ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଗଞ୍ଜେଇ ଚାଷର ହବ୍‌ ପାଲଟିଛି ରାୟଗଡ଼ା, ଅନ୍ୟ ଫସଲ ତୁଳନାରେ ୧୦ ଗୁଣା ଲାଭ

ରାୟଗଡ଼ା,୨୦/୦୮(ଗୋପ ରଞ୍ଜନ ବକ୍ସିପାତ୍ର): ଗଞ୍ଜେଇ ଚାଷର ହବ୍‌ ପାଲଟିଛି ରାୟଗଡ଼ା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଶହଶହ ଏକର ଜମିରେ ଏହି ଚାଷ କରାଯାଉଛି । ବିଶେଷ କରି ସରକାରୀ ଜମିରେ ଖୋଲାଖାଲି ଚାଷ ହେଉଥିବା ଦେଖିବାକୁ ମିଳୁଛି । ବିଭିନ୍ନ ଫସଲରୁ ଯେତିକି ରୋଜଗାର ହେଉଛି, ଗଞ୍ଜେଇରେ ତା’ଠାରୁ ୧୦ ଗୁଣ ଅଧିକ ଲାଭ ମିଳୁଛି । ପାହାଡ଼ିଆ ସରକାରୀ ଜମିରେ ଆଖିଦୃଶିଆ ଫସଲ ଅମଳ ହେଉନି । ଏହି କାରଣରୁ ଗ୍ରାମାଞ୍ଚଳର ଅନେକ ଲୋକ ନିଜ ଜମିକୁ କିମ୍ବା ସରକାରୀ ଜମିକୁ ଦଖଲ କରି ଗଞ୍ଜେଇ ଚାଷୀଙ୍କୁ ଲିଜ୍‌ରେ ଦେଉଛନ୍ତି । ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ହେଉଥିବା ଧରପଗଡ଼ କେବଳ ଲୋକଦେଖାଣିଆ ହୋଇଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି ।

ଜିଲ୍ଲାର କାଶୀପୁର, ଟିକିରି, ଅମ୍ବାଦଳା, ପଦ୍ମପୁର, ଚନ୍ଦ୍ରପୁର ଥାନାଞ୍ଚଳ ସମେତ କେନ୍ଦୁଗୁଡ଼ା, ଡଙ୍ଗାସିଲ୍‌ ଫାଣ୍ଡି ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ କରାଯାଉଛି । ହରିୟାଣା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର ଓ ଝାଡ଼ଖଣ୍ଡର ବ୍ୟବସାୟୀମାନେ ଆସି ଏହି ଚାଷକୁ ପ୍ରୋତ୍ସାହନ ଯୋଗାଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଗଞ୍ଜେଇ ଚାଷକୁ ବଢ଼ାଇବା ପାଇଁଁ ହାଇବ୍ରିଡ୍‌ ବିହନ ସହ ସାର ଏବଂ ଜଳସେଚନ ପାଇଁ ମୋଟର ଯୋଗାଇ ଦିଆଯାଉଛି । କାଶୀପୁର ବ୍ଲକ୍‌ ବାଇଗଣଗୁଡ଼ା, ମାଳଆମ୍ବ, ଟୁବାପଦର, କିରାଆମ୍ବ, ତୁରେଇଘାଟି, ପିତାଯୋଡ଼ି, ପଦ୍ମପୁର ବ୍ଲକ୍‌ର ଜାମ୍ବଗୁଡ଼ା, ସୁନ୍ଦରିପଦର, କାଞ୍ଚରାଗୁଡ଼ା, ଚନ୍ଦ୍ରପୁର ଥାନା ଅଧୀନ ବୀଜାପୁର, ବାଙ୍ଗେସି, ବେଲାଙ୍ଗତାଲି, ବନ୍ଦିରି, ବେଲାମଗୁଡ଼ା, ସୀତାପଙ୍ଗା, କୁଟାମା, ମୁନିଗୁଡ଼ା ବ୍ଲକ୍‌ର ସେଲେମା, ଗାଁ ନିକଟବର୍ତ୍ତି ପାହାଡ଼ିଆ ଜମିରେ ବ୍ୟାପକ ଗଞ୍ଜେଇ ଚାଷ କରାଯାଇଛି । ବାହାରକୁ ଚାଷ ଜମି ନଜରକୁ ଆସୁଥିବା ବେଳେ ତା’ ଭିତରେ ଗଞ୍ଜେଇ ଫସଲ ଥାଉଛି ।

