ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ବାପା ଚୀନ୍‌ର ଏବଂ ମା’ ଇଣ୍ଡୋନେସିଆ ନାଗରିକ, ଫାଇନାଲ ମ୍ୟାଚରେ ପଡ଼ିଆକୁ ପଶିଆସିଥିବା ଯୁବକ ଅଷ୍ଟ୍ରେଲୀୟ

ଅହମ୍ମଦାବାଦ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବିଶ୍ବକପ ଫାଇନାଲ ମ୍ୟାଚ୍‌ରେ ସୁରକ୍ଷାରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଥିଲା । ଖେଳ ମଝିରେ ଜଣେ ଯୁବକ ହଠାତ ପଡ଼ିଆକୁ ପଶିଆସି ବିରାଟ କୋହଲିଙ୍କୁ ଧରିବାକୁ ଚେଷ୍ଟା କରିଥିଲା । ଏପରିକି ସେ ପିନ୍ଧିଥିବା ଟି-ସାର୍ଟ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଥିଲା । ଯୁବକ ଜଣଙ୍କ ‘ପାଲେଷ୍ଟାଇନ୍‌କୁ ମୁକ୍ତ କର’ ଏବଂ ‘ପାଲେଷ୍ଟାଇନ୍‌ରେ ବୋମା ମାଡ଼’ ବନ୍ଦ କର ବୋଲି ଲେଖାଥିବା ଟି-ସାର୍ଟ ପିନ୍ଧିଥିଲା । ଏହା ପରେ ଉକ୍ତ ଯୁବକଙ୍କୁ ସୁରକ୍ଷା କର୍ମୀ ପଡ଼ିଆରୁ ନେଇ ଯାଇଥିଲେ   । ତେବେ ଆଜି ଯୁବକଙ୍କ ସଂପର୍କରେ ସୂଚନା ମିଳିଛି ।


ଯୁବକଙ୍କ ନାଁ ଭାନ୍‌ ଜନସନ୍‌ ହୋଇଥିବା ବେଳେ ସେ ଅଷ୍ଟ୍ରେଲିଆ ନାଗରିକ । ଫାଇନାଲ ମ୍ୟାଚ୍‌ରେ କାହିଁକି ସେ ପ୍ରବେଶ କରିଥିଲେ ସେନେଇ କ୍ରାଇମ ବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଜଣେ ବରିଷ୍ଠ ଅଧିକାରୀ ନୀରଜ କୁମାର ବଦଗୁଜାର ଏନେଇ ଅଧିକ ସୂଚନା ଦେଇଛନ୍ତି । ଏଏନଆଇକୁ ସେ ଦେଇଥିବା ସୂଚନା ଅନୁସାରେ, ଧରାପଡ଼ିଥିବା ଯୁବକଜଣଙ୍କ ଭାନ ଜନସନ ହୋଇଥିବା ବେଳେ ସେ ଫେମସ ହେବା ପାଇଁ ଏମିତି କରିଛି । ସେ ପୂର୍ବରୁ ଆମେରିକାରେ ଏକ ରଗବୀ ମ୍ୟାଚରେ ପ୍ରବେଶ କରି ଧରାପଡ଼ିଥିଲା । ଆଉ ଏଥିପାଇଁ ତାକୁ ୨୦୦ ଡଲାର ଫାଇନ୍‌ ଦେବାକୁ ପଡ଼ିଥିଲା ।


୨୦୨୩ ମହିଳା ଟିମ୍‌ର ଏକ ମ୍ୟାଚ୍‌ରେ ସେ ଧସେଇ ପଶିଥିଲା ଏବଂ ୫୦୦ ଡଲାର ଫାଇନ୍‌ ଦେଇଥିଲା । ସେ ଯାହା ବି ରୋଜଗାର ଏହି ଫାଇନ୍‌ ଦେବା ପାଇଁ ବିନିଯୋଗ କରେ । ଭାନ ଜନସନର ବାପା ଚୀନ୍‌   ନାଗରିକ ହୋଇଥିବା ମା’ ଇଣ୍ଡୋନେସିଆର । ଏବଂ ସେ ଅଷ୍ଟ୍ରେଲିଆ ନାଗରିକ ବୋଲି ନୀରଜ କୁମାର କହିଛନ୍ତି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ସେ ଭାରତୀୟ ଜର୍ସି ପିନ୍ଧି ଗେଟ ନମ୍ବର ଓ୍ବାନ ଦେଇ ପ୍ରବେଶ କରିଥିଲା । ହେଲେ ଭିତରେ ପୋଷାକ ବଦଳାଇ ପଡ଼ିଆ ଭିତରକୁ ଲମ୍ଫ ମାରିଥିଲା । ଏହି ସମୟରେ ତା ହାତରେ ମଧ୍ୟ ଆଘାତ ଲାଗିଛି ବୋଲି ନୀରଜ କୁମାର କହିଛନ୍ତି । ତେବେ ଭାନ ଜସସନ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ବେଳେ ଏବେ କ୍ରାଇମ ବ୍ରାଞ୍ଚ ମାମଲାର ତଦନ୍ତ କରୁଛି ବୋଲି ସେ କହିଛନ୍ତି । 

  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.