ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ପ୍ୟାରିସ୍‌ ଅଲିମ୍ପିକ୍ସ: ସ୍ପେନକୁ ହରାଇ ବ୍ରୋଞ୍ଜ ମେଡାଲ ଜିତିଲା ଭାରତୀୟ ହକି ଟିମ୍‌

ନୂଆଦିଲ୍ଲୀ: ଦମଦାର ପ୍ରଦର୍ଶନ କରି ଭାରତୀୟ ହକି ଟିମ୍‌ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ମେଡାଲ ହାସଲ କରିଛି । ସ୍ପେନକୁ ହରାଇ ପଦକ ଜିତିଛି ଭାରତୀୟ ହକି ଟିମ୍‌ । ପ୍ରଥମ କ୍ବାର୍ଟରରେ ଦୁଇ ଟିମ୍‌ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । କିନ୍ତୁ ଗୋଟିଏ ବି ଗୋଲ ହୋଇପାରି ନଥିଲା । ଦ୍ବିତୀୟ କ୍ବାର୍ଟରରେ ସ୍ପେନ୍‌ ଗୋଲ କରିଥିଲା ।  ମାର୍କ ମିରାଲେସ୍‌ ୧୮ ମିନିଟରେ ଗୋଲ କରିଥିଲେ । 

ଏହା ପରେ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ଭାରତ ପାଇଁ ପ୍ରଥମ ଗୋଲ କରିବାରେ ସକ୍ଷମ ହୋଇଥିଲେ । ଦ୍ବିତୀୟ କ୍ବାର୍ଟର ଶେଷ ହେବା ସହ ଉଭୟ ଟିମ୍‌କୁ ଗୋଟିଏ ଲେଖାଏଁ ଗୋଲ୍‌ ମିଳିଥିଲା । ତୃତୀୟ କ୍ବାର୍ଟରରେ ଭାରତୀୟ ଟିମ୍‌ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳିଥିଲା । ତୃତୀୟ କ୍ବାର୍ଟର ଆରମ୍ଭରୁ ଭାରତ ଗୋଲ କରିଥିଲା । ହରମନପ୍ରୀତ  ୩୩ ମିନିଟରେ ପେନାଲ୍ଟି କର୍ଣ୍ଣରର ଫାଇଦା ଉଠାଇବା ସହ ଗୋଲ କରିଥିଲେ । 

ଏହା ପରେ ୩୫ ମିନିଟ ବେଳକୁ ଅଭିଷକଙ୍କୁ ଗ୍ରୀନ୍‌ କାର୍ଡ ଦେଖାଇ ଦେଇଥିଲେ ରେଫରି । ୩୭ ମିନିଟ ବେଳକୁ ସେ ପୁଣି ପଡ଼ିଆକୁ ଆସିଥିଲେ । ତୃତୀୟ କ୍ବାର୍ଟର ଶେଷ ସୁଦ୍ଧା ଭାରତ ୨-୧ରେ ଆଗୁଆ ରହିଥିଲା ।  ଭାରତୀୟ ହକି ଟିମ୍‌ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବହୁତ ଭଲ ପ୍ରଦର୍ଶନ କରିଛି । ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଥିଲା ଭାରତ । ପରବର୍ତ୍ତୀ ମ୍ୟାଚ୍‌ ଆର୍ଜେଣ୍ଟିନା ସହ ଡ୍ର ରହିଥିଲା ।

 ତୃତୀୟ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୨-୦ରେ ହରାଇଥିଲା ଟିମ୍‌ ଇଣ୍ଡିଆ । କିନ୍ତୁ ବେଲଜିୟମ ପାଖରୁ ହାରିଥିଲା ଭାରତ । ସବୁଠୁ ବଡ଼ କଥା ଚଳିତ ଅଲିମ୍ପିକରେ ଭାରତୀୟ ହକି ଟିମ୍‌ ଦୀର୍ଘ ୫୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ହରାଇ ରେକର୍ଡ କରିଥିଲା । ବ୍ରିଟେନକୁ ପରାସ୍ତ କରିଥିବା ଭାରତୀୟ ଟିମ୍‌କୁ ଜର୍ମାନୀ ପାଖରୁ ପରାଜୟ ବରଣ କରିଥିଲା । କିନ୍ତୁ ଆଜି ସ୍ପେନ୍‌କୁ ହରାଇ ବ୍ରୋଞ୍ଜ ମେଡାଲ ହାତେଇଛି ଭାରତୀୟ ହକି ଟିମ୍‌ । ସେପଟେ ଭାରତୀୟ ହକି ଟିମ୍‌ ମହାନ ଗୋଲ କିପର ପିଆର ଶ୍ରୀଜେଶ ଆଜିର ବିଜୟ ସହ ହକିରୁ ବିଦାୟ ନେଇଛନ୍ତି । 

 

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.