ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ପାକିସ୍ତାନରେ ଭାରତୀୟ ଧର୍ମଗୁରୁଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ, ମୋରାରଜୀ ଦେଶାଇ ଓ ଦିଲ୍ଲୀପ କୁମାର ପାଇ ସାରିଛନ୍ତି ଏହି ପୁରସ୍କାର

Published By : Prameya | December 6, 2023 12:52 PM

ନୂଆଦିଲ୍ଲୀ,୬।୧୨:  ଭାରତୀୟ ଧର୍ମଗୁରୁଙ୍କୁ ପାକିସ୍ତାନରେ ସର୍ବୋଚ୍ଚ ନାଗରିକ ସମ୍ମାନ। ମଙ୍ଗଳବାର ଦାଉଦି ବୋହରା ସମ୍ପ୍ରଦାୟର ଧାର୍ମିକ ନେତା ସୈୟଦନା ମୁଫଦଲ ସୈଫୁଦ୍ଦିନଙ୍କୁ ନିଶାନ-ଇ-ପାକିସ୍ତାନ ସମ୍ମାନ ପ୍ରଦାନ କରାଯାଇଛି। ସେ ଚତୁର୍ଥ ଏଭଳି ଭାରତୀୟ, ଯାହାଙ୍କୁ ପାକିସ୍ତାନ ଏହି ସମ୍ମାନ ଦେଇଛି। ଏହି ସମ୍ମାନ ସେହି ଲୋକଙ୍କୁ ଦିଆଯାଏ, ଯେଉଁମାନେ ବିଶ୍ବସ୍ତରରେ ନେତୃତ୍ବ ନିଅନ୍ତି ଓ ଅସାଧରଣ ପ୍ରତିଭା ଦେଖାନ୍ତି। ମାନବୀୟ କାର୍ଯ୍ୟ ପାଇଁ ଏହି ସମ୍ମାନ ଦିଆଯାଇଥାଏ। ପାକିସ୍ତାନ ଏହି ସମ୍ମାନ ୧୯୯୦ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ, ୧୯୯୮ ରେ ଦିଲ୍ଲୀପ କୁମାର ଓ ୨୦୨୦ ରେ କାଶ୍ମୀରର ବିଚ୍ଛିନବାଦୀ ନେତା ସୟୈଦ ଅଲ୍ଲୀ ଶାହ ଗିଲାନୀଙ୍କୁ ଏହି ସମ୍ମାନ ଦେଇଥିଲେ।

ମୋରାରଜୀ ଦେଶଇ, ଦିଲ୍ଲୀପ କୁମାରଙ୍କୁ ଏହି ସମ୍ମାନ ଦେବା ପର୍ଯ୍ୟନ୍ତ ଠିକ୍ ଥିଲା, କିନ୍ତୁ ୨୦୨୦ ରେ ଗିଲାନୀକୁ ଏହି ସମ୍ମାନ ଦେବା ନେଇ ଭାରତ ପ୍ରଶ୍ନ ଉଠାଇଥିଲା। ଗିଲ୍ଲାନି କାଶ୍ମୀରରେ ବିଚ୍ଛିନ୍ନବାଦୀ ନେତାଙ୍କୁ ପ୍ରୋତ୍ସାହନ ଦେଇଥାଏ ଓ ବହୁ ଆତଙ୍କବାଦୀଙ୍କୁ ମଧ୍ୟ ସୁରକ୍ଷା ଦେଇଥାଏ। ଏଭଳି ସ୍ଥିତିରେ ସମ୍ମାନ ଦେବା ନେଇ ପ୍ରଶ୍ନ ଉଠିଥିଲା। ପାକିସ୍ତାନ ଏହି ସମ୍ମାନ ମାଲେସିଆର ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦ ଓ କତରର ଅମିର ତମିମ ବିନ୍ ହମାଦ ଅଲ୍ ଥାନିକୁ ମଧ୍ୟ ସମ୍ମାନ ଦେଇ ସାରିଛି। ମଙ୍ଗଳବାର ପାକିସ୍ତାନର ରାଷ୍ଟ୍ରପତି ଭବନରେ ସମ୍ମାନ ସମାରୋହନ ଆୟୋଜିତ ହୋଇଥିଲା। ଏଥିରେ ରାଷ୍ଟ୍ରପତି ଆରିଫ୍ ଅଲଭି ସୈୟଦନାକୁ ସମ୍ମାନିତ କରିଥିଲେ। ଏହି ସମୟରେ ସିନ୍ଧର ଗର୍ଭନର କାମରାନ ତେସୋରି ଓ ବୈଦେଶିକ ମନ୍ତ୍ରୀ ଜଲିଲ ଅବାସ ଜିଲ୍ଲାନି ମଧ୍ୟ ଉପସ୍ଥିତ ଥିଲେ।

ସୈୟଦାନା ସୈଫୁଦିନ କାର୍ଯ୍ୟାଳୟ କହିଛି, ତାଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା ଓ ପରିବେଶ କ୍ଷେତ୍ରରେ ଯୋଗଦାନ ପାଇଁ ଏହି ସମ୍ମାନ ଦିଆଯାଇଛି। ଏହାଛଡା ଦୁନିଆରେ ଶାନ୍ତିକୁ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟ ତାଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ବେଳେ ରାଷ୍ଟ୍ରପତି ସୈୟଦନାଙ୍କ ପ୍ରଶଂସା କରିଥିଲେ ଓ କହିଥିଲେ ସେ ପାକିସ୍ତାନରେ ବହୁ ଅଲଗା ଅଲଗା ଚେଷ୍ଟା କରିଛନ୍ତି। ଏଥିରେ ଦେଶର ସାମାଜିକ ଆର୍ଥିକ ବିକାଶକୁ ଗତି ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.