ପ୍ରମୂଖ ଖବର
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ଗରମ ପାଣି ପିଇଲେ ବଢିବ କି ରକ୍ତଚାପ? ଜାଣନ୍ତୁ କ'ଣ କହୁଛନ୍ତି ଡାକ୍ତର...

ଭୁବନେଶ୍ୱର,୨୮/୦୯: ଆଗକୁ ଶୀତ ଋତୁ ଆସୁଥିବାରୁ ଥଣ୍ଡା ପାଗରେ ଅଧିକାଂଶ ଲୋକ ସୁସ୍ଥ ରହିବା ପାଇଁ ଉଷୁମ ପାଣି ପିଇବାକୁ ଭଲ ପାଆନ୍ତି । ଉଷୁମ ପାଣି ପଇବା ଦ୍ୱାରା ଗଳାକୁ ଆରାମ ମିଳିଥାଏ ଏବଂ ଏହା ପାଚନ କ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ତେବେ ଅନେକ ଲୋକ ବିଶ୍ୱାସ କରନ୍ତି ଯେ, ଉଷୁମ ପାଣି ପିଇବା ଦ୍ୱାରା ରକ୍ତଚାପ ବୃଦ୍ଧି ପାଇଥାଏ । ଯାହାକି ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ହୋଇପାରେ ।  

ଉଷୁମ ପାଣି ପିଇବା ବିପଜ୍ଜନକ କି?

ନୂଆଦିଲ୍ଲୀର ଡାକ୍ତର ସୋନିଆ ରାୱତଙ୍କ ମତରେ ପରିବର୍ତ୍ତିତ ପାଣିପାଗରେ ହାଲୁକା ଉଷୁମ ପାଣି ପିଇବା ଦ୍ୱାରା ଗଳାକୁ ଆରାମ ମିଳିଥାଏ । ସାଧାରଣତଃ ଶୀତଦିନେ ଲୋକମାନେ ଥଣ୍ଡା ପାଣି ପରିବର୍ତ୍ତେ ଉଷୁମ ପାଣି ପିଇବାକୁ ପସନ୍ଦ କରିଥାନ୍ତି । ଉଷୁମ ପାଣି ଶରୀରରେ ପାଚନ କ୍ରିୟାକୁ ଠିକ୍‌‌ ରଖିବାରେ ସାହାଯ୍ୟ କରିଥାଏ । ଏହାସହିତ ଉଷୁମ ପାଣି ପିଇବା ଦ୍ୱାରା ଶରୀରରେ ରକ୍ତ ପ୍ରବାହରେ ଉନ୍ନତି ହୋଇଥାଏ । ଯେଉଁମାନଙ୍କୁ ଅତ୍ୟଧିକ ଥଣ୍ଡା ହେଉଛି ସେମାନେ ଉଷୁମ ପାଣି ପିଇବା ଉଚିତ । ଏହା ସ୍ୱାସ୍ଥ୍ୟକୁ ଅନେକ ଫାଇଦା ଦେବା ସହ କୌଣସି କ୍ଷତି କରିନଥାଏ ।

ଡାକ୍ତର ସୋନିଆ ରାୱତ କହିଛନ୍ତି ଯେ, ଉଷୁମ ପାଣି ପିଇବା ଦ୍ୱାରା ରକ୍ତଚାପରେ କୌଣସି ପରିବର୍ତ୍ତନ ହୋଇନଥାଏ । ଏହାସହିତ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ମଧ୍ୟ ଗରମ ପାଣି ପିଇପାରିବେ । ଏହାଦ୍ୱାରା ସେମାନଙ୍କର କୌଣସି କ୍ଷତି ହେବ ନାହିଁ । ଉଚ୍ଚ ରକ୍ତଚାପ ରୋଗୀମାନେ ପ୍ରତ୍ୟେକ ଋତୁରେ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଉଚିତ୍‌‌ । ଶରୀରର ଜଳୀୟଂଶ ଭଲ ରହିଲେ ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ । ଲୋକମାନେ ନିଜ ଆରାମ ଅନୁଯାୟୀ ଉଷୁମ କିମ୍ବା ସାଧା ପାଣି ପିଇପାରିବେ । ଉଚ୍ଚ ରକ୍ତଚାପ ଲୋକମାନେ ଭଲ ଖାଦ୍ୟ ଖାଇବା, ପର୍ଯ୍ୟାପ୍ତ ଶୋଇବା ଏବଂ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରିବା ଜରୁରୀ ।

ଗବେଷଣାରୁ ଜଣାପଡ଼ିଛି ଯେ, ପ୍ରତିଦିନ ଉଷୁମ ପାଣି ପିଇବା ଦ୍ୱାରା ଗ୍ୟାସ ଏବଂ ବଦହଜମ ସମସ୍ୟା ଦୂର ହୋଇଥାଏ । ଉଷୁମ ପାଣି ପିଇବା ଦ୍ୱାରା ରକ୍ତ ପ୍ରବାହରେ ଉନ୍ନତି ଆସିଥାଏ, ଯାହାକି ହାର୍ଟ ପାଇଁ ଲାଭଦାୟକ ହୋଇଥାଏ । ଶୀତ ଋତୁରେ ଉଷୁମ ପାଣି ଆମ ମାଂସପେଶୀକୁ ଆରାମ ଦେଇଥାଏ ଏବଂ ମାନସିକ ଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଯଦି କୌଣସି ବ୍ୟକ୍ତି ଉଷୁମ ପାଣି ପିଇବା ଦ୍ୱାରା ଅସୁବିଧାର ଶିକାର ହେଉଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.