଗୀ କିଏ ? ଭିନେଶ ଫୋଗାଟଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ: ରେସଲର ଭିନେଶ ଫୋଗାଟଙ୍କ ବିପକ୍ଷରେ ପ୍ରାର୍ଥୀ ଦେଇଛି ଭାରତୀୟ ଜନତା ପାର୍ଟି (ବିଜେପି) । ମଙ୍ଗଳବାର ବିଜେପି ଜାରି କରିଥିବା ଦ୍ବିତୀୟ ପ୍ରାର୍ଥୀ ତାଲିକା ଅନୁସାରେ କ୍ୟାପ୍ଟେନ ଯୋଗେଶ ବୈରାଗୀଙ୍କୁ ଜୁଲାନା ଆସନରୁ ଟିକେଟ୍‌ ମିଳିଛି । କଂଗ୍ରେସ ପ୍ରାର୍ଥୀ ଭିନେଶ ଫୋଗାଟଙ୍କୁ କ୍ୟାପ୍ଟେନ ବୈରାଗୀ ଟକ୍କର ଦେବେ । ଏହା ପୂର୍ବରୁ ଶୁକ୍ରବାର ହରିୟାଣା ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ୩୨ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଥିଲା । 

ଏଥିରେ ଭିନେଶ ଫୋଗାଟଙ୍କ ନାଁ ସାମିଲ ଥିଲା ଏବଂ ତାଙ୍କୁ ଜୁଲାନାରୁ ଟିକେଟ ଦେଇଛି ଦଳ ।  ଭିନେଶ ଫୋଗାଟଙ୍କ ଶ୍ବଶୁର ଘର ଜୁଲାନାରେ ରହିଛି । ସେପଟେ କ୍ୟାପ୍ଟେନ ଯୋଗେଶ ବୈରାଗୀ ବିଜେପି ଯୁବମୋର୍ଚ୍ଚାର ଉପାଧ୍ୟକ୍ଷ ଅଛନ୍ତି । ଏହା ସହ ବିଜେପି ଖେଳ ପ୍ରକୋଷ୍ଠ (ହରିୟାଣା)ର ସହ ସଂଯୋଜକ ଦାୟିତ୍ବରେ ଅଛନ୍ତି ବୈରାଗୀ ।  ତୃଣମୂଳ ସ୍ତରରେ ସେ ଲୋକଙ୍କ ପାଇଁ କାମ କରୁଥିବା ନେତା ବୋଲି କୁହାଯାଏ । ଏହା ବ୍ୟତୀତ ବିଜେପିର ଉଦୀୟମାନ ଯୁବନେତାଙ୍କ ମଧ୍ୟରେ ଯୋଗେଶ ବୈରାଗୀ ଅନ୍ୟତମ । 

ଅନ୍ୟପଟେ ହରିୟାଣାରେ ହ୍ୟାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ବିଜେପି   । କିନ୍ତୁ ବିଜେପିକୁ କଂଗ୍ରେସ ପାଖରୁ କଡ଼ା ଟକ୍କର ମିଳିପାରେ ବୋଲି କୁହାଯାଉଛି । ରାଜ୍ୟରେ ସରକାର ବିରୋଧୀ ହାଓ୍ବାର ଫାଇଦା ନେବାକୁ ଚେଷ୍ଟା ଚଳାଇଛି କଂଗ୍ରେସ । ରାଜ୍ୟରେ ୯୦ ସଦସ୍ୟତା ବିଶିଷ୍ଟ ବିଧାନସଭା ଲାଗି ନିର୍ବାଚନ ଅକ୍ଟୋବର ୫ରେ ଅନୁଷ୍ଠିତ ହେବ । ଏହାର ୩ ଦିନ ପରେ ଅର୍ଥାତ ଅକ୍ଟୋବର ୮ରେ ଭୋଟ ଗଣତି ହେବା ସହ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।  

  • BJP
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.