ବିଭିନ୍ନ ମାଲ୍‌ ବୋଝେଇ ଗାଡ଼ିରେ ଏସବୁ ଅଞ୍ଚଳରୁ ଗଞ୍ଜେଇ ଅଣାଯାଇ ବଡ଼ଗାଡ଼ିରେ ସ୍ଥାନାନ୍ତର କରାଯାଇଛି । କେତେବେଳେ ଟ୍ରକ୍‌ ଆଉ କେବେ ଟ୍ରେନ୍‌ ବଗି ସିଟ୍‌ ତଳେ ବ୍ୟାଗ୍‌ ଏବଂ ସୁଟ୍‌କେସ୍‌ରେ ରଖାଯାଇ ଚତୁରତାର ସହ ଚାଲାଣ କରାଯାଉଛି । କେବଳ ବାହାର ରାଜ୍ୟ ନୁହଁ, ଆମ ରାଜ୍ୟର କଟକ, ଭୁବନେଶ୍ୱର, ପୁରୀ, କେନ୍ଦ୍ରାପଡ଼ା, ବାଲେଶ୍ୱର, ପାରାଦୀପ, ବ୍ରହ୍ମପୁର ଆଦି ଅଞ୍ଚଳକୁ ଚାଲାଣ ହେଉଛି । ଗଞ୍ଜେଇ ମାଫିଆ ଓ ଅବକାରୀ ବିଭାଗ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଏହି ବେଆଇନ କାରବାର ବଢ଼ି ଚାଲିଥିବା ଅଭିଯୋଗ ହେଉଛି । ଯେତିକି ଜମିରେ ଚାଷ ନଷ୍ଟ ହୋଇଥିବା ଅବକାରୀ ବିଭାଗ ଦର୍ଶାଉଛି ତାହାଠାରୁ ଅନେକ ଗୁଣ ଅଧିକ ଜମିରେ ଏହା ଚାଷ ହେଉଛି । ରାୟଗଡ଼ା, ମୁନିଗୁଡ଼ା ରେଳ ଷ୍ଟେସନ୍‌ରେ ଅନେକ ଟ୍ରେନ୍‌ରେ ବାରମ୍ବାର ଚଢ଼ଉ କରି ଗଞ୍ଜେଇ ଜବତ କରାଯାଉଛି । ତଥାପି ବନ୍ଦ ହେଉନି ଗଞ୍ଜେଇ ଚାଷ କି ଚାଲାଣ । ଏହାର କାରଣ ତଦନ୍ତ ସାପେକ୍ଷ । 

ଏ ସମ୍ପର୍କରେ ଜିଲ୍ଲା ଅବକାରୀ ଅଧୀକ୍ଷକ ସନ୍ତୋଷ କୁମାର ଧଳସାମନ୍ତ କହିଛନ୍ତି, ବିଭାଗ ପକ୍ଷରୁ ଗଞ୍ଜେଇ ଚାଷ ରୋକିବା ପାଇଁ ସଚେତନତା କରାଯାଉଛି । ଏବେ ବର୍ଷାଋତୁ ଚାଲିଛି, ଯେଉଁଠି ଚାଷ ହୋଇଛି ସେଠାରେ ଚଢ଼ଉ କରିବା ଅସମ୍ଭବ । ଯେଉଁସବୁ ଜାଗାରେ ଚାଷ ହୋଇଛି, ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ଗଛ ବଢ଼ିବା ପରେ ପୁଲିସ ସହ ମିଳିତ ଭାବେ ଚଢ଼ଉ କରି ଚାଷ ନଷ୍ଟ କରାଯିବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.