ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ନୂଆ ସଂସଦ ଭବନରେ କର୍ମଚାରୀ ପିନ୍ଧିବେ ନୂଆ ୟୁନିଫର୍ମ, ଗଣେଶ ପୂଜାରୁ ଚାଲିବ ନୂଆ ସଂସଦ ଭବନ

ନୂଆଦିଲ୍ଲୀ, ୧୩।୯: କେନ୍ଦ୍ର ସରକାର ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ପ୍ରଥମ ଦିନ ଅଧିବେଶନ ପୁରୁଣା ସଂସଦରେ ବସିବ । ଗଣେଶ ଚତୁର୍ଥୀ ବା ୧୯ ତାରିଖରୁ ନୂଆ ସଂସଦ ଭବନରେ ଗୃହକାର୍ଯ୍ୟ ଆରମ୍ଭ ହେବ । ନୂଆ ଭବନ ଯିବା ବେଳେ ସଂସଦ କର୍ମଚାରୀଙ୍କୁ ନୂଆ ୟୁନିଫର୍ମରେ ଦେଖିବାକୁ ମିଳିବ ।  ସେମାନଙ୍କ ଲାଗି ନୂଆ ୟୁନିଫର୍ମ ବ୍ୟବସ୍ଥା କରାଯାଇଛି । ଏଥିରେ ‘ନେହରୁ ଜ୍ୟାକେଟ୍‌’ ଏବଂ ଖାକି ରଙ୍ଗର ପ୍ୟାଣ୍ଟ ସାମିଲ ରହିଛି । ୟୁନିଫର୍ମରେ ‘ଭାରତୀୟ’ ଛାପ ରହିବ । ଗଣେଶ ଚତୁର୍ଥୀ ଅବସରରେ ପ୍ରଥମେ ଏକ ଛୋଟ ପୂଜା  ରଖାଯାଇଛି । ପୂଜା ପରେ ସାଂସଦ ଓ କର୍ମଚାରୀମାନେ  ନୂଆ ଭବନରେ ପ୍ରବେଶ କରିବେ । 

ଖବର ମୁତାବକ, ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାସନ୍‌  ଟେକ୍ନୋଲୋଜି (ଏନ୍‌ଆଇଏଫ୍‌ଟି) ଦ୍ୱାରା ସଂସଦ ଭବନ  କର୍ମଚାରୀଙ୍କ ଲାଗି ୟୁନିଫର୍ମ ତିଆରି କରାଯାଇଛି । ଅମଲାତନ୍ତ୍ରୀ  ବା ବ୍ୟୁରୋକ୍ରାଟ୍‌ମାନେ ‘ବନ୍ଧଗଳା’ ସୁଟ୍‌ ପରିବର୍ତ୍ତେ ମାଜେଣ୍ଟା କିମ୍ବା ଗାଢ଼ ଗୋଲାପୀ ରଙ୍ଗର ନେହରୁ ଜ୍ୟାକେଟ୍‌ ପରିଧାନ  କରିବେ । ସେମାନଙ୍କ ସାର୍ଟଗୁଡ଼ିକ ମଧ୍ୟ ଗାଢ଼ ଗୋଲାପୀ ରହିବ ଏବଂ ତତ୍‌ସହିତ ଏଥିରେ ପଦ୍ମଫୁଲ ଡିଜାଇନ୍‌ ସ୍ଥାନ  ପାଇବ । କର୍ମଚାରୀମାନେ ଖାକି ରଙ୍ଗର ପ୍ୟାଣ୍ଟ ପିନ୍ଧିବେ । ଉଭୟ ଲୋକସଭା ଓ ରାଜ୍ୟସଭାର ମାର୍ଶଲମାନଙ୍କର ପୋଷାକ ବି ବଦଳିବ । ସେମାନେ ମଣିପୁରୀ ପଗଡ଼ି ପରିଧାନ କରିବେ । ନିରାପତ୍ତା ରକ୍ଷୀଙ୍କ ପରିପାଟୀରେ ମଧ୍ୟ ପରିବର୍ତ୍ତନ ଅଣାଯିବ । ସଫାରି ସୁଟ୍‌ ପରିବର୍ତ୍ତେ ସେମାନଙ୍କୁ ସେନା ଭଳି କ୍ୟାମୋଫ୍ଲଜ୍‌ ଡ୍ରେସ୍‌ ପ୍ରଦାନ କରାଯିବ । ସଂସଦ ଭବନ କର୍ମଚାରୀଙ୍କ ନୂଆ ୟୁନିଫର୍ମକୁ ନେଇ କଂଗ୍ରେସ ସମାଲୋଚନା କରିଛି । ଲୋକସଭାରେ କଂଗ୍ରେସ  ହ୍ୱିପ୍‌ ମଣିକମ୍‌ ଟାଗୋର କହିଛନ୍ତି, ୟୁନିଫର୍ମରେ ପଦ୍ମଫୁଲ  କ’ଣ ପାଇଁ ଲଗାଯାଇଛି ? ଏହା ପରିବର୍ତ୍ତେ ମୟୂର କିମ୍ବା ବାଘ   କାହିଁକି ଲଗାଗଲା ନାହିଁ ? ଏହା ଏଥିପାଇଁ ଯେ ବିଜେପିର  ନିର୍ବାଚନୀ ଚିହ୍ନ ପଦ୍ମ । ଓମ୍‌ ବିର୍ଲା ସାର୍‌ (ଲୋକସଭା   ବାଚସ୍ପତି) ଏତେ ତଳକୁ କାହିଁକି ଖସିଗଲେ ? 

ଟାଗୋର ଆହୁରି କହିଛନ୍ତି ଯେ ୟୁନିଫର୍ମରେ ପଦ୍ମ ଡିଜାଇନ୍‌ ରଖିବା ନିହାତି ପିଲାଳିଆମି କାର୍ଯ୍ୟ । ଏହି ଲୋକମାନେ (ସରକାର) ଜି-୨୦ ସମ୍ମିଳନୀରେ ବି ଏଭଳି କରିଥିଲେ । ସେମାନଙ୍କ  ଯୁକ୍ତି ଯେ ପଦ୍ମ ହେଉଛି ଜାତୀୟ ପୁଷ୍ପ । ଆଶା ଯେ ବିଜେପି ପ୍ରଗତି ଆଣୁ, କିନ୍ତୁ ସଂସଦକୁ ଏକ ଦଳ ପାଇଁ ନ ବନାଉ । ସଂସଦ ସବୁ ଦଳଙ୍କ ପାଇଁ । ଏଥିରୁ ବୁଝାପଡ଼ୁଛି ଯେ ବିଜେପି ପ୍ରତ୍ୟେକ ସଂସ୍ଥାନରେ ଅଯଥା ହସ୍ତକ୍ଷେପ କରୁଛି । ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୮ରୁ ଆରମ୍ଭ  ହେଉଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ୫ ଦିନ  ଧରି ଚାଲିବ । ଗଣେଶ ଚତୁର୍ଥୀରୁ ସବୁ ସାଂସଦମାନେ  ନୂଆ ସଂସଦ ଭବନ ଯିବେ । ଚଳିତବର୍ଷ ମେ ୨୮ରେ   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂଆ ସଂସଦ  ଭବନ ଉଦ୍‌ଘାଟନ କରାଯାଇଥିଲା । କିନ୍ତୁ ଉଦ୍‌ଘାଟନୀ  ଉତ୍ସବରେ ବିରୋଧୀ ଦଳ ସାମିଲ ହୋଇ ନ ଥିଲେ ।

  • parliament
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.