ଗୋପାଳପୁର ୬/୭ ; ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁର ଛକ ନିକଟରେ ଏକ କାର ଧକ୍କାରେ ୨ ଟି ଗାଈର ମୃତ୍ୟୁ ହୋଇଥିବା ବାଛୁରୀ ଗୁରୁତର ହୋଇଛି।
ଭଞ୍ଜନଗରରୁ ଗୋପାଳପୁର ଏକ ଧଳା କାର ଦ୍ରୁତ ଗତିରେ ଆସୁଥିବା ବେଳେ ରାସ୍ତା କଡ଼ରେ ଥିବା ୨ ଟି ଗାଈ ଓ ଗୋଟିଏ ମାଈ ବାଛୁରୀ କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୨ଟି ଗାଈର ମୃତ୍ୟୁ ଘଟିଥିବା ବେଳେ ବାଛୁରୀଟି ଗୁରୁତର ହୋଇଛି। ଗୋପାଳପୁର ପୁଲିସ ଖବର ପାଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲିକ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଦୁର୍ଘଟରା ଘଟାଇଥିବା କାର ଟି ସ୍ଥାନୀୟ ଅଞ୍ଚଳର ଏକ ଅନ୍ଧାରୁଆ ସ୍ଥାନରେ ରଖି ସେଥିରେ ଥିବା ୪ ଜଣ ଫେରାର ହେଉଥିବା ସମୟରେ ସ୍ଥାନୀୟ ଲୋକେ ଓ ପୁଲିସ ୩ ଜଣଙ୍କୁ କାବୁ କରି ଥାନାରେ ଅଟକ ରଖିବା ସହ କାରଟି ଜବତ କରିଛି।