ପ୍ରମୂଖ ଖବର
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ସାଉଦିରୁ ଭାରତ ହେବ ରେଳ ଲାଇନ୍; ଚୀନ୍‌କୁ କାଉଣ୍ଟର କରିବାକୁ ପ୍ରସ୍ତୁତ ହେଉଛି ସୁପର ପ୍ଳାନ

image courtesy: TV9

ନୂଆଦିଲ୍ଲୀ,୦୮/୦୯: ଜି୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀରେ ପ୍ରସ୍ତୁତ ମଞ୍ଚ। ଆମେରିକାରୁ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନ୍‌ରୁ ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ ସମେତ ଅନ୍ୟ ଦେଶର ରାଷ୍ଟ୍ରମୁଖ୍ୟ ମାନେ ଆସି ନୂଆଦିଲ୍ଲୀରେ ପହଞ୍ଚିସାରିଛନ୍ତି। ସାଉଦି ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନ ମଧ୍ୟ ଭାରତ ଆସିଛନ୍ତି। ଏହାରି ଭିତରେ ସବୁଠାରୁ ବଡ଼ ଖବର ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଏହି ଦୁଇ ନେତା ଏବଂ ଜି୨୦ର ଅନ୍ୟ କିଛି ଦେଶ ମଧ୍ୟରେ ଏକ ବଡ଼ ରେଳ ଚୁକ୍ତିନାମା ହୋଇପାରେ। ଚୀନ୍ ମଧ୍ୟ-ପୂର୍ବରେ ଏହାର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଥିବାରୁ ଏହି ଡିଲ୍‌କୁ ଅତ୍ୟାବଶ୍ୟକ ବୋଲି ବିବେଚନା କରାଯାଏ। 

ଚାଇନାର ବେଲ୍ଟ ଆଣ୍ଡ୍ ରୋଡ୍ ଇନିସିଏଟିଭକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ, ଏହି ଚୁକ୍ତି ସମ୍ମିଳନୀ ସମୟରେ କିମ୍ବା ଏକ ଗୁରୁତ୍ବପୂର୍ଣ୍ଣ ସଭାରେ ଚୂଡ଼ାନ୍ତ ହୋଇପାରେ। ଆମେରିକାରେ ଏହାକୁ ନେଇ ଏକ ଦୃଢ଼ ଚର୍ଚ୍ଚା ହେଉଛି ଯେ, ଯଦି ଏହି ଚୁକ୍ତି ଚୂଡ଼ାନ୍ତ ହୁଏ ତେବେ ମଧ୍ୟ ପୂର୍ବରେ ବାଇଡେନ ପ୍ରଶାସନ ଏହାର ନୀତି କାର୍ଯ୍ୟକାରୀ କରିବାରେ ସହଜ ହେବ। ଉଦାହରଣ ସ୍ୱରୂପ, ଇସ୍ରାଏଲ୍ ଏବଂ ସାଉଦି ଆରବ ମଧ୍ୟରେ ସମ୍ପର୍କ ଠିକ୍‌ କରିବା ସହଜ ହୋଇପାରେ। ଏକ ନୂତନ ପ୍ରକଳ୍ପ ସହିତ ଚୀନକୁ ମଧ୍ୟ ଉତ୍ତର ଦିଆଯାଇପାରେ। ଅର୍ଥାତ୍‌ ଗୋଟିଏ ତୀରରେ ଦୁଇଟି ଲେଖାଏଁ ଶିକାର କରାଯାଇପାରେ।

ଚୀନ୍ ମଧ୍ୟ-ପୂର୍ବ ଦେଶଗୁଡିକରେ ଦ୍ରୁତ ଗତିରେ ନିଜର ଗୋଡ଼ ବଢ଼ାଇବାରେ ଲାଗିଛି। ବେଲ୍ଟ ଏବଂ ରୋଡ୍ ଇନିସିଏଟିଭ୍ ମାଧ୍ୟମରେ ଚୀନ୍ ବିଶ୍ୱର ବିଭିନ୍ନ ଦେଶକୁ ସଡ଼କ ପଥ ତିଆରି କରିଛି। ଏହି ପଦକ୍ଷେପ ଅଧୀନରେ ରେଳ ପ‌ଥ ମଧ୍ୟ ସାମିଲ ରହିଛି। ଏହାର ଜବାବରେ ଚୀନ୍ ବିରୋଧୀ ରାଷ୍ଟ୍ରମାନେ ଏକ ରେଳ ଚୁକ୍ତି ସ୍ୱାକ୍ଷର କରିବାକୁ ଯୋଜନା କରିଛନ୍ତି। ଏହି ପ୍ରକଳ୍ପ ଅଧୀନରେ ଆରବ ଦେଶଗୁଡିକ ଏସୀୟ ଅଞ୍ଚଳ ଲେବାନ୍ତ ସହିତ ସଂଯୁକ୍ତ ହେବ ଯାହା ଇସ୍ରାଏଲ ମାଧ୍ୟମରେ ଆରବ ସାଗର ଦେଇ ଭାରତରେ ପହଞ୍ଚିବ।

You can also read: 

ରୁଷ୍‌-ୟୁକ୍ରେନ ଯୁଦ୍ଧ ନେଇ ମୋଦି ସରକାରଙ୍କ ଆଭିମୁଖ୍ୟକୁ ରାହୁଲ ଗାନ୍ଧିଙ୍କ ସମର୍ଥନ , ବେଲଜିୟମରେ କଂଗ୍ରେସ ନେତା କହିଲେ ...



 

  • india
  • G20 Summit
  • Saudi Arabia
  • rail connect
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.