ପ୍ରମୂଖ ଖବର
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ବିଜେପି ସାଙ୍ଗଠନିକ ନିର୍ବାଚନ : ମନମୋହନ ସାମଲ ରିପିଟ୍ ନା ଆଉ କିଏ ? ଆଜି ସଭାପତି ପଦ ପାଇଁ ନାମାଙ୍କନ
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଦିଗପହଣ୍ଡିରେ ଝାଡାବାନ୍ତି : ଜଣେ ମୃତ, ୯ ଗୁରୁତର

Published By : Suraj Kumar | July 6, 2025 5:30 PM

ଦିଗପହଣ୍ଡି ୬। ୭ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଏସ. ଟିକରପଡା ପଞ୍ଚାୟତ ଅନ୍ତର୍ଗତ ଓସ୍ଥାପଲ୍ଲୀ ଗ୍ରାମରେ ଝାଡାବାନ୍ତି ପ୍ରକୋପ ଦେଖା ଦେଇଛି। ଏଥିରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ପୁରୁଷ ଓ ମହିଳା ଏହି ରୋଗରେ ସଂକ୍ରମିତ ହୋଇ ଦିଗପହଣ୍ଡି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ଘଟିଥିବା ବୃଦ୍ଧଙ୍କ ନାମ ଦାସ ଶବର(୬୦) 

ଗତ ପାଞ୍ଚ ଦିନ ତଳୁ ଏହି ରୋଗର ପ୍ରକୋପ ଦେଖାଦେଇଥିଲା। ଜଣଙ୍କ ପରେ ଜଣେ ଆକ୍ରାନ୍ତ ହୋଇ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଦିଗପହଣ୍ଡି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଖବର ପାଇବା ପରେ ବମକେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଗ୍ରାମରେ ପହଁଚି ଘଟଣାର ପରୀକ୍ଷା ନିରୀକ୍ଷା କରୁଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.