ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଉଚ୍ଚ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ଶିଖିବେ ଜିଏସ୍‌ଟି ରିଟର୍ଣ୍ଣ ଫାଇଲିଂ, ୟୁପିଏସ୍‌ସି ପରୀକ୍ଷା ପାଇଁ ଦିଆଯିବ ନିୟମିତ କୋଚିଂ

ଭୁବନେଶ୍ୱର, ୨୯।୧୧: ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅନ୍‌ଲାଇନ୍‌ କୋର୍ସ । ଟାଲି, ଜିଏସ୍‌ଟି ରିଟର୍ଣ୍ଣ ଫାଇଲିଂ ବିଷୟରେ କରାଯିବ ଦକ୍ଷ । ଏନେଇ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ନାସ୍‌କମ୍‌ ସହ ବୁଝାମଣାପତ୍ର ସ୍ୱାକ୍ଷର ହେବ । ଖୁବ୍‌ ଶୀଘ୍ର ଏହି ଯୋଜନାକୁ ସମସ୍ତ ଶିକ୍ଷାନୁଷ୍ଠାନରୁ ଲାଗୁ କରାଯିବ । କେବଳ ଏତିକି ନୁହେଁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ନିୟମିତ ୟୁପିଏସ୍‌ସି ପରୀକ୍ଷା ପାଇଁ କୋଚିଂ କ୍ଲାସ୍‌ ଆରମ୍ଭ ହେବ । ଯାହାର ଖର୍ଚ୍ଚ ସମ୍ପୃକ୍ତ କଲେଜ ଓ ବିଶ୍ୱବିଦ୍ୟାଳୟମାନେ ବହନ କରିବେ । ୟୁପିଏସ୍‌ସି, ଓପିଏସ୍‌ସି ଓ ଜାମ୍‌ ଭଳି ଅନ୍ୟ ପ୍ରତିଯୋଗିତାମୂଳକ ନିଯୁକ୍ତି ପରୀକ୍ଷାର ସିଲାବସ୍‌କୁ ଶିକ୍ଷାନୁଷ୍ଠାନରେ ପଢ଼ାଯିବ । ଏପରି ନିଷ୍ପତ୍ତି କରିଛି ଉଚ୍ଚଶିକ୍ଷା ବିଭାଗ । ଗତ ୨୦ ତାରିଖରେ ଆୟୋଜିତ ଏକ ବୈଠକରେ ନିଷ୍ପତ୍ତି ହୋଇଛି । 

ନାକ୍‌ ମାନ୍ୟତା ଭଲ କରୁଥିବା ଉଚ୍ଚ ଶିକ୍ଷାନୁଷ୍ଠାନକୁ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ହୋଇଛି । ଦେଶରେ ଭଲ ର‌୍ୟାଙ୍କ୍‌ରେ ଆସିବା ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟର ବିକାଶ ନେଇ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ କାର୍ଯ୍ୟ କରିବ । ପିଟିସି ସେକ୍ସନ୍‌ କ୍ୟାରିଅର୍‌ କାଉନ୍‌ସେଲିଂ ମାର୍ଗଦର୍ଶିକା ନେଇ ଓଏସ୍‌ଏଚ୍‌ଇସି ସହ ଆଲୋଚନା କରିବ । ପରିଚାଳନା କମିଟି ସଦସ୍ୟଙ୍କୁ ତାଲିମ ଦିଆଯିବ । ସର୍ଭିସ୍‌ ରୁଲ୍‌ ସଂପର୍କରେ ସଚେତନତା କରିବା ଲାଗି ତାଲିମ ଦିଆଯିବ । ଏସ୍‌ଏଲ୍‌ଆର୍‌ ସେକ୍ସନ୍‌ ସ୍କଲାର୍‌ସିପ୍‌ କାଉନସିଲ୍‌ ପ୍ରତିଷ୍ଠା ନେଇ ଫାଇଲ୍‌ ଦାଖଲ କରିବ । ଶିକ୍ଷକମାନେ ଶିକ୍ଷାନୁଷ୍ଠାନରେ ୭ ଘଣ୍ଟା ରହିବା ନେଇ ବାୟୋମେଟ୍ରିକ୍‌ ଉପସ୍ଥାପନକୁ ଅନୁଧ୍ୟାନ କରାଯିବ । ୭୫ ପ୍ରତିଶତ ଛାତ୍ର ଉପସ୍ଥାନକୁ ସାମ୍‌ସ ରି ଆଡମିଶନ୍‌ ସହ ଯୋଡ଼ିବା କାର୍ଯ୍ୟକ୍ରମ କରାଯିବ । 

ବ୍ଲକ୍‌ସ୍ତରରେ ଲାପଟପ୍‌ ବଣ୍ଟନ ସ୍କିମ୍‌-୨୦୨୩ ଗାଇଡଲାଇନ୍‌ ପ୍ରଚାର ପ୍ରସାର ପାଇଁ ସୋସିଆଲ୍‌ ମିଡିଆ ବ୍ୟବହାର କରାଯିବ । ନିରାଶ୍ରୟ, ତୃତୀୟ ଲିଙ୍ଗୀ ଶିକ୍ଷାର୍ଥୀଙ୍କୁ ବାର୍ଷିକ ୨୦ ହଜାର ଟଙ୍କାର ବୃତ୍ତି ପ୍ରଦାନ ନେଇ ମାର୍ଗଦର୍ଶିକା ଏସ୍‌ଏଲ୍‌ଆର୍‌ ସେକ୍ସନ୍‌ ଜାରି କରିବ । ଏପର୍ଯ୍ୟନ୍ତ ମୋ ସରକାର ଅଧୀନରେ ଉଚ୍ଚଶିକ୍ଷା ବିଭାଗକୁ ୨୮୧ଟି ଫୋନ୍‌ କଲ୍‌ ଆସିଛି । ଏଥିରୁ ୭ଟି ରଙ୍ଗ୍‌ ନମ୍ବର ଥିବା ବେଳେ ୨ ଫୋନ୍‌ ଉଠା ଯାଇନାହିଁ । ଗୋଟିଏ ନେଗେଟିଭ୍‌ କଲ୍‌ ଆସିବା ଥିବା ନେଇ ଏହି ବୈଠକରେ ଉପସ୍ଥାପନ କରାଯାଇଛି । ଉଚ୍ଚ ଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.