ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ପ୍ରମେୟ ପ୍ରଭାବ: ନଖରା ଓ ଅନନ୍ତପୁର ଗାଁ ସମସ୍ୟାର ଅନ୍ତ, ଦୀର୍ଘ ଦିନ ପରେ ବଦଳିଲା ପିନ୍‌କୋଡ୍‌, ଏବେ ୭୫୧୦୩୨

କଟକ,୧୩/୦୨: ନଖରା ଓ ଅନନ୍ତପୁର ଗ୍ରାମ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଅନ୍ତର୍ଭୁକ୍ତ ରହିଛି । ଏଠାରେ ରହୁଥିବା ଲୋକଙ୍କ ସମସ୍ତ ପ୍ରମାଣପତ୍ର ଖୋର୍ଦ୍ଧା ଜିଲ୍ଲା ସହିତ ସଂଶ୍ଲିଷ୍ଟ । ବିଏମ୍‌ସିର ୱାର୍ଡ ନମ୍ବର-୪ରେ ରହିଥିବା ଏହି ଦୁଇ ଗ୍ରାମର ଥାନା ମଧ୍ୟ ପାହାଳ ଥାନା, ଯାହା ଭୁବନେଶ୍ୱର କମିସନରେଟ୍‌ ପୁଲିସ  ଅଧୀନରେ ରହିଛି । କିନ୍ତୁ ଏହି ଦୁଇ ଗାଁ  ଆଜିକୁ ଦୀର୍ଘ ବର୍ଷ ଧରି ଫୁଲନଖରା ପୋଷ୍ଟ ଅଫିସ୍‌ ସହ ଜଡ଼ିତ ରହିଆସିଛି, ଯାହା କଟକ ଜିଲ୍ଲାରେ ଅନ୍ତର୍ଭୁକ୍ତ । ଫୁଲନଖରାଟି କୌଣସି ରାଜସ୍ୱ ଗ୍ରାମ ନୁହେଁ, ତେଣୁ ଅଞ୍ଚଳବାସୀ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏ ସଂକ୍ରାନ୍ତରେ ‘ପିନ୍‌ କୋଡ୍‌ କଟକ, ଜିଲ୍ଲା ଖୋର୍ଦ୍ଧା’ ଖବର ‘ପ୍ରମେୟ’ରେ ପ୍ରକାଶ ପାଇବା ପରେ ଭାରତୀୟ ଡାକ ବିଭାଗ ତରଫରୁ ଏହାର ସଂଶୋଧନ କରାଯାଇଛି ।  ଏବେ ଏହି ଅଞ୍ଚଳର ନୂଆ ପିନ୍‌କୋଡ୍‌ ହୋଇଛି-୭୫୧୦୩୨ । 

ନଖରା ଓ ଅନନ୍ତପୁର ଗ୍ରାମରେ ୧୦ ହଜାର ଲୋକେ ଦୀର୍ଘ  ବର୍ଷ ଧରି ପିନ୍‌କୋଡ୍‌କୁ୍‌ ନେଇ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଜରୁରି କାଗଜପତ୍ର ତଥା ସରକାରୀ ଦସ୍ତାବିଜ୍‌ ସବୁଥିରେ ପିନ୍‌କୋଡ୍‌  ରହିଥିଲା-୭୫୪୦୦୧ । ଏହି ପିନ୍‌କୋଡ୍‌ କଟକ ଫୁଲନଖରା  ପୋଷ୍ଟ ଅଫିସ୍‌ ସହିତ ସଂଯୁକ୍ତ । ପୂର୍ବରୁ ମାନୁଆଲ୍‌ ବ୍ୟବସ୍ଥାରେ  ହେଉଥିବାରୁ ଦସ୍ତାବିଜ୍‌ ପ୍ରସ୍ତୁତ କରିବାରେ ଏତେ ଅସୁବିଧାର  ସମ୍ମୁଖୀନ ହେଉନଥିଲେ । କିନ୍ତୁ ଏବେ ପ୍ରାୟ ସବୁ କାର୍ଯ୍ୟ ଅନ୍‌ଲାଇନ୍‌  ହୋଇଯାଇଥିବାରୁ ସମସ୍ୟା ଜଟିଳ ହେଲାଣି । ପିନ୍‌କୋଡ୍‌ କଟକ  ରହିଥିବାରୁ ଅନେକ ସମୟରେ ବିଭିନ୍ନ ଆବେଦନ ଯେମିତି, କୌଣସି  ନିଯୁକ୍ତି ହେଉ ବା କୌଣସି ସରକାରୀ ଯୋଜନାର ହିତାଧିକାରୀ  ହେବାକୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି ।  ଫୁଲନଖରା ଉପ ଡାକଘର ଚାନ୍ଦିନୀଚୌକ ମୁଖ୍ୟ  ଡାକଘର ସହ ସଂଯୁକ୍ତ ଥିଲା ।

 ଏ ସମସ୍ୟା ସମ୍ପର୍କରେ  ଅବଗତ ହୋଇ ଭାରତୀୟ ଡାକ ବିଭାଗ ତରଫରୁ  ସର୍ଭେ କରାଯାଇଥିଲା । ଅଧିକାରୀମାନେ ଗାଁକୁ ଯାଇ ସେଠାକାର ଅଞ୍ଚଳବାସୀଙ୍କ ସହିତ ଆଲୋଚନା  କରିଥିଲେ । ସର୍ଭେ ରିପୋର୍ଟ ଅନୁସାରେ ପିନ୍‌କୋଡ୍‌  ବଦଳାଯିବା ସହ ଏହି ଗାଁକୁ ପାହାଳ ଉପଡାକଘର  ସହିତ ଯୋଡ଼ି ଦିଆଯାଇଛି । ଏହାର ମୁଖ୍ୟ  ଡାକଘର ଭୁବନେଶ୍ୱର ହୋଇଛି । କେବଳ ମୁଖ୍ୟ  ଡାକଘର ନୁହେଁ ବରଂ ଭୁବନେଶ୍ୱର ଡାକ ଡିଭିଜନ୍‌  ଅଧୀନରେ ଏହି ଗାଁକୁ ଯୋଡ଼ିବାକୁ ସିନିୟର ସୁପରିଟେଣ୍ଡେଣ୍ଟ୍‌  ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାକୁ ନେଇ ଗ୍ରାମବାସୀଙ୍କ  ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଦୀର୍ଘ ଦିନର ସମସ୍ୟା ଦୂର  କରିଥିବାରୁ ଗ୍ରାମବାସୀ ଡାକ ବିଭାଗକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.