ମାଲକାନଗିରି,୬।୭: ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରାରେ ଚତୁର୍ଦ୍ଦାମୁର୍ତ୍ତି ଗତ କାଲି ସନ୍ଧ୍ୟାରେ ଶ୍ରୀମନ୍ଦିର ନିକଟରେ ପହଁଚିବା ପରେ ଆଜି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥଙ୍କ ମନ୍ଦିରରେ ସଂନ୍ଧ୍ୟାରେ ରଥ ଉପରେ ମହାପ୍ରଭୁ ସୁନାବେଶରେ ସଜେଇ ହୋଇଛନ୍ତି। ମାଲକାନଗିରି ଜିଲ୍ଲାସଦର ମହକୁମ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ରଥାରୁଢ ଚତୁର୍ଦ୍ଧାମୁର୍ତିଙ୍କର ସୁନାବେଶ ଦର୍ଶନ ପାଇଁ ରାତ୍ର ପର୍ଯ୍ୟନ୍ତ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଥିଲା। ପାଗ ଅନୁକୁଳ ଥିବାରୁ ଜିଲ୍ଲାର ବିଭିନ୍ନ ଅଚଂଳରେ ମହାପ୍ରଭୁଙ୍କର ସୁନାବେଶ ମହାଆଡ଼ମ୍ବର ସହକାରେ ପାଳିତ ହୋଇଛି।
ଜିଲ୍ଲା ସଦରମହକୁମା ଠାରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥାରୁଢ଼ ଦିଅଁଙ୍କ ଠାରେ ମନ୍ଦିର ମୂଖ୍ୟ ପୂଜକ ସନ୍ତୋଷ କୁମାର ନନ୍ଦ, ପୂଜା,ରୀତିନୀତି ଅନୁସାରେ ଆଳତୀ ଏବଂ ଭୋଗ ସେବା ସମ୍ପନ୍ନ କରିଛନ୍ତି। ଶ୍ରୀଜିଉଙ୍କୁ ସଂନ୍ଧ୍ୟାରେ ସେବାୟତ, ବ୍ରହ୍ମଣ ମାନେ ରୌପ୍ୟ ଓ ସ୍ୱର୍ଣ୍ଣ ଅଳଙ୍କାରରେ ସଜାଇ ଥିଲେ। ଶତାଧିକ ଭକ୍ତ ମାନେ ତନିଠାକୁରଙ୍କ ସୁନାବେଶ ଓ ସନ୍ଧ୍ୟା ଆଳତି ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ଠାକୁରଙ୍କ ଠାରେ ପ୍ରିୟ କାକରା, ରସଗୋଲା ଭୋଗ ଲାଗି ହୋଇଥିଲା,ଘଣ୍ଟ,ଶଙ୍ଖ,କାହାଳି,ମୃଦଙ୍ଗ ବାଜାର ତାଳେ ତାଳେ ସେବାୟତ ମାନେ ନାମ ସଂକିର୍ତ୍ତନ କରିଥିଲେ। ରାତ୍ରରେ ଜୟ ଵଜରଙ୍ଗ ବାଲି ସଂକୀର୍ତନ ମଣ୍ଡଳୀ ପକ୍ଷରୁ ଭଜନ ସମାରୋହ ଅନୁଷ୍ଟିତ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ପୁଲିସ ବାହିନୀ ପକ୍ଷରୁ କଡ଼ା ସୁରକ୍ଷାବ୍ୟବସ୍ଥା କରା ଯାଇଥିଲା ।