ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ସେକ୍ସ ରାକେଟ ଚାଲୁଥିବା ଘର ଉପରେ ପୋଲିସର ରେଡ୍: ଡିଆଁ ମାରିଲେ ଗ୍ରାହକ, ଧରାପଡିଗଲେ ଦେହଜୀବୀ

କଳାହାଣ୍ଡି ୦୫/୦୮ : ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ । ହଠାତ୍ ଚଢ଼ାଉ କଲା ପୋଲିସ। ଭବାନୀପାଟଣା ସଦର ପୋଲିସକୁ ମିଳିଲା ସଫଳ। ତେବେ ରେଡ୍ ବେଳେ ଖସିଗଲେ ୩ ଗ୍ରାହକ, ଧରାପଡିଲେ ଦେହଜୀବୀ। ସେକ୍ସ ରାକେଟ୍ ସଂପୃକ୍ତ ଥିବା ଅନ୍ୟ ଦେହଜୀବି ଏବଂ କିଙ୍ଗପିଙ୍ଗକୁ ଧରିବାକୁ ତଦନ୍ତ ଆରମ୍ଭ କରିଛି ପୋଲିସ।

ସୂଚନା ମୁତାବିକ, ଭବାନୀପାଟଣା ସଦର ଥାନା ଅଟାଙ୍ଗଗୁଡ଼ାରେ ଏକ ଭଡ଼ା ଘରେ ଦୀର୍ଘ ଦିନ ଧରି ଚାଲିଥିବା ସେକ୍ସ ରାକେଟ୍ । ରାତି ହେଲେ ସେଠାରେ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବଢ଼ୁଥିଲା। ଏନେଇ ସ୍ଥାନୀୟଲୋକ ଥାନାରେ ପୂର୍ବରୁ ଅନେକ ଥର ଅଭିଯୋଗ କରିଥିଲେ। ଏହା ପରେ ଆକ୍ସନ୍ ମୋଡ଼କୁ ଆସିଥିଲା ସଦର ପୋଲିସ।  ରବିବାର ବିଳମ୍ବିତ ରାତିରେ  ଟାଉନ୍ ଥାନା ଏବଂ ସଦର ଥାନା ପୋଲିସ ମିଳିତ ଭାବେ ଭଡ଼ା ଘର ଉପରେ ଅତର୍କିତ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ୩ ଗ୍ରାହକ ଘଟଣାସ୍ଥଳରେ କୌଶଳ କ୍ରମେ ଖସି ପଲାଇବାରେ ସକ୍ଷମ ହୋଇଥିଲେ। ହେଲେ ଦୁଇ ରୂପଜୀବୀ ଧରାପଡିଯାଇଥିଲେ। ତେବେ ଉଦ୍ଧାର ହୋଇଥିବା ଜଣେ ଯୁବତୀଙ୍କ ଘରେ କୋଲକାତାର ମେଦିନୀପୁରରେ ହୋଇଥିବା ବେଳେ ଆଉ ଜଣଙ୍କ ଘର ଢେଙ୍କାନାଳରେ ବୋଲି ଜଣାପଡିଛି । ସଦର ଥାନା ପୋଲିସ ଉଦ୍ଧାର ଯୁବତୀମାନଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍ ମଧ୍ୟ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.