ପ୍ରମୂଖ ଖବର
  • ଜୁଲାଇ ୩ରୁ ସିପିଇଟି ପରୀକ୍ଷା, ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ
  • ||
  • ନନ୍ଦନକାନନରେ ଆଖି ବୁଜିଲା ନାଲି ବାଘୁଣୀ 'ସାରା', ବୟସାଧିକ କାରଣରୁ ମୃତ୍ୟୁ
  • ||
  • ଅଷ୍ଟାଦଶ ଲୋକସଭା ଅଧିବେଶନ, ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ
  • ||
  • ଜୁଲାଇ ୯ରୁ ମାଟ୍ରିକ୍‌ ସାର୍ଟିଫିକେଟ୍‌ ବଣ୍ଟନ: ଜୁଲାଇ ୧୨ ରୁ ୨୨ ତାରିଖ ପର୍ଯ୍ୟନ୍ତ ତ୍ରୁଟି ସଂଶୋଧନ ପାଇଁ ଆବେଦନ
  • ||
  • ମାନହାନି ମାମଲା: ରାହୁଲଙ୍କୁ ଜୁଲାଇ ୨ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
  • ||
  • ଟି-୨୦ ବିଶ୍ବକପ୍ ୨୦୨୪, ଆଫଗାନର ସ୍ବପ୍ନ ଧୂଳିସାତ,ଫାଇନାଲ୍ରେ ଦକ୍ଷିଣ. ଆଫ୍ରିକା
  • ||
  • ଟି-୨୦ ବିଶ୍ୱକପ୍ ସେମି ଟକ୍କର: ଇଂଲଣ୍ଡ- ଭାରତ ମହାମୁକାବିଲା, ବର୍ଷା ସାଜିପାରେ ଖଳନାୟକ
  • ||
  • ଅଣସର ଘରେ ଚାଲିଛି ଗୁପ୍ତ ଉପଚାର, ଆଜି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ
  • ||
  • ରାଜ୍ୟରେ ବଦଳିଲା ପାଗ: ୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ଛେଚିବ
  • ||

ବିବାହ ପରେ ଇସ୍‌ଲାମ ଗ୍ରହଣ କରିବେନି ସୋନାକ୍ଷୀ, ସ୍ପଷ୍ଟ କଲେ ଜହିରଙ୍କ ବାପା

ମୁମ୍ବାଇ ୨୩/୦୬: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଓ ଅଭିନେତା ଜହିର ଇକବାଲ । ଗତ ଶୁକ୍ରବାର ମେହନ୍ଦୀ ବିଧି ପାଳିତ ହୋଇଥିଲା । ଏହି ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିଛି ଅତିଥିଙ୍କ ସହ ଉଭୟ ଜହିର-ସୋନାକ୍ଷୀ ପୋଜ୍‌ ଦେଇଛନ୍ତି । ବିବାହ ପରେ ସୋନାକ୍ଷୀ ଇସ୍‌ଲାମ ଧର୍ମ ଗ୍ରହଣ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିବାବେଳେ ଜହିରଙ୍କ ବାପା ଇକବାଲ ରତନସି ଏ ବିଷୟରେ ସ୍ପଷ୍ଟ କରିଛନ୍ତି । 

ଏ ପ୍ରକାର ଗୁଜବକୁ ସେ ଖଣ୍ଡନ କରି କହିଛନ୍ତି ‘ଏହା ହିନ୍ଦୁ କିମ୍ବା ମୁସ୍‌ଲିମ ବିବାହ ହେବ ନାହିଁ, ବରଂ ରେଜିଷ୍ଟର ମ୍ୟାରେଜ୍‌ ହେବ । ବିବାହ ପରେ ସୋନାକ୍ଷୀ ଇସ୍‌ଲାମ ଧର୍ମ ଗ୍ରହଣ କରିବେ ନାହିଁ । ଏହା ଦୁଇଟି ହୃଦୟ ଓ ଧର୍ମର ମିଳନ । ମୁଁ ମାନବତାରେ ବିଶ୍ୱାସ କରେ । ହିନ୍ଦୁମାନେ ଈଶ୍ୱରଙ୍କୁ ଭଗବାନ ବୋଲି କହନ୍ତି ଏବଂ ମୁସ୍‌ଲମାନ ଆଲ୍ଲା କହନ୍ତି । କିନ୍ତୁ ସର୍ବଶେଷରେ ଆମେ ସମସ୍ତେ ମଣିଷ । ଜହିର ଓ ସୋନାକ୍ଷୀଙ୍କୁ ମୋର ଆଶୀର୍ବାଦ ।’ 

ନିକଟରେ ଶତ୍ରୁଘ୍ନ ସିହ୍ନାଙ୍କର ଜଣେ ଘନିଷ୍ଠ ବନ୍ଧୁ ସୋନାକ୍ଷୀ-ଜହିରଙ୍କ ବିବାହ ବିଷୟରେ ସୂଚନା ଦେଇଥିଲେ । ଉଭୟଙ୍କ ବିବାହରେ ପରିବାରର ସମସ୍ତ ସଦସ୍ୟ ଯୋଗ ଦେବେ । ଜହିରଙ୍କ ଘରେ ରେଜିଷ୍ଟର ମ୍ୟାରେଜ୍‌ ହେବ ବୋଲି ସେ କହିଥିଲେ । କିଛି ଦିନ ତଳେ ଶତ୍ରୁଘ୍ନ ବିବାହରେ ଯୋଗ ଦେବା ବିଷୟରେ ଏକ ଗଣାମାଧ୍ୟମ ସହ ଆଲୋଚନା କରିଥିଲେ । ସେ ସୋନାକ୍ଷୀଙ୍କ ବିବାହରେ ଯୋଗ ଦେବେନାହିଁ ବୋଲି ଯେଉଁ ଚର୍ଚ୍ଚା ହେଉଛି, ତାହା ମିଛ ବୋଲି ଶତ୍ରୁଘ୍ନ କହିଥିଲେ । ଗୋଟିଏ ବୋଲି ଝିଅର ଜୀବନ କଥା । ତେଣୁ ତା’ ଜୀବନର ସବୁଠୁ ବଡ଼ ଦିନରେ ସେ ନିଶ୍ଚିତ ଭାବେ ଯୋଗ ଦେବେ ବୋଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.