ପ୍ରମୂଖ ଖବର
  • ହେଲିକପ୍ଟରରେ ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଝାଡ଼ଖଣ୍ଡରେ ହାଇଡ୍ରାମା, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ହେମନ୍ତ ସୋରେନଙ୍କୁ ଗିରଫ କଲା ଇଡି

Published By : Tapas Panda | January 31, 2024 9:55 PM

ରାଞ୍ଚି: ବହୁ ଚର୍ଚ୍ଚା ଆଲୋଚନା ପରେ ହେମନ୍ତ ସୋରେନଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଜମି ଦୁର୍ନୀତି ମାମଲାରେ ଇଡି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଛି । ଏହା ପୂର୍ବରୁ ଇଡି ହେପାଜତରେ ଯାଇ ରାଜଭବନରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହେମନ୍ତ ସୋରେନ୍‌ । ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ବରିଷ୍ଠ ମନ୍ତ୍ରୀ ଚମ୍ପାଇ ସୋରେନ

ଆଜି ଜମି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେରା କରିଥିଲା ଇଡି । ମଧ୍ୟାହ୍ନରୁ ପଚରାଉଚରା ଜାରି ରହିଥିବା ବେଳେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ରାଞ୍ଚି ବାସଭବନରେ ପହଞ୍ଚିଥିଲେ ଝାଡ଼ଖଣ୍ଡର ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବ । ଏହା ପରେ ହେମନ୍ତ ସୋରେନଙ୍କୁ ଇଡି କୌଣସି ମୁହୂର୍ତ୍ତରେ ଗିରଫ କରିପାରେ ବୋଲି ଚର୍ଚ୍ଚା ହୋଇଥିଲା । ଏହାରି ମଧ୍ୟରେ    ଇଡି ହେପାଜତରେ ସୋରେନ ରାଜଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ଆଜି ପ୍ରାୟ ୬ ଘଣ୍ଟା ଧରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇଡି ପଚରାଉଚରା କରିଥିଲା । ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ସୋରେନଙ୍କ ବାସଭବନ ବାହାରେ ପୋଲିସ ଛାଉଣୀ ଦେଖିବାକୁ ମିଳିଛି ।  ରାଜଭବନରେ ବି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।  ସେପଟେ ସୋରେନଙ୍କ ଇସ୍ତଫା ପରେ ରାଜ୍ୟର ପରିବହନ ମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ବିଧାୟକ ଦଳର ନେତା ଚୟନ କରାଯାଇଛି । ଦଳୀୟ ବିଧାୟକମାନେ ଚମ୍ପାଇଙ୍କ ଶପଥ ଗ୍ରହଣ ଲାଗି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ବୋଲି ମନ୍ତ୍ରୀ ବନ୍ନା ଗୁପ୍ତା କହିଛନ୍ତି ।  ଏହା ସହ କଂଗ୍ରେସ ବିଧାୟକ ରାଜେଶ ଠାକୁର ମଧ୍ୟ କହିଛନ୍ତି ଯେ ଚମ୍ପାଇ ସୋରେନଙ୍କୁ ନୂଆ ବିଧାୟକ ଦଳ ନେତା ଭାବରେ ଚୟନ କରାଯାଇଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.