ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ବିବାହ ପ୍ରଶ୍ନକୁ ନେଇ ରାଗିଗଲେ ତମନ୍ନା, ଫ୍ୟାନ୍ସଙ୍କୁ କହିଦେଲେ ଏମିତି କିଛି

ନୂଆଦିଲ୍ଲୀ ୦୬/୦୯: ଅଭିନେତ୍ରୀ ତମନ୍ନା ଭାଟିଆ ତାଙ୍କ ଫିଲ୍ମ ଅପେକ୍ଷା ଅଧିକ ପର୍ସନାଲ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ। ନିକଟରେ ରିଲିଜ ହୋଇଥିବା ରଜନୀକାନ୍ତଙ୍କ ଫିଲ୍ମ 'ଜେଲର'ରେ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଥିଲା ଏହା ବ୍ୟତୀତ ବିଜୟ ବର୍ମାଙ୍କ ସହ ରିଲେସନସିପ୍‌କୁ ନେଇ ଦୀର୍ଘ ଦିନ ଧରି ଆଲୋଚନାରେ ଅଛନ୍ତି। ନେଟଫ୍ଲିକ୍ସର ସିରିଜ୍ 'ଲଷ୍ଟ ଷ୍ଟୋରୀ ୨' ରେ ଦୁହେଁ ଏକାଠି ନଜର ଆସିଥିଲେ। ନିକଟରେ ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମର ଅଂଶ ହୋଇଥିଲେ ତମନ୍ନାଯେଉଁଠାରେ ଫ୍ୟାନ୍ସ ତାଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ସମୟରେ ଜଣେ ପ୍ରଶଂସକ ତାଙ୍କୁ ଏପରି ପ୍ରଶ୍ନ ପଚାରିଥିଲେ, ଯାହାକୁ ନେଇ ଅଭିନେତ୍ରୀ ବିରକ୍ତ ହୋଇଥିଲେ।    

ତମନ୍ନାଙ୍କୁ ଜଣେ ପ୍ରଶଂସକ ପଚାରିଥିଲେ, "ତୁମେ କେବେ ବିବାହ କରିବାକୁ ଯାଉଛ?" ପ୍ରଶଂସକଙ୍କ ଏହି ପ୍ରଶ୍ନରେ ତମନ୍ନା ବହୁତ ରାଗି ଯାଇଥିଲେ ଏବଂ ସେ କହିଥିଲେ ଯେ ମୋର ପିତାମାତା ମଧ୍ୟ ମୋତେ ଏହି ପ୍ରଶ୍ନ ପଚାରନ୍ତି ନାହିଁ ପରେ ତାଙ୍କୁ ପଚରାଯାଇଥିଲା କି ସେ ଭଲ ପୁଅ ପାଇଛନ୍ତି କିଏହା ଉପରେ ସେ କହିଛନ୍ତିମୁଁ ବର୍ତ୍ତମାନ ମୋ ଜୀବନରେ ବହୁତ ଖୁସି ଅଛି।"

ଅଭିନେତା ବିଜୟ ଭର୍ମାଙ୍କ ସହ ତାଙ୍କ ରିଲେସନସିପ୍‌କୁ ନେଇ ଆଲୋଚନାରେ ଅଛନ୍ତି ତମନ୍ନା। ଖବର ଅନୁଯାୟୀ ଦୁହେଁ ନେଟଫ୍ଲିକ୍ସ ସିରିଜ୍ 'ଲଷ୍ଟ ଷ୍ଟୋରୀ 2' ର ସେଟରେ ପ୍ରେମରେ ପଡିଥିଲେ ଏକ ସାକ୍ଷାତକାରରେ ଅଭିନେତା କହିଥିଲେ ଯେ ସେ କେବେବି ଇଣ୍ଡଷ୍ଟ୍ରିର କାହା ସହ ସମ୍ପର୍କରେ ଆସିବାକୁ ଚାହୁଁନାହାଁନ୍ତିକିନ୍ତୁ ତମନ୍ନା ଭାଟିଆଙ୍କୁ ଭେଟିବା ପରେ ତାଙ୍କ ମତ ବଦଳାଇ ଦେଇଛନ୍ତି। 

Copyright © 2022 - Summa Real Media Private Limited. All Rights Reserved.