ପ୍ରମୂଖ ଖବର
  • ମିନାକ୍ଷୀ ବାହିନୀପତି ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବିପଦର କୋଠରୀ ଭିତରେ ଚାଳିଛି ଭବିଷ୍ୟତର ନକ୍ସା ପ୍ରସ୍ତୁତି; ଅବ୍ୟବସ୍ଥାର ଅକ୍ଷର ଦେଖୁଛି ଖୁଟୁଣାପାଣି ଅଙ୍ଗନୱାର୍ଡି କେନ୍ଦ୍ର

Published By : Soubhagya Ranjan | July 6, 2025 7:32 PM

Image source: Jansatta

ପାଟଣାଗଡ, ୦୭/୦୬: ପାଟଣାଗଡ଼ ବ୍ଳକ ବନାଇଁମୁଣ୍ଡା ପଞ୍ଚାୟତ ଖୁଟୁଣାପାଣି ଗାଁର ଅଙ୍ଗନୱାଡ଼ି କେନ୍ଦ୍ର। ବିପଦର ବାସ୍ନା ବାରି ହେଉଥିବା ପରିତ୍ୟକ୍ତ ଘର ଭିତରେ ଭବିଷ୍ୟତର ହସ୍ତାକ୍ଷର ଲେଖୁଛନ୍ତି କୋମଳମତି ଶିଶୁ। ଏନେଇ ଗ୍ରାମବାସୀ ଏବଂ ଅଙ୍ଗନୱାର୍ଡିର କର୍ମୀ ସମ୍ବନିତ ଶିଶୁ ବିକାଶ ବିଭାଗ ଓ ବ୍ଳକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ନିରାଶ ହୋଇଥିବା ଅଭିଯୋଗ ମଧ୍ୟ କରିଛନ୍ତି। ଏହାକୁ ନେଇ ଅଭିଭାବକମାନେ ମଧ୍ୟ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଠାରେ ୨୨ ଜଣ କୋମଳ ମତି ଶିଶୁମାନଙ୍କୁ ଅଙ୍ଗନୱାର୍ଡି କର୍ମୀ ପ୍ରାକ୍ ବିଦ୍ୟାଳୟ ପାଠ ପାଢ଼ାଇଥାନ୍ତି । 

ଗୋଟିଏ ମାତ୍ର କୋଠରୀ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ଛାତରୁ ବେଳେବେଳେ ସିମେଣ୍ଟ ଖସୁଛି। ଛାତର ଲୁହା ଛଡ଼ ସବୁ ଜଳଜଳ ହୋଇ ଦେଖାଯାଉଛି। କେତେ ବେଳେ କ'ଣ ଘଟିବ କହିବା ଅସମ୍ଭବ। ଏପରି ଏକ ବିପଦ ସଙ୍କୁଳ କୋଠରୀରେ କୋମଳ ମତି ଶିଶୁମାନେ ପାଠପଢୁଛନ୍ତି । ତେବେ, ଏଠାରେ କେତେବେଳେ କେଉଁ ପ୍ରକାର ଅଘଟଣ ଘଟିବ କିଛି କୁହାଯାଇ ପାରିବନାହିଁ। ଏବିଷୟରେ ସମ୍ବନିତ ଶିଶୁ ବିକାଶ ଅଧିକାରୀଣୀ ପ୍ରଭାମୟୀ ନାଏକଙ୍କୁ ପଚାରିବାରୁ ଏହା ମୋ ଦୃଷ୍ଟିକୁ ଆସିନଥିଲା ପରିଦର୍ଶନରେ ଯିବି ବୋଲି ପ୍ରକାଶ କରିଥିଲେ। ତେବେ  ଜିଲ୍ଲାପାଳ ଏଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେଇ  ପଦକ୍ଷେପ ନେବାକୁ ଅଭିଭାବକ ଓ ଗ୍ରାମବାସୀ ଅନୁରୋଧ କରିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.