ଭୁବନେଶ୍ୱର, ୦୬/୦୭: ଯୁକ୍ତ ତିନି ନାମଲେଖାର ତୃତୀୟ ପର୍ଯ୍ୟାୟ ଶେଷ ହୋଇଛି । ଆସନ୍ତା ସୋମବାରଠୁ ୱେଟିଂ ଲିଷ୍ଟ ତଥା ସ୍ପଟ୍ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ୧୦ ତାରିଖ ମଧ୍ୟରେ ଏଥିପାଇଁ ଆବେଦନର ସୁଯୋଗ ମିଳିବ । ୧୨ ତାରିଖରେ ମେଧା ତାଲିକା ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ପ୍ରକାଶ ପାଇବ । ୧୪ ତାରିଖ ଅପରାହ୍ଣ ୨ଟାରେ ଉଚ୍ଚଶିକ୍ଷାନୁଷ୍ଠାନ ନିଜର ନୋଟିସ୍ ବୋର୍ଡ ଓ ୱେବ୍ସାଇଟ୍ରେ ମେଧାତାଲିକା ପ୍ରକାଶ କରିବେ । ୧୫ ଓ ୧୬ ତାରିଖ ନାମଲେଖା ହେବ । କିନ୍ତୁ ଆସନ୍ତା ୧୦ ତାରିଖରୁ ପାଠପଢ଼ା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ସାମ୍ସର ତଥ୍ୟ ଅନୁଯାୟୀ, ଯୁକ୍ତ ତିନି ନାମଲେଖା ପାଇଁ ୨ ଲକ୍ଷ ୭୩ ହଜାର ୯୯୩ ସିଟ୍ ରହିଛି । ଏଥିରୁ ତୃତୀୟ ପର୍ଯ୍ୟାୟ ସୁଦ୍ଧା ୧ ଲକ୍ଷ ୬୦ ହଜାର ୯୩ ଜଣ ନାମଲେଖାଇଛନ୍ତି।