ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଆମ୍ବ ତୋଳିବା ହେଲା କାଳ, ଗଛରୁ ଖସିପଡି ଯୁବକ ମୃତ

ଫିରିଙ୍ଗିଆ,୧୫।୫ :  ଆମ୍ବ ତୋଳିବା ପାଇଁ ଗଛକୁ ଚଢିବା ହେଲା କାଳ I ଆମ୍ବ ତୋଳୁଥିବା ବେଳେ ଗଛରୁ ଖସି ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି I ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ପବିଙ୍ଗିଆ ପଞ୍ଚାୟତ ର ବ୍ ବ୍ ଡିଙ୍ଗିଆ ଗାଁ ରେ । ମୃତ ଯୁବକ ଜଣକ ସେହି ବଡଙ୍ଗିଆ ଗାଁର ମିଥୁନ ପ୍ରଧାନ ।

 ବୁଧବାର ଅପରାହ୍ନ ସମୟରେ ମୃତ ଯୁବକ ଓ ତାଙ୍କ ସ୍ତ୍ରୀ ନିଜ ଗାଁ ପାଖରେ ଥିବା ଆମ୍ବତୋଟାକୁ ଆମ୍ବ ତୋଳିବା ପାଇଁ ଯାଇଥିଲେ I ଆମ୍ବ ଗଛ ତଳେ ତାଙ୍କ ସ୍ତ୍ରୀ ଆମ୍ବ ଗୋଟାଇବା ପାଇଁ ରହିଥିବା ବେଳେ ମୃତ ଯୁବକ ଜଣକ ଆମ୍ବ ଗଛକୁ ଚଢ଼ିଥିଲେ I ତେବେ ତୋଳିବା ସମୟରେ ଅସାବଧାନତା ଯୋଗୁଁ ତାଙ୍କର ଗୋଡ଼ ଖସି ଯାଇଥିଲା ଫଳରେ ସେ ଗଛଉପରୁ ତଳେ ପଡିଯାଇଥିଲେ I ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଗ୍ରାମବାସୀ ଙ୍କ ସହଯୋଗରେ ଏକ ଅଟୋରେ ଚିକିତ୍ସା ପାଇଁ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ I ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ପରେ ମୃତ ଯୁବକଙ୍କ ସାନ ଭାଇ ଏହି ଦୁର୍ଘଟଣା ସମ୍ପର୍କରେ ଫିରିଙ୍ଗିଆ ଥାନାରେ ଏତଲା ଦେବାପରେ ଏଏସଆଇ ମିନି ମହାକୁଡ଼ ଏକ ଟିମ ସହ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଶବ କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ପଠେଇ ଦେଇ ତଦନ୍ତ  କରୁଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.