ସମ୍ବଲପୁର,୨୮/୦୭: ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦ ଗେଟ୍ । ଜଳଭଣ୍ଡାରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ପ୍ରଥମେ ୭ ନମ୍ବର ଗେଟ୍ ନେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଯାହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳକୁ ଖାଲି କରାଯାଇଛି । ମହାନଦୀର ତଳିଆ ଅଞ୍ଚଳରେ ଥିବା ୧୨ ଜିଲ୍ଲାପାଳଙ୍କ ସତର୍କ ରହିବାକୁ ସୂଚନା ଦିଆଯାଇଛି ।
ସୂଚନା ମୁତାବକ, ରବିବାର ସକାଳେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ନଦୀବନ୍ଧର ବାମପାର୍ଶ୍ୱର ଅର୍ଥାତ୍ ହୀରାକୁଦ ପଟର ୭ ନମ୍ବର ସ୍ପିଲ୍ୱେକୁ ଖୋଲାଯାଇଛି । ପରବର୍ତ୍ତୀ ସମୟରେ ୧୨ଟି ଗେଟ୍ ଖୋଲାଯିବ। ବାମ ପାର୍ଶ୍ୱରୁ ୮ଟି, ଡାହଣ ପାର୍ଶ୍ୱରୁ ୪ଟି ଗେଟ୍ ଖୋଲାଯିବ। ସକାଳ ୯ଟା ସୁଦ୍ଧା ଜଳଭଣ୍ଡାର ୬୦୮.୩୧ ଫୁଟ୍ ଛୁଇଁଥିବା ଜଣାପଡିଛି । ଉପରମୁଣ୍ଡରେ ଲଗାଣ ବର୍ଷା ହେତୁ ଜଳଭଣ୍ଡାରରେ ଦ୍ରୁତଗତିରେ ବନ୍ୟାଜଳ ଭର୍ତ୍ତି ହେଉଛି । ପ୍ରତି ସେକେଣ୍ଡରେ ୨ ଲକ୍ଷରୁ ଅଧିକ କ୍ୟୁସେକ୍ ଜଳ ପ୍ରବେଶ କରୁଛି ।