ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକ; କହିଲା..'ଭାରତର ସଂସଦ ଉପରେ ଆକ୍ରମଣ କରିବୁ'

ନୂଆଦିଲ୍ଲୀ,୦୬/୧୨: ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ତାର କାର୍ଯ୍ୟକଳାପରୁ ଓହରୁନାହିଁ। ଏବେ ଆଉ ଏକ ଭିଡିଓ ଭାଇରାଲ କରି ସେ ଭାରତକୁ ଉତ୍ତେଜିତ କରିଛି। ପନ୍ନୁ କହିଛି ଯେ, ଡିସେମ୍ବର ୧୩ କିମ୍ବା ତା ପୂର୍ବରୁ ସେ ଭାରତ ସଂସଦ ଉପରେ ଆକ୍ରମଣ କରିବ। ଏହାରି ଭିତରେ ସେ ଦାବି କରିଛି ଯେ, ତାକୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିଲା କିନ୍ତୁ ଏହା ବିଫଳ ହୋଇଥିଲା। ସୂଚନାଥାଉକି, ୨୨ ବର୍ଷ ପୂର୍ବେ ୧୩ ଡିସେମ୍ବର ୨୦୦୧ ରେ ଭାରତୀୟ ସଂସଦ ଉପରେ ଆକ୍ରମଣ କରାଯାଇଥିଲା।

ଗୁରୁପତବନ୍ତର ନୂଆ ଭିଡିଓରେ ତା ପଛରେ ଅଫଜଲ ଗୁରୁର ପୋଷ୍ଟର ଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ଲେଖାଯାଇଛି ‘ଦିଲ୍ଲୀ ଖାଲିସ୍ତାନ ହେବ’। ଭିଡିଓରେ ପନ୍ନୁ ଦାବି କରିଛି ଯେ, ତାକୁ ହତ୍ୟା କରିବା ପାଇଁ ଭାରତୀୟ ଏଜେନ୍ସିର ଷଡ଼ଯନ୍ତ୍ରକୁ ଅକାମୀ ରଚାଯାଇଛି। ପ୍ରତିଶୋଧକୁ ନେଇ ପନ୍ନୁ କହିଛି ଯେ, ସେ ଡିସେମ୍ବର ୧୩ କିମ୍ବା ତା ପୂର୍ବରୁ ଭାରତୀୟ ସଂସଦ ଉପରେ ଆକ୍ରମଣ କରିବ। 

ପନ୍ନୁର ଏହି ଧମକ ଭାରତୀୟ ସଂସଦର ଶୀତ ଅଧିବେଶନ ମଧ୍ୟରେ ଆସିଛି। ଡିସେମ୍ବର ୨୨ ପର୍ଯ୍ୟନ୍ତ ଶୀତ ଅଧିବେଶନ ଜାରି ରହିବ। ପନ୍ନୁର ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୁରକ୍ଷା ଏଜେନ୍ସିମାନେ ହାଇ ଆଲର୍ଟରେ ଅଛନ୍ତି। ସୂଚନାନୁସାରେ, ସୁରକ୍ଷା ଏଜେନ୍ସି କହିଛି ଯେ, ପାକିସ୍ତାନୀ ଆଇଏସଆଇର କେଟୁ ଡେସ୍କ (କାଶ୍ମୀର - ଖାଲିସ୍ତାନ) ଭାରତ ବିରୋଧୀ ଏଜେଣ୍ଡା ବୃଦ୍ଧି କରିବାକୁ ପନ୍ନୁକୁ ନିର୍ଦ୍ଦେଶ ଦେଇଛନ୍ତି। 

ଆମରିକା ଦେଲା ବଡ଼ ବୟାନ: 

ପନ୍ନୁଙ୍କ ହତ୍ୟା ଷଡଯନ୍ତ୍ରରେ ଜଣେ ଭାରତୀୟ ଅଧିକାରୀଙ୍କ ଭୂମିକା ଉପରେ ହୋଇଥିବା ଅଭିଯୋଗକୁ ନେଇ ଭାରତର ଅନୁସନ୍ଧାନର ଫଳାଫଳକୁ ଆମେରିକା ଅପେକ୍ଷା କରିବ ବୋଲି ଆମେରିକା କହିଛି। ବୈଦେଶିକ ବିଭାଗର ମୁଖପାତ୍ର ମାଥ୍ୟୁ ମିଲର ମଙ୍ଗଳବାର କହିଛନ୍ତି, “ବୈଦେଶିକ ସଚିବ ତାଙ୍କ ବୈଦେଶିକ ପ୍ରତିପକ୍ଷଙ୍କ ସହିତ ଏହି ମାମଲା ଉଠାଇଛନ୍ତି ଏବଂ ଏହାକୁ ଗୁରୁତର ସହ ନେଉଛୁ ବୋଲି କହିଛନ୍ତି। ସେମାନେ ଏହାର ତଦନ୍ତ କରିବେ ବୋଲି କହିଛନ୍ତି। 

ସୂଚନାଥାଉକି, ଆମେରିକାର ଜଣେ ଓକିଲ ଅଭିଯୋଗ କହିଛନ୍ତି ଯେ, ଜଣେ ଭାରତୀୟ ନାଗରିକ ଖଲସ୍ତାନୀ ସମର୍ଥକ ଗୁରୁପତବନ୍ତ ସିଂହ ପନ୍ନୁଙ୍କୁ ହତ୍ୟା କରିବା ପାଇଁ ଆମେରିକାରେ ଷଡ଼ଯନ୍ତ୍ର କରିଥିଲା। ଓକିଲ ଜଣକ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସମ୍ପୃକ୍ତ ବ୍ୟକ୍ତି ଜଣେ ଭାରତୀୟ ଅଧିକାରୀଙ୍କ ସହିତ ସାକ୍ଷାତ କରିଥିଲା।

Also Read :-

ହାତରେ ମୋବାଇଲ , କାନ୍ଧରେ ରାଇଫଲ ; ପାର୍ଟିକୁ ଗଲେ ଅସ୍ତ୍ରଶସ୍ତ୍ର ନେଇ ଯାଉଛନ୍ତି ଇସ୍ରାଏଲୀୟ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.