ପ୍ରମୂଖ ଖବର
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ମୁମ୍ବାଇ ହିଟ୍‌ ଆଣ୍ଡ ରନ୍‌ ମାମଲା: ଜୁଲାଇ ୧୬ ଯାଏଁ ପୋଲିସ ହେପାଜତକୁ ଗଲା ମୁଖ୍ୟ ଅଭିଯୁକ୍ତ

Image Courtesy: indiatoday

ମୁମ୍ବାଇ: ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲାର ମୁଖ୍ୟ ଅଭିଯୁକ୍ତ ମିହିର ଶାହଙ୍କୁ ହେପାଜତକୁ ନେଲା ପୋଲିସ। ତାଙ୍କୁ ପୋଲିସ ଆଜିଠାରୁ ଜୁଲାଇ ୧୬ ପର୍ଯ୍ୟନ୍ତ ହେପାଜତକୁ ନେଇଛି।  ମଙ୍ଗଳବାର ଗିରଫ ହୋଇଥିଲେ ଶିବସେନା ନେତା ରାଜେଶ ଶାହଙ୍କ ପୁଅ ମିହିର ଶାହ।ଏହା ପରେ ଆଜି ପୋଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା। କୋର୍ଟରେ ପୋଲିସ କହିଛି ଯେ, ମିହିର ପ୍ରମାଣ ନଷ୍ଟ କରିବାକୁ ବହୁ ଚେଷ୍ଟା କରିଛନ୍ତି। ଏପରିକି ସେ ଫେରାର୍ ହୋଇଯିବା ପରେ ତାଙ୍କୁ ଯେମିତି କେହି ଚିହ୍ନି ନପାରିବେ ସେଥିପାଇଁ ସେ ନିଜର ଦାଢି ଓ ନିଶ କାଟି ଦେଇଥିଲେ । 

ଦୁର୍ଘଟଣା ଘଟାଇବା ପରେ ମିହିର ତାଙ୍କ ବାପା ରାଜେଶ ଶାହ ଏବଂ ପ୍ରେମିକାଙ୍କୁ ଏକାଧିକ ଥର କଲ୍ କରିଥିଲେ। ପୁଲିସ ମିହିରଙ୍କ ଗର୍ଲଫ୍ରେଣ୍ଡଙ୍କୁ ପଚରା ଉଚରା କରିପାରେ । ସେପଟେ ତାଙ୍କ ବାପା ରାଜେଶ ଶାହଙ୍କୁ ବେଲ୍‌ ମିଳିଥିଲେ ବି ତାଙ୍କୁ ଦଳର ଉପନେତା ପଦରୁ ହଟାଇଛି ଏକନାଥ ସିନ୍ଧେଙ୍କ ଶିବସେନା । 

ଶିବସେନା ନେତା ରାଜେଶ ଶାହଙ୍କ ପୁଅ ହେଉଛନ୍ତି ମିହିରି। ସେ ଗତ ରବିବାର BMW କାରରେ ଯିବା ସମୟରେ ଓର୍ଲି ନିକଟରେ ଭୟଙ୍କର ଦୁର୍ଘଟଣା ଘଟାଇଥିଲେ। ଏକ ସ୍କୁଟିକୁ ଧକ୍କା ଦେଇ କିଛି ବାଟ ଘୋଷାଡି ନେବା ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିବା ସହ ତାଙ୍କ ସ୍ବାମୀ ଗୁରୁତର ହୋଇଥିଲେ। ଦୁର୍ଘଟଣା ଘଟାଇବା ପରେ ଫେରାର ହୋଇଯାଇଥିଲେ ମିହିର । ଏହା ପରେ ତାଙ୍କ ବାପା ରାଜେଶଙ୍କୁ ପୋଲିସ ଗିରଫ କରିଥିଲା । ଘଟଣାର ୩ ଦିନ ପରେ ପୋଲିସ ମିହିରିଙ୍କୁ ଗିରଫ କରିଥିବା ବେଳେ ରାଜେଶଙ୍କୁ ଅନ୍ତରୀଣ ଜାମିନ ମିଳିଛି ।

  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.