ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୋସିଆଲ ମିଡିଆରେ ୪ ଯୁବତୀଙ୍କୁ ଫସାଇ କରୁଥିଲେ ପ୍ରେମ ଲିଲା, ଅଭିଯୋଗ ପରେ ଗିରଫ ହେଲେ ରସିକିଆ କନିଷ୍ଠ ଯନ୍ତ୍ରୀ

ବାରିପଦା,୧୨/୦୨: ‘କିସ୍‌ କିସ୍‌ କୋ ମେ ପ୍ୟାର କରୁଁ’ ହିନ୍ଦୀ ଫିଲ୍‌ମର କାହାଣୀ ପରି ଏ ଖବରର ପୃଷ୍ଠଭୂମି । ଜଣେ ନୁହେଁ କି ଦି ଜଣ ନୁହେଁ, ଏକାଥରେ ୪ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ସମସ୍ତଙ୍କ ସହ ଶାରିରୀକ ସଂପର୍କ ରଖୁଥିଲେ ଜଣେ ଜଳସେଚନ ବିଭାର କନିଷ୍ଠ ଯନ୍ତ୍ରୀ । ଏହି ରସିକିଆ କନିଷ୍ଠ ଯନ୍ତ୍ରୀ ଜଣକ ଏକା ସାଙ୍ଗରେ ୪ଜଣ ଯୁବତୀଙ୍କୁ ସୋସିଆଲ ମିଡିଆରେ ଚାଟିଂ ସହ କରୁଥିଲେ ଡେଟିଂ । ଆଉ ତା ପରେ ବିବାହର ପ୍ରଲୋଭନ ଦେଖାଇ ରଖୁଥିଲେ ଶାରିରୀକ ସଂପର୍କ । ତେବେ ଘଟଣାରେ ଟୁଇଷ୍ଟ ଆସିଲା ସେତେବେଳେ ଯେତେବେଳେ ତାଙ୍କ ପ୍ରେମ ଜାଲରେ ଫସିଥିବା ଦୁଇ ଯୁବତୀ ଆସି ବାରିପଦା ଟାଉନ୍‌ ଥାନରେ ଫେରାଦ ହେଲେ । ଅଭିଯୋଗ ପାଇବା ପରେ ବାରିପଦା ଟାଉନ୍‌ ଥାନା ପୁଲିସ ସଂପୃକ୍ତ ରସିକିଆ ଜେଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜେଇ ଜଣକ ହେଲେ ବାରିପଦା ସଦର ଥାନା ଅର୍ନ୍ତଗତ ସୁନ୍ଦର ଡିହି ଗ୍ରାମର ମୋହନ ସିଂଙ୍କ ପୁଅ ଶୁକୁରୁ ସିଂ(୨୭) । ତାଙ୍କ ବିରୋଧରେ ପୁଲିସ୍‌ ୩୭୬(୨ଏନ୍‌) ଏବଂ  ୪୨୦ ଧାରା ଲଗାଇ କୋର୍ଟ ଚାଲାଣ କରିଛି । 

ଗିରଫ ହୋଇଥିବା କନିଷ୍ଠ ଯନ୍ତ୍ରୀ ଜଣକ  ରାଇରଙ୍ଗପୁର ଜଳସେଚନ ବିଭାଗରେ କାର୍ଯ୍ୟରତ । ଏଇ ରସିକିଆ ଜେଇ ଜଣକ ବିଭିନ୍ନ ସମୟରେ ଇନଷ୍ଟାଗ୍ରାମରୁ ଝିଅ ମାନଙ୍କ ସହ ବନ୍ଧୁତା ସୃଷ୍ଟି କରନ୍ତି । କିଛି ଦିନ ଚାଟିଂ ପରେ ଝିଅ ମାନଙ୍କ ନମ୍ବର୍‌ ସଂଗ୍ରହ କରନ୍ତି । ସିଧା ସଳଖ ଫୋନରେ କଥାବାର୍ତ୍ତା ବଢେ । ପରେ ରସିକିଆ ଜେଇ ଝିଅ ମାନଙ୍କୁ ବିବାହର ପ୍ରତିଶ୍ରୁତି ଦିଅନ୍ତି । ଆଉ ସୁଯୋଗ ସୃଷ୍ଟି କରି ଶାରୀରିକ ସମ୍ପର୍କ ରଖି ମଜା ନିଅନ୍ତି । ହେଲେ ସବୁଦିନ ଚାନ୍ଦିନୀ ରାତି ନ ଥିବା ପରି ଜେଇ ଜଣକୁ  ଏବେ ହଟହଟା ହାଇ ହେବାକୁ ପଡ଼ିଛି । ଏକାଥରେ ୪ ଜଣ ଝିଅଙ୍କ ସହ ଫୋନ୍‌ କନ୍‌ ଫରେନ୍‌ସିଂରେ କଥା ହେଉଥିବା ବେଳେ ଦୁଇ ଜଣ ଝିଅ ତାଙ୍କର ଚାଲାକିକୁ ବୁଝି ପାରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